Below header

ମଦ ପିଇ ମହିଳାଙ୍କୁ କମେଣ୍ଟ ମାରୁଥିଲା ମାଙ୍କଡ଼, ସିଧା ଜେଲକୁ ପଠାଇଦେଲେ ଚିଡ଼ିଆଖାନା କର୍ମଚାରୀ

କୌଣସି ସଙ୍ଗୀନ୍‌ ଅପରାଧ କରିଥିଲେ ଆଇନ୍‌ ଅନୁସାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜେଲଦଣ୍ଡାଦେଶ ମିଳିଥାଏ। ସାଧାରଣତଃ ମଣିଷଙ୍କ ପାଇଁ ଏହି ବ୍ୟବସ୍ଥା ରହିଛି। କିନ୍ତୁ କୌଣସି ମାଙ୍କଡ଼କୁ ଜେଲ ହେବା ବୋଧେ କେହି କେବେ ଶୁଣିନଥିବେ। କିନ୍ତୁ ଘଟଣାଟି ସତ। କାନପୁରରେ ଏକ ଏଭଳି ଘଟଣା ଦେଖିବାକୁ ମିଳିଛି। ସେଠାରେ କାଳିଆ ନାମକ ଏକ ମାଙ୍କଡ଼କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି।

କାନପୁରର ଚିଡ଼ିଆଖାନାର ପ୍ରଶାସକର କହିବାନୁସାରେ ତିନି ବର୍ଷ ହେଲା ନିଜ କାମୁଡ଼ିବା ପ୍ରକୃତି ନ ଛାଡ଼ିବା ଯୋଗୁ ମାଙ୍କଡ଼କୁ ଏବେ ସାରା ଜୀବନ ପିଞ୍ଜରାରେ ରହିବାକୁ ପଡ଼ିବ। ଏଥିସହ ଖାସ୍‌ କରି ମହିଳାଙ୍କ ସହ ଶତ୍ରୁତା କରୁଥିବାରୁ କାଳିଆକୁ ଏବେ ଆଜୀବନ ସଜ୍ଜା କଥା ଶୁଣି ସେମାନେ ଖୁସିବ୍ୟକ୍ତ କରିଥିବା ଦେଖାଯାଇଛି। ଏନେଇ ଚିଡ଼ିଆଖାନାର ଚିକିତ୍ସାଧିକାରୀ ମହମ୍ମଦ ନାସିର କହିଛନ୍ତି ଯେ ମାଙ୍କଡ଼କୁ ଯେବେ ବି ଖୋଲି ଛଡ଼ାଯାଏ ସେ କମ୍‌ ସେ କମ୍‌ ୨୫ ଜଣଙ୍କୁ କାମୁଡ଼ିଥାଏ। ଏହି ପ୍ରକୃତି ଯୋଗୁ ତାକୁ ଏଭଳି ଦଣ୍ଡ ମିଳିଛି।

This crazy monkey 'Kalua' gets life imprisonment, if he knows his ...ତେବେ କାଳିଆର ଜୀବନ ଅନ୍ୟ ମାଙ୍କଡ଼ଙ୍କ ଭିନ୍ନ ଥିବା ଜଣାଯାଇଛି। ସୂଚନା ମୁତାବକ କାଳିଆ ଉତ୍ତର ପ୍ରଦେଶର ମିର୍ଜାପୁର ଜିଲ୍ଲାରେ ରହୁଥିଲା। ସେଠାରେ ସେ ଏକ ତାନ୍ତ୍ରିକ ସହ ମିଶି ମଦ ମାଂସ ଆଦି ସେବନ କରୁଥିଲା। ତାନ୍ତ୍ରିକର ମୃତ୍ୟୁ ପରେ ସେ ସ୍ଥାନୀୟ ଅଞ୍ଚଳର ମହିଳା ଓ ପିଲାଙ୍କୁ କାମୁଡ଼ିବାକୁ ଗୋଡ଼ାଉଥିଲା। ମାଙ୍କଡ଼ର ଆତଙ୍କ ଏତେ ବଢ଼ିଗଲା ଯେ ପ୍ରଶାସନ ତରଫରୁ ତାହାକୁ ଧରି ଚିଡ଼ିଆଖାନାକୁ ଅଣାଯାଇଥିଲା। ମାତ୍ର ଏଠାରେ ବି ତା’ ବଦମାସୀ ଥମିବାର ନାଁ ଧରିନଥିଲା।

kanpur monkey kaalia got life imprisonment by kanpur zoo know ...ମେଡିକାଲ ରେକର୍ଡ ମୁତାବକ କାଳିଆ ଏବେ ଯାଏଁ ପ୍ରାୟ ୨୫୦ ଜଣ ମହିଳାଙ୍କୁ କାମୁଡ଼ିଛି। କେବଳ ସେତିକି ନୁହେଁ ଖାସ୍‌ କରି ମହିଳାଙ୍କୁ ଦେଖି ସେ ଅଧିକ ବିରକ୍ତ ହୋଇଯାଏ। ସେ ମହିଳାଙ୍କୁ କମେଣ୍ଟ ମାରୁଥିବା ମଧ୍ୟ କେହି କେହି ଅଭିଯୋଗ କରିଛନ୍ତି। ମହିଳାଙ୍କୁ ଦେଖି ସେ ଅଦ୍ଭୁତ ଅଙ୍ଗଭଙ୍ଗୀ କରେ ପରେ କାମୁଡ଼ି ଗୋଡ଼ାଏ। ତେବେ ମାଙ୍କଡ଼କୁ ଆଜୀବନ କାରାଦଣ୍ଡ ଘୋଷଣା ପରେ ସମୃକ୍ତ ଅଞ୍ଚଳବାସୀ ଆଶ୍ୱସ୍ତ ହୋଇଥିବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.