ସ୍ପେଶାଲ

ଲୁଙ୍ଗି ଭିତରେ ସାନିଟାଇଜର ପୁରାଇ ଚୋରାଇ ନେଉଥିଲେ ବ୍ୟକ୍ତି, କ୍ୟାମେରା ସବୁ ଦେଖୁଛି ଜାଣିକି କଲେ ଏପରି

ବର୍ତ୍ତମାନର କରୋନା କାଳରେ ହ୍ୟାଣ୍ଡ ସାନିଟାଇଜରର ବହୁତ ଡିମାଣ୍ଡ ରହିଛି। କେହି ନା କେହି ଏଥିରେ ହାତ ମଳୁଛନ୍ତି। ଏବେ ତ ଲୋକମାନେ ପରିବା ବାଲା ଠାରୁ କଞ୍ଚା ଲଙ୍କା-ଧନିଆ ପତ୍ର ଆଣିବା ପରେ ଦୁଇ ବୁନ୍ଦା ସାନିଟାଇଜର ବି ମାଗି ଦେଉଛନ୍ତି। ସାରା ଦୁନିଆରେ ବିଭିନ୍ନ ପ୍ରକାର ଦାମ ଏବଂ ସୁଗନ୍ଧିତ ସାନିଟାଇଜର ମଧ୍ୟ ମିଳୁଛି। କିନ୍ତୁ ବହୁତ ଲୋକ ଅଛନ୍ତି ଏହାକୁ କିଣିବା ପାଇଁ ପଛଘୁଞ୍ଚା ଦେଉଛନ୍ତି। କାହିଁକିନା ବଜାରରେ ତ ମାଗିକି କାମ ଚଳି ଯାଉଛି, ଆଉ କିଛି ଲୋକ ଏହି ଭାଇଙ୍କ ଭଳି ହୋଇଥାନ୍ତି। ଯିଏ କି ଯେଉଁଠି କେଉଁଠି ରହିଥିବା ହ୍ୟାଣ୍ଡ ସାନିଟାଇଜରରୁ ନିଜର କାମ ଚଳାଇ ଦିଅନ୍ତି।

ଭିଡିଓରେ ଆପଣ ଦେଖିପାରୁଥିବେ ଯେ ବ୍ୟକ୍ତି ଜଣଙ୍କ ବଡ ଚାଲାକରେ ଫୋନରେ କଥା ହୋଇ ହୋଇ ନିଜ ଲୁଙ୍ଗି ଭିତରେ ଲୁଚାଇ ରଖିଥିବା ସାନିଟାଇଜରର ଖାଲି ବୋତଲକୁ କାଢ଼ୁଛନ୍ତି ଏବଂ ତାକୁ ବାଲକୋନିରେ ରଖାଯାଇଥିବା ସାନିଟାଇଜର ବୋତଲରୁ ଭରୁଛନ୍ତି। ଏହି ସମୟରେ ସେ ଇଆଡେ ସିଆଡେ ଚାହୁଁଛନ୍ତି ଯେମିତି କେହି ତାଙ୍କୁ ଦେଖୁନାହାନ୍ତି ତ! କିନ୍ତୁ ଠିକ୍‌ ଏହି ସମୟରେ ବ୍ୟକ୍ତି ଜଣଙ୍କ ଯେମିତି ଦେଖିଲେ କେହି ତାଙ୍କୁ ଦେଖୁଛନ୍ତି ଆଉ ପୂରା ଘଟଣାକୁ ରେକର୍ଡ କରୁଛନ୍ତି ସେତେବେଳେ ସେ ଏହା ଜାଣି ପାରି ଅଚାନେକ ମୁହଁରେ ମାସ୍କ ପିନ୍ଧିଦେଉଛନ୍ତି ଆଉ ଚୋରି କରିନେଇଥିବା ସାନିଟାଇଜରକୁ ପୁଣି ଥରେ ରଖିଦେଉଛନ୍ତି। ଆଉ ଦେଖଉନ୍ତି ଯେ ଦେଖ ମୁଁ କିଛି ନେଇନି ରଖିଦେଲି। ବିଶ୍ୱାସ କରନ୍ତୁ ଏହି ପୂରା ଘଟଣାକୁ ଆପଣ ବି ଦେଖିଲେ ନିଜ ହସକୁ ରୋକିପାରିବେନି।

ଏହି ଭିଡିଓକୁ ଫେସବୁକ ପେଜ Kondotty Abuରେ ସେୟାର କରାଯାଇଛି। ଯାହା ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓ ସେୟାର ହେବାର ମାତ୍ର କିଛି ଘଣ୍ଟା ଭିତରେ ଖୁବ୍‌ ସେୟାର ହୋଇଥିଲା। ଆଉ ଲୋକମାନେ ମଧ୍ୟ ଏହି ଭିଡିଓକୁ ଦେଖି ଖୁବ୍‌ ପସନ୍ଦ କରୁଛନ୍ତି ଆଉ ହସି ହସି ବେଦମ ମଧ୍ୟ ହୋଇଯାଉଛନ୍ତି।

Pritiparna

Recent Posts

ଶେଷ ପର୍ଯ୍ୟାୟ ନିର୍ବାଚନ: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର (କେନ୍ୟୁଜ): ଓଡିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ପାଇଁ କ୍ୟାମ୍ପେନ ଘମାସାନ । ଆଜି ଓଡ଼ିଶାର ୩ଟି ସ୍ଥାନରେ…

1 min ago

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

7 hours ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

9 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

9 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

11 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

12 hours ago