ଜାଣନ୍ତିକି ୬.୬ କୋଟି ବର୍ଷ ପୂର୍ବେ ସମୁଦ୍ରରେ ହୋଇଥିଲା ଏକ ସାମୁହିକ ବିନାଶ

ପ୍ରାୟ ୬.୬ କୋଟି ବର୍ଷ ପୂର୍ବେ ପୃଥିବୀ ଉପରେ ଉଲ୍କା ପିଣ୍ଡ ପଡ଼ିଥିବାରୁ ସାମୁହିକ ବିନାଶ ହୋଇଥିଲା । ଏଥିରେ ବହୁ ଜୀବଜନ୍ତୁଙ୍କର ସମ୍ପୂର୍ଣ ନାଶ ହୋଇଥିଲା । ଏହି ସମୟରେ ପୃଥିବୀ ବାୟୁମଣ୍ଡଳରେ ସଲଫରର ମାତ୍ରା ବଢ଼ିଯାଇଥିବାରୁ ଯାହାଦ୍ୱାରା ଏହା ପୃଷ୍ଠରେ ଥିବା ସାଗର ତଥା ମହାସାଗର ଗୁଡିକର ଜଳ ଅଧିକ ମାତ୍ରାରେ ଅମ୍ଳୀୟ ହୋଇଯାଇଥିଲା । ଏହି ସମ୍ବନ୍ଧରେ ଏକ ଗବେଷଣା ମାଧ୍ୟମରେ ହିଁ ବୈଜ୍ଞାନିକ ମାନଙ୍କୁ ଜଣା ପଡିଥିଲା । ଆମେରିକାର ୟେଲ ବିଶ୍ୱବିଦ୍ୟାଳୟର ଗବେଷକ ମାନଙ୍କ ଅନୁଯାୟୀ ଲକ୍ଷ ଲକ୍ଷ ବର୍ଷ ପୂର୍ବେ ପୃଥିବୀ ଉପରେ ବହୁ ପରିମାଣରେ ଉଲ୍କା ପିଣ୍ଡ ମାନ ପଡ଼ିଥିବାରୁ ପୃଥିବୀ ପୃଷ୍ଠର ବହୁ ସଂଖ୍ୟାରେ ଜୀବଜନ୍ତୁଙ୍କ ସମେତ ବହୁ ବୃକ୍ଷ ରାଜି ବି ଧ୍ବଂସ ପାଇ ଯାଇଥିଲା ।

pathara image

ତାହା ସହ ଏହି ଉଲ୍କା ପିଣ୍ଡ ମାନଙ୍କରୁ ବାହାରିଥିବା ସଲଫର ଗ୍ୟାସ ପୁରା ବାୟୁମଣ୍ଡଳକୁ ବିଷାକ୍ତ କରିଦେଇଥିଲା । ‘ପିଏନଏସ’ ନାମକ ଏକ ବିଦେଶୀ ପତ୍ରିକାରେ ପ୍ରକାଶିତ ତଥ୍ୟ ଅନୁଯାୟୀ କ୍ରେଟାସିୟସ ପେଲେଜିନ ବା ସାମୁହିକ ବିନାଶର କାରଣ ସମୁଦ୍ର ସ୍ତରର ପିଏଚ ଲେବଲରେ ପରିବର୍ତ୍ତନ ଯୋଗୁଁ ହିଁ ହୋଇଥିଲା । ଏହା ପରେ ପୃଥିବୀରୁ ବହୁ ପ୍ରାଣୀ ବିଲୁପ୍ତ ହୋଇଯାଇଥିଲେ । ସଂକ୍ଷେପରେ ଏହାକୁ କେ-ପିଜି ବିଲୁପ୍ତି ବି କୁହାଯାଏ । ଏହି ଗବେଷଣା ପାଇଁ ବୈଜ୍ଞାନିକ ମାନେ ପ୍ଳାଙ୍କଟନ ଜିବାସ୍ମ ଗୁଡିକର ରାସାୟନିକ ସଂରଚନା ଗୁଡିକର ପ୍ରୟୋଗ କରିଥିଲେ । ଏକ ଗବେଷଣାରୁ ଜଣା ଯାଇଛିକି କିଛି ସାମୁଦ୍ରିକ ଜୀବ ମାନଙ୍କର ଏହି ସମୟରେ ବିନାଶ ହୋଇଥିଲା ।

ଏହା ସହ ପଢନ୍ତୁ: ଏକଦା ସାଇକେଲ ଦୋକାନରେ ପମ୍ପ ଦେଉଥିଲେ ମାତ୍ର ଏବେ ହୋଇଛନ୍ତି ବିଧାୟକ, ଜାଣନ୍ତୁ ଏହି ବ୍ୟକ୍ତିଙ୍କ କାହାଣୀ

ଏମାନଙ୍କ ଉପର ସ୍ତର କ୍ୟାଲସିୟମ କାର୍ବୋନେଟ ଦ୍ୱାରା ଆଚ୍ଛାଦିତ ଥିଲା । ଜାଣି ରଖିବା ଉଚିତ କି କ୍ୟାଲସିୟମ କାର୍ବୋନେଟ ବା କ୍ୟାଲ୍ସିଫାୟାର ସମୁଦ୍ର ଖାଦ୍ୟ ଶୃଙ୍ଖଳାରେ ମୁଖ୍ୟ ଭୂମିକା ନିଭେଇଥାନ୍ତି । ଗବେଷକ ମାନଙ୍କ ଅନୁଯାୟୀ କେ ପିଜି ଘଟଣା ପରେ ସମସ୍ତ ସାଗର ମୃତ ପ୍ରାୟ ହୋଇଯାଇଥିଲା । ସେଥିରେ କାର୍ବନ ରିସାଇକ୍ଲିଂଗ ପ୍ରକ୍ରିୟା ମଧ୍ୟ ବନ୍ଦ ହୋଇଯାଇଥିଲା । ଅବଶ୍ୟ କେବେ କେବେ ସମୁଦ୍ର ମଧ୍ୟକୁ ଭୋଜନ କରିବା ପାଇଁ ଆସୁଥିବା ଜୀବ ଜନ୍ତୁଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥିଲା । ଏଣୁ କରି ଗଭୀର ସମୁଦ୍ରରେ କିଛି ଜୀବ ଜନ୍ତୁ ଏହା ଦାଉରୁ ରକ୍ଷା ପାଇଯାଇଥିଲେ । କିନ୍ତୁ ଏହି ସାମୁହିକ ବିନାଶ ଘଟଣାରେ କିଛି ଜୀବ ଖୁବ ପ୍ରଭାବିତ ହୋଇଥିଲେ । ସମୁଦ୍ରରେ ଅମ୍ଳର ମାତ୍ରା ବଢିଥିବା କାରଣରୁ ହିଁ ଏହି ପରି ଏକ ସାମୁହିକ ମୃତ୍ୟୁ ହୋଇଥିଲା ବୋଲି ସନ୍ଦେହ କରାଯାଉଛି ।