Below header

ସ୍ଵତନ୍ତ୍ର ବିମାନରେ ଦୁବାଇରୁ ଓଡିଶା ଫେରୁଛନ୍ତି ୨୧୦ଜଣ ଓଡ଼ିଆ

ଯାଜପୁର ଟାଉନ: ଆଜି ଆଉ ଏକ ସ୍ଵତନ୍ତ୍ର ବିମାନରେ ଦୁବାଇରୁ ୨୧୦ଜଣ ଓଡ଼ିଆ ଓଡିଶା ଫେରୁଛନ୍ତି। ଏହି ବିମାନରେ ଯାଜପୁର ଜିଲ୍ଲାରୁ ୧୫ ଜଣ ଥିବା ଜଣାପଡ଼ିଛି। କୋରୋନା ଯୋଗୁଁ ଦୁବାଇରେ ଫସିଥିବା ଓଡ଼ିଆ ମାନଙ୍କୁ ସାହାଯ୍ୟ କରିବା ପାଇଁ ଓଡ଼ିଆ ସମାଜ ପକ୍ଷରୁ ଏହି ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇଛି।

ଆଜି ଅପରାହ୍ନ ୪.୩୦ମିନିଟରେ ଏହି ସ୍ୱତନ୍ତ୍ର ବିମାନ ଭୁବନେଶ୍ୱରରେ ପହଞ୍ଚିବ। ଏଥିପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଆ ସମାଜ ପକ୍ଷରୁ ଧନ୍ୟବାଦ ଦିଆଯାଇଛି। ପୂର୍ବରୁ ଓଡ଼ିଆ ସମାଜ ପକ୍ଷରୁ ପ୍ରଥମେ ଏକ ସ୍ୱତନ୍ତ୍ର ବିମାନରେ ଓଡ଼ିଆଙ୍କୁ ଓଡିଶାକୁ ଅଣାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.