ସ୍ପେଶାଲ

ପ୍ରେମୀ ଯୁଗଳଙ୍କୁ ଅଲଗା କରିଦେଲେ ମାଲିକ, ମଣିଷଙ୍କ ଭଳି ନିଜ ପ୍ରେମ ପଛରେ ଧାଇଁଲା ଷଣ୍ଢ

ତାମିଲନାଡୁ ମଦୁରାଇ ପାଲମେଡୁରେ କିଛି ଦିନ ପୁର୍ବରୁ ଏକ ମିନି ଟ୍ରକ ପଛରେ ଷଣ୍ଢ ଦୌଡୁଥିବାର ଏକ ହୃଦୟ ବିଦାରକ ଘଟଣା ସୋସିଆଲ ଭିଡିଓରେ ଭାଇରାଲ ହେଉଛି। ଏହି ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟା ସେମିତି ହେଇଛି ଯେ ଯିଏ ଦେଖୁଛନ୍ତି ସେ ତାହାକୁ ଭାଇରାଲ କରୁଛନ୍ତି।

କେବଳ ମଣିଷ ହିଁ ହୃଦୟ ଦେଇ ଭଲ ପାଆନ୍ତି ନାହିଁ ବରଂ ପଶୁ ପକ୍ଷୀମାନଙ୍କ ଠାରେ ବି ଏମିତି ଭଲ ପାଇବା ଦେଖିବାକୁ ମିଳେ, ଯାହାଦ୍ୱାରା ସେମାନେ ମଣିଷଙ୍କ ଭଳି ଜଣେ ଜଣଙ୍କ ଠାରୁ ଅଲଗା ହେବାକୁ ଚାହିଁ ନଥାନ୍ତି। ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ବ୍ୟକ୍ତି ଏକ ମିନି ଟ୍ରକରେ ଗାଈକୁ ବସାଇ ନେଉଯାଉଥିଲେ। ମାଞ୍ଜାମଲାଇ ନାମକ ଏକ ଷଣ୍ଢ ନିଜ ସାଥି ଗାଈ ଲକ୍ଷ୍ମୀକୁ ରୋକିବା ପାଇଁ ଗାଡି ପଛେ ପଛେ ଧାଉଁଥିବା ଦେଖିବାକୁ ମିଳୁଛି। ଯାହାକୁ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ।

ଘଟଣାଟି ହେଉଛି ଜଣେ ଦୋକାନ ମାଲିକ ଏକା ସାଙ୍ଗରେ ଗାଈ ଲକ୍ଷ୍ମୀ ଏବଂ ଷଣ୍ଢ ମାଞ୍ଜାମଲାଇକୁ ପାଳିଥିଲେ। ଦୁହିଁଙ୍କ ମଧ୍ୟରେ ବହୁତ ଭଲ ବୋଣ୍ଡିଂ ହୋଇଯାଇଥିଲା। କିନ୍ତୁ କରୋନା ମହାମାରୀ ଲକଡାଉନରେ ଆର୍ଥିକ ସଂକଟ କାରଣରୁ ତାଙ୍କୁ ନିଜର ଗାଈକୁ ବିକ୍ରି କରିବାକୁ ପଡିଲା। ଆଉ ଯେତେବେଳେ ନୂଆ ମାଲିକ ଗାଈକୁ ନେଉଯାଉଥିଲେ ସାଥି ଷଣ୍ଢଟି ସେହି ଗାଡି ପଛରେ ଦୌଡୁଥିବା ଦେଖିବାକୁ ମିଳିଥିଲା।

ତେବେ ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବା ପରେ ତାମିଲନାଡୁର ଉପମୁଖ୍ୟମନ୍ତ୍ରୀ ଓ ପନ୍ନୀର ସେଲଭମଙ୍କ ପୁଅ ଓପି ଜୟପ୍ରଦୀପ ଦେଖିଥିଲେ। ସେ ଏହା ଦେଖି ନୂଆ ମାଲିକକୁ ପୂରା ଟଙ୍କା ପେମେଣ୍ଟ କରି ଗାଈକୁ ମୁକୁଳାଇ ଆଣିଲେ। ଆଉ ଏହାପରେ ପୁଣି ଥରେ ଏହି ଦୁଇ ସାଥି ମିଶିଗଲେ। ଏହାପରେ ସେ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ଯେ ପଶୁ ମାନଙ୍କୁ କେବେବି ଅଲଗା କରନ୍ତୁ ନାହିଁ ଏବଂ ସେମାନଙ୍କ ଖର୍ଚ୍ଚରେ ବି ଯୋଗଦାନ ମଧ୍ୟ କରନ୍ତୁ।

Pritiparna

Recent Posts

ଭିଜିଲାନ୍ସ ହାତରେ ଆରଆଇ, ଲାଞ୍ଚ ନେବା ଅଭିଯୋଗରେ ଗିରଫ

ସମ୍ବଲପୁର: ପୂର୍ବରୁ ଧରାପଡିଥିଲେ, ପୁଣି ଧରା ହେଲେ । ଲାଞ୍ଚ ନେବା ଅଭିଯୋଗରେ ନାକଟିଦେଉଳ ବ୍ଲକ ଡଇଁଚା ପଞ୍ଚାୟତର ଆରଆଇ…

34 seconds ago

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

28 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

60 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

1 hour ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

1 hour ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

1 hour ago