ସ୍ପେଶାଲ

ମଦ ପିଇ ମହିଳାଙ୍କୁ କମେଣ୍ଟ ମାରୁଥିଲା ମାଙ୍କଡ଼, ସିଧା ଜେଲକୁ ପଠାଇଦେଲେ ଚିଡ଼ିଆଖାନା କର୍ମଚାରୀ

କୌଣସି ସଙ୍ଗୀନ୍‌ ଅପରାଧ କରିଥିଲେ ଆଇନ୍‌ ଅନୁସାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜେଲଦଣ୍ଡାଦେଶ ମିଳିଥାଏ। ସାଧାରଣତଃ ମଣିଷଙ୍କ ପାଇଁ ଏହି ବ୍ୟବସ୍ଥା ରହିଛି। କିନ୍ତୁ କୌଣସି ମାଙ୍କଡ଼କୁ ଜେଲ ହେବା ବୋଧେ କେହି କେବେ ଶୁଣିନଥିବେ। କିନ୍ତୁ ଘଟଣାଟି ସତ। କାନପୁରରେ ଏକ ଏଭଳି ଘଟଣା ଦେଖିବାକୁ ମିଳିଛି। ସେଠାରେ କାଳିଆ ନାମକ ଏକ ମାଙ୍କଡ଼କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି।

କାନପୁରର ଚିଡ଼ିଆଖାନାର ପ୍ରଶାସକର କହିବାନୁସାରେ ତିନି ବର୍ଷ ହେଲା ନିଜ କାମୁଡ଼ିବା ପ୍ରକୃତି ନ ଛାଡ଼ିବା ଯୋଗୁ ମାଙ୍କଡ଼କୁ ଏବେ ସାରା ଜୀବନ ପିଞ୍ଜରାରେ ରହିବାକୁ ପଡ଼ିବ। ଏଥିସହ ଖାସ୍‌ କରି ମହିଳାଙ୍କ ସହ ଶତ୍ରୁତା କରୁଥିବାରୁ କାଳିଆକୁ ଏବେ ଆଜୀବନ ସଜ୍ଜା କଥା ଶୁଣି ସେମାନେ ଖୁସିବ୍ୟକ୍ତ କରିଥିବା ଦେଖାଯାଇଛି। ଏନେଇ ଚିଡ଼ିଆଖାନାର ଚିକିତ୍ସାଧିକାରୀ ମହମ୍ମଦ ନାସିର କହିଛନ୍ତି ଯେ ମାଙ୍କଡ଼କୁ ଯେବେ ବି ଖୋଲି ଛଡ଼ାଯାଏ ସେ କମ୍‌ ସେ କମ୍‌ ୨୫ ଜଣଙ୍କୁ କାମୁଡ଼ିଥାଏ। ଏହି ପ୍ରକୃତି ଯୋଗୁ ତାକୁ ଏଭଳି ଦଣ୍ଡ ମିଳିଛି।

ତେବେ କାଳିଆର ଜୀବନ ଅନ୍ୟ ମାଙ୍କଡ଼ଙ୍କ ଭିନ୍ନ ଥିବା ଜଣାଯାଇଛି। ସୂଚନା ମୁତାବକ କାଳିଆ ଉତ୍ତର ପ୍ରଦେଶର ମିର୍ଜାପୁର ଜିଲ୍ଲାରେ ରହୁଥିଲା। ସେଠାରେ ସେ ଏକ ତାନ୍ତ୍ରିକ ସହ ମିଶି ମଦ ମାଂସ ଆଦି ସେବନ କରୁଥିଲା। ତାନ୍ତ୍ରିକର ମୃତ୍ୟୁ ପରେ ସେ ସ୍ଥାନୀୟ ଅଞ୍ଚଳର ମହିଳା ଓ ପିଲାଙ୍କୁ କାମୁଡ଼ିବାକୁ ଗୋଡ଼ାଉଥିଲା। ମାଙ୍କଡ଼ର ଆତଙ୍କ ଏତେ ବଢ଼ିଗଲା ଯେ ପ୍ରଶାସନ ତରଫରୁ ତାହାକୁ ଧରି ଚିଡ଼ିଆଖାନାକୁ ଅଣାଯାଇଥିଲା। ମାତ୍ର ଏଠାରେ ବି ତା’ ବଦମାସୀ ଥମିବାର ନାଁ ଧରିନଥିଲା।

ମେଡିକାଲ ରେକର୍ଡ ମୁତାବକ କାଳିଆ ଏବେ ଯାଏଁ ପ୍ରାୟ ୨୫୦ ଜଣ ମହିଳାଙ୍କୁ କାମୁଡ଼ିଛି। କେବଳ ସେତିକି ନୁହେଁ ଖାସ୍‌ କରି ମହିଳାଙ୍କୁ ଦେଖି ସେ ଅଧିକ ବିରକ୍ତ ହୋଇଯାଏ। ସେ ମହିଳାଙ୍କୁ କମେଣ୍ଟ ମାରୁଥିବା ମଧ୍ୟ କେହି କେହି ଅଭିଯୋଗ କରିଛନ୍ତି। ମହିଳାଙ୍କୁ ଦେଖି ସେ ଅଦ୍ଭୁତ ଅଙ୍ଗଭଙ୍ଗୀ କରେ ପରେ କାମୁଡ଼ି ଗୋଡ଼ାଏ। ତେବେ ମାଙ୍କଡ଼କୁ ଆଜୀବନ କାରାଦଣ୍ଡ ଘୋଷଣା ପରେ ସମୃକ୍ତ ଅଞ୍ଚଳବାସୀ ଆଶ୍ୱସ୍ତ ହୋଇଥିବା କହିଛନ୍ତି।

WCW 11

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

3 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

18 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

30 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

31 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago