Below header

ଟ୍ରିପଲ ରିୟର କ୍ୟାମେରା ସହ ଲଞ୍ଚ୍‌ ହେଲା Moto G8 Plus, ଜାଣନ୍ତୁ ଫିଚର ଓ ଦାମ୍‌

ମୋଟୋରୋଲା ଜି ସିରିଜ୍‌ ମଡେଲର ଆଉ ଏକ ନୂଆ ସ୍ମାର୍ଟଫୋନ୍‌ Moto G8 Plus କୁ ଭାରତରେ ଲଞ୍ଚ୍‌ କରିଛି। ଏହି ଫୋନ୍‌ର ବିଶେଷତା ହେଉଛି ଏଥିରେ ଦିଆଯାଇଥିବା ଡେଡିକେଟେଡ୍‌ ଆକ୍ସନ କ୍ୟାମେରା। ଫୋନ୍‌ର ଦାମ୍‌ ଭାରତୀୟ ବଜାରରେ ୧୩,୯୯୯ ଟଙ୍କା ରଖାଯାଇଛି। ତେବେ ବର୍ତ୍ତମାନ ଏହାକୁ କେବଳ ୪ଜିବି+୬୪ଜିବି ଯୁକ୍ତ ସିଙ୍ଗଲ ଭାରିଏଣ୍ଟରେ ଲଞ୍ଚ୍‌ କରାଯାଇଛି। କସ୍‌ମିକ୍‌ ବ୍ଲୁ ଓ କ୍ରିଷ୍ଟାଲ ପିଙ୍କ୍‌ ଦୁଇଟି ରଙ୍ଗରେ ଏହି ଫୋନ୍‌ ଉପଲବ୍ଧ ହେଉଛି।

Moto G8 Plus ର ଫିଚର:

ଡୁଆଲ ସିମ୍‌ ସପୋର୍ଟ ଥିବା ଏହି ଫୋନ୍‌ ଷ୍ଟକ୍‌ ଆଣ୍ଡ୍ରଏଡ୍‌ରେ ଚାଲିବା କ୍ଷମତା ରଖିଛି। ଫୋନ୍‌ରେ ୬.୩ ଇଞ୍ଚ୍‌ର ଫୁଲ ଏଚ୍‌ଡି+(୧୦୮୦x୨୨୮୦ ପିକ୍ସେଲ)IPS LCD ଦିଆଯାଇଛି। ଏଥିରେ Adreno 610 GPU ଏବଂ 4GB LPDDR4 ରାମ୍‌ ସହ 2.0GHz ଅକ୍ଟା କୋର୍‌ କ୍ୱାଲକମ୍‌ ସ୍ନାପଡ୍ରାଗନ୍‌ ୬୬୫ ପ୍ରୋସେସର ଉପଲବ୍ଧ ଅଛି।

Moto G8 Plus ର ରିୟରରେ ଟ୍ରିପଲ କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ଫୋନ୍‌ର ପ୍ରାଇମେରି କ୍ୟାମେରା ୪୮ଏମ୍‌ପିର ଥିବା ବେଳେ ଏଥିରେ ୧୬ଏମ୍‌ପି ଡେଡିକେଟେଡ୍‌ ଆକ୍ସନ୍‌ କ୍ୟାମେରା ଏବଂ ୫ ଏମ୍‌ପି ଡେପ୍‌ଥ ସେନ୍ସର ଦିଆଯାଇଛି। ସେଲ୍‌ଫି ପାଇଁ ଫୋନ୍‌ରେ f/2.2 ଅପର୍ଚର ସହ ୨୫ ଏମ୍‌ପି କ୍ୟାମେରା ଦିଆଯାଇଛି। କ୍ୟାମେରାରେ ଡେଡିକେଟେ୍‌ ନାଇଟ୍‌ ମୋଡ୍‌ ମଧ୍ୟ ରହିଛି।

ଏହାସହ ପଢନ୍ତୁ: ଲଞ୍ଚ ହେଲା ଭାରତରେ ନିର୍ମିତ ଏହି ୪ଜି ସ୍ମାର୍ଟଫୋନ, ଦାମ ରହିଛି ମାତ୍ର ୩,୮୯୯ଟଙ୍କା

କନେକ୍ଟିଭିଟି ପାଇଁ Moto G8 Plus ରେ4G LTE, ବ୍ଲୁଟୁଥ୍‌ v5.0, ଓ୍ଵାଇଫାଇ 802.11 a/b/g/n/ac, କ୍ୱାଲକମ୍‌ aptX, GPS, A-GPS, GLONASS, Galileo, 3.5mm ହେଡ୍‌ଫୋନ୍‌ ଜ୍ୟାକ୍‌ ଏବଂ ଏକ USB ଟାଇପ୍‌ ସି ପୋର୍ଟ ଦିଆଯାଇଛି। ଫୋନ୍‌ର ବ୍ୟାଟେରୀ 4,000mAhର ଥିବା ବେଳେ ଏଥିରେ 15W ଟର୍ବୋପାଓ୍ଵାର ଚାର୍ଜର ମଧ୍ୟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.