ଲୁଙ୍ଗି ଭିତରେ ସାନିଟାଇଜର ପୁରାଇ ଚୋରାଇ ନେଉଥିଲେ ବ୍ୟକ୍ତି, କ୍ୟାମେରା ସବୁ ଦେଖୁଛି ଜାଣିକି କଲେ ଏପରି

ବର୍ତ୍ତମାନର କରୋନା କାଳରେ ହ୍ୟାଣ୍ଡ ସାନିଟାଇଜରର ବହୁତ ଡିମାଣ୍ଡ ରହିଛି। କେହି ନା କେହି ଏଥିରେ ହାତ ମଳୁଛନ୍ତି। ଏବେ ତ ଲୋକମାନେ ପରିବା ବାଲା ଠାରୁ କଞ୍ଚା ଲଙ୍କା-ଧନିଆ ପତ୍ର ଆଣିବା ପରେ ଦୁଇ ବୁନ୍ଦା ସାନିଟାଇଜର ବି ମାଗି ଦେଉଛନ୍ତି। ସାରା ଦୁନିଆରେ ବିଭିନ୍ନ ପ୍ରକାର ଦାମ ଏବଂ ସୁଗନ୍ଧିତ ସାନିଟାଇଜର ମଧ୍ୟ ମିଳୁଛି। କିନ୍ତୁ ବହୁତ ଲୋକ ଅଛନ୍ତି ଏହାକୁ କିଣିବା ପାଇଁ ପଛଘୁଞ୍ଚା ଦେଉଛନ୍ତି। କାହିଁକିନା ବଜାରରେ ତ ମାଗିକି କାମ ଚଳି ଯାଉଛି, ଆଉ କିଛି ଲୋକ ଏହି ଭାଇଙ୍କ ଭଳି ହୋଇଥାନ୍ତି। ଯିଏ କି ଯେଉଁଠି କେଉଁଠି ରହିଥିବା ହ୍ୟାଣ୍ଡ ସାନିଟାଇଜରରୁ ନିଜର କାମ ଚଳାଇ ଦିଅନ୍ତି।

thiefଭିଡିଓରେ ଆପଣ ଦେଖିପାରୁଥିବେ ଯେ ବ୍ୟକ୍ତି ଜଣଙ୍କ ବଡ ଚାଲାକରେ ଫୋନରେ କଥା ହୋଇ ହୋଇ ନିଜ ଲୁଙ୍ଗି ଭିତରେ ଲୁଚାଇ ରଖିଥିବା ସାନିଟାଇଜରର ଖାଲି ବୋତଲକୁ କାଢ଼ୁଛନ୍ତି ଏବଂ ତାକୁ ବାଲକୋନିରେ ରଖାଯାଇଥିବା ସାନିଟାଇଜର ବୋତଲରୁ ଭରୁଛନ୍ତି। ଏହି ସମୟରେ ସେ ଇଆଡେ ସିଆଡେ ଚାହୁଁଛନ୍ତି ଯେମିତି କେହି ତାଙ୍କୁ ଦେଖୁନାହାନ୍ତି ତ! କିନ୍ତୁ ଠିକ୍‌ ଏହି ସମୟରେ ବ୍ୟକ୍ତି ଜଣଙ୍କ ଯେମିତି ଦେଖିଲେ କେହି ତାଙ୍କୁ ଦେଖୁଛନ୍ତି ଆଉ ପୂରା ଘଟଣାକୁ ରେକର୍ଡ କରୁଛନ୍ତି ସେତେବେଳେ ସେ ଏହା ଜାଣି ପାରି ଅଚାନେକ ମୁହଁରେ ମାସ୍କ ପିନ୍ଧିଦେଉଛନ୍ତି ଆଉ ଚୋରି କରିନେଇଥିବା ସାନିଟାଇଜରକୁ ପୁଣି ଥରେ ରଖିଦେଉଛନ୍ତି। ଆଉ ଦେଖଉନ୍ତି ଯେ ଦେଖ ମୁଁ କିଛି ନେଇନି ରଖିଦେଲି। ବିଶ୍ୱାସ କରନ୍ତୁ ଏହି ପୂରା ଘଟଣାକୁ ଆପଣ ବି ଦେଖିଲେ ନିଜ ହସକୁ ରୋକିପାରିବେନି।

ଏହି ଭିଡିଓକୁ ଫେସବୁକ ପେଜ Kondotty Abuରେ ସେୟାର କରାଯାଇଛି। ଯାହା ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓ ସେୟାର ହେବାର ମାତ୍ର କିଛି ଘଣ୍ଟା ଭିତରେ ଖୁବ୍‌ ସେୟାର ହୋଇଥିଲା। ଆଉ ଲୋକମାନେ ମଧ୍ୟ ଏହି ଭିଡିଓକୁ ଦେଖି ଖୁବ୍‌ ପସନ୍ଦ କରୁଛନ୍ତି ଆଉ ହସି ହସି ବେଦମ ମଧ୍ୟ ହୋଇଯାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.