ରେଡ୍‌ ଲେଡି ନାମରେ ଜଣାଶୁଣା ଏହି ମହିଳା, ଜାଣନ୍ତୁ ନାଲି ରଙ୍ଗର ପୋଷାକ ପିନ୍ଧିବା ପଛର କାହାଣୀ

ୟୁରୋପର ବୋସନିଆ ସ୍ଥିତ ଛୋଟ ସହର ବ୍ରିଜ୍ ବାସିନ୍ଦା ଜୋରିକା ରିବରନିକ୍ ଙ୍କୁ ବୋସନିଆବାସୀ ‘ରେଡ୍ ଲେଡି’ନାମରେ ଜାଣନ୍ତି । କାରଣ ଜୋରିକାଙ୍କ ଘରର ରଙ୍ଗ ନାଲି । ଖାଲି ସେତିକି ନୁହେଁ ଜୋରିକାଙ୍କ ଘର ଭିତରେ ଥିବା ସମସ୍ତ ଆସବାବପତ୍ର ମଧ୍ୟ ନାଲି ରଙ୍ଗର।

ଏହାବ୍ୟତୀତ ଜୋରିକା ନିଜର ଜୀବନ ଶୈଳୀରେ ନାଲି ରଙ୍ଗର ପ୍ଲେଟରେ ଖାଦ୍ୟ ଖାଇବା ସହିତ ନାଲି ରଙ୍ଗର ଗ୍ଲାସରେ ପାଣି ପିଇଥାନ୍ତି। ୬୭ ବର୍ଷୀୟା ଜୋରିକାଙ୍କୁ ଯେତେବେଳେ ୧୮ ବର୍ଷ ବୟସ ହୋଇଥିଲା, ସେବେଠାରୁ ସେ ନାଲି ରଙ୍ଗର ପୋଷାକ ପିନ୍ଧିବା ଆରମ୍ଭ କରିଥିଲେ । ଏହାର କାରଣ ସେ ନିଜେ ବି ଜାଣିନାହାନ୍ତି । ସେବେଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୪୦ ଦଶକ ଧରି ସେ ନାଲି ରଙ୍ଗର ପୋଷାକ ପିନ୍ଧିବା ସହିତ କେଶକୁ ମଧ୍ୟ ନିଜର ପ୍ରିୟ ରଙ୍ଗରେ ରଙ୍ଗେଇଛନ୍ତି ।

red ladyଏଥିସହ ସେ ନିଜର ବିବାହ ସମୟରେ ମଧ୍ୟ ନାଲି ରଙ୍ଗର ଗାଉନ୍ ପିନ୍ଧିଥିଲେ। ଏପରିକି ସେ କୌଣସି ବ୍ୟକ୍ତି ବିଶେଷଙ୍କ ଅନ୍ତିମ ସଂସ୍କାରରେ ମଧ୍ୟ ନାଲି ରଙ୍ଗର ପୋଷାକ ପିନ୍ଧିବା ପାଇଁ ପସନ୍ଦ କରିଥାନ୍ତି। ଜୋରିକା ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ । ତାଙ୍କର ଏଭଳି ସଉକ ପାଇଁ ଏବେ ସେ ସମଗ୍ର ୟୁରୋପରେ ପରିଚିତ ହେବାକୁ ଲାଗିଲେଣି । କୌଣସି ସେଲିବ୍ରିଟିଙ୍କଠୁ ମଧ୍ୟ କମ୍ ନୁହନ୍ତି ଜୋରିକା । ଜୋରିକାଙ୍କ କହିବା ଅନୁଯାୟୀ ସେ ତାଙ୍କ ଜୀବନକୁ ଏପରି ନାଲି ରଙ୍ଗରେ ହିଁ ବିତାଇଛନ୍ତି ଏବଂ ଏପରି ରହିବା ମଧ୍ୟ ଯୋଜନା ପସ୍ତୁତି କରିଛନ୍ତି।