ରାଜ୍ୟ

ପୁଣି ନବରଙ୍ଗପୁରରେ କାୟା ବିସ୍ତାର କଲା କରୋନା, ଚିହ୍ନଟ ହେଲେ ୪ ସଂକ୍ରମିତ

ନବରଙ୍ଗପୁର(କେନ୍ଯୁଜ୍): ନବରଙ୍ଗପୁର ଜିଲ୍ଲାରେ ପୁଣି ୪ କରୋନା ଆକ୍ରାନ୍ତ ଚିହ୍ନଟ। ଏହାକୁ ନେଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୧୩୯ରେ ପହଞ୍ଚିଛି। ରାଜ୍ଯ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଜିଲ୍ଲାରେ ଆଜି ପୁଣି ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ଯରୁ ୩ ଜଣଙ୍କୁ ନବରଙ୍ଗପୁର ସ୍ଥିତ କୋଭିଡ ସେଣ୍ଟରକୁ ପଠାଯାଇଥିବା ବେଳେ ଅନ୍ଯ ଜଣେ ଆକ୍ରାନ୍ତ ଯୁବତୀଙ୍କୁ ଭୁବନେଶ୍ବର ସ୍ଥିତ ସୋମ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଜିଲ୍ଳାପାଳଙ୍କ ସୂଚନା ଅନୁଯାୟୀ, ୪ଜଣ ଚିହ୍ନଟଙ୍କ ମଧ୍ଯରୁ ଜଣେ ଡାକ୍ତର ଏବଂ ଜଣେ ଭୁବନେଶ୍ବରର ଘରୋଇ କଲେଜର ଛାତ୍ରୀ ହୋଇଥିବା ବେଳେ ଅନ୍ଯ ଦୁଇ ଜଣ TMC ସେଣ୍ଟରରେ ରହୁଥିଲେ। ଆକ୍ରାନ୍ତ ଡାକ୍ତର ପୂର୍ବରୁ ଗଞ୍ଜାମର ଏକ ବିବାହ କାର୍ଯ୍ଯରେ ଯୋଗ ଦେଇ ଫେରିବା ପରେ ସେ ଘରୋଇ ସଂଗରୋଧରେ ଥିବା ସୂଚନା ମିଳିଛି। ଅନ୍ଯପଟେ ଆକ୍ରାନ୍ତ ଡାକ୍ତରଙ୍କୁ ନବରଙ୍ଗପୁର ସ୍ଥିତ କୋଭିଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏଥିସହ ଯେଉଁ ମେଡିକାଲରେ ଡାକ୍ତର କାର୍ଯ୍ଯ କରୁଥିଲେ ସେହି ମେଡିକାଲ ଏବଂ ଡାକ୍ତର ରହୁଥିବା ବିନାୟକ ନଗରକୁ ସାନିଟାଇଜ୍ କରାଯିବା ସହ ଉକ୍ତ ଅଞ୍ଚଳର ୨୦୦ ମିଟର ପର୍ଯ୍ଯନ୍ତ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ନବରଙ୍ଗପୁର ଜିଲ୍ଳାପାଳ।

KNews Bureau

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

25 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

56 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

58 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

1 hour ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

1 hour ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago