Categories: ସ୍ପେଶାଲ

ରେଡ୍‌ ଲେଡି ନାମରେ ଜଣାଶୁଣା ଏହି ମହିଳା, ଜାଣନ୍ତୁ ନାଲି ରଙ୍ଗର ପୋଷାକ ପିନ୍ଧିବା ପଛର କାହାଣୀ

ୟୁରୋପର ବୋସନିଆ ସ୍ଥିତ ଛୋଟ ସହର ବ୍ରିଜ୍ ବାସିନ୍ଦା ଜୋରିକା ରିବରନିକ୍ ଙ୍କୁ ବୋସନିଆବାସୀ ‘ରେଡ୍ ଲେଡି’ନାମରେ ଜାଣନ୍ତି । କାରଣ ଜୋରିକାଙ୍କ ଘରର ରଙ୍ଗ ନାଲି । ଖାଲି ସେତିକି ନୁହେଁ ଜୋରିକାଙ୍କ ଘର ଭିତରେ ଥିବା ସମସ୍ତ ଆସବାବପତ୍ର ମଧ୍ୟ ନାଲି ରଙ୍ଗର।

ଏହାବ୍ୟତୀତ ଜୋରିକା ନିଜର ଜୀବନ ଶୈଳୀରେ ନାଲି ରଙ୍ଗର ପ୍ଲେଟରେ ଖାଦ୍ୟ ଖାଇବା ସହିତ ନାଲି ରଙ୍ଗର ଗ୍ଲାସରେ ପାଣି ପିଇଥାନ୍ତି। ୬୭ ବର୍ଷୀୟା ଜୋରିକାଙ୍କୁ ଯେତେବେଳେ ୧୮ ବର୍ଷ ବୟସ ହୋଇଥିଲା, ସେବେଠାରୁ ସେ ନାଲି ରଙ୍ଗର ପୋଷାକ ପିନ୍ଧିବା ଆରମ୍ଭ କରିଥିଲେ । ଏହାର କାରଣ ସେ ନିଜେ ବି ଜାଣିନାହାନ୍ତି । ସେବେଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୪୦ ଦଶକ ଧରି ସେ ନାଲି ରଙ୍ଗର ପୋଷାକ ପିନ୍ଧିବା ସହିତ କେଶକୁ ମଧ୍ୟ ନିଜର ପ୍ରିୟ ରଙ୍ଗରେ ରଙ୍ଗେଇଛନ୍ତି ।

ଏଥିସହ ସେ ନିଜର ବିବାହ ସମୟରେ ମଧ୍ୟ ନାଲି ରଙ୍ଗର ଗାଉନ୍ ପିନ୍ଧିଥିଲେ। ଏପରିକି ସେ କୌଣସି ବ୍ୟକ୍ତି ବିଶେଷଙ୍କ ଅନ୍ତିମ ସଂସ୍କାରରେ ମଧ୍ୟ ନାଲି ରଙ୍ଗର ପୋଷାକ ପିନ୍ଧିବା ପାଇଁ ପସନ୍ଦ କରିଥାନ୍ତି। ଜୋରିକା ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ । ତାଙ୍କର ଏଭଳି ସଉକ ପାଇଁ ଏବେ ସେ ସମଗ୍ର ୟୁରୋପରେ ପରିଚିତ ହେବାକୁ ଲାଗିଲେଣି । କୌଣସି ସେଲିବ୍ରିଟିଙ୍କଠୁ ମଧ୍ୟ କମ୍ ନୁହନ୍ତି ଜୋରିକା । ଜୋରିକାଙ୍କ କହିବା ଅନୁଯାୟୀ ସେ ତାଙ୍କ ଜୀବନକୁ ଏପରି ନାଲି ରଙ୍ଗରେ ହିଁ ବିତାଇଛନ୍ତି ଏବଂ ଏପରି ରହିବା ମଧ୍ୟ ଯୋଜନା ପସ୍ତୁତି କରିଛନ୍ତି।

KNews Bureau

Recent Posts

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

20 mins ago

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

1 hour ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

2 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

3 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

4 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

4 hours ago