Below header

ଭଦ୍ରକ: ମୋହନପୁର ସମୁଦ୍ର ମୁହାଣରୁ ମିଳିଲା ବିରାଟ କାଠଗଡ, ଆଧ୍ୟାତ୍ମିକ ପରିବେଶରେ ଦାରୁ ଭାବି ଗାଁକୁ ଆଣିଲେ ଲୋକେ

ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପଢୁଆଁ ମୋହନପୁର ସମୁଦ୍ର ମୁହାଣରେ ଲାଗିଛି ଏକ ବିରାଟ କାଠଗଡ । ଯେଉଁ କାଠଗଡରେ ନାଲି କପଡା ଘୋଡାଯାଇଛି । ଗତକାଲି ରାତିରେ ମତ୍ସଜୀବୀ ନନ୍ଦକିଶୋର ମାଝୀ ଓ ତାଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ମାଝୀ ମୋହନପୁର ମୁହାଣରେ ମାଛ ଧରିବାକୁ ବେଡ ବସାଇବା ପାଇଁ ଯାଇଥିଲେ । ଫେରିବା ବାଟରେ ଏକ ବଡ କାଠଗଡରେ ନାଲି କପଡା ବନ୍ଧା ଯାଇଥିବାର ଦେଖିବାକୁ ପାଇଥିଲେ ।

ବାପ ଓ ପୁଅ ଦୁଇ ଜଣ ବହୁ କଷ୍ଟରେ ଗଡଟିକୁ ଟାଣି ଟାଣି ଆଣି ଏକ ବେଡ ଖୁଣ୍ଟିରେ ବାନ୍ଧି ପକାଇ ଥିଲେ। ଗାଁ କୁ ଆସି ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ। ବିଳମ୍ବିତ ରାତିରେ କିଛି ମସ୍ୟଜୀବୀ ମୋହନପୁର ମୁହାଣରେ ଖୋଜିଥିଲେ । ବହୁ ଖୋଜାଖୋଜି କରି ଅନ୍ୟ ଏକ ସ୍ଥାନରେ ଲାଗିଥିବାର ଠାବ କରିଥିଲେ । ଗଡକୁ ଏକ ବନିଗଛରେ ବାନ୍ଧି ଦେଇଥିଲେ ।

woodସକାଳେ ଖବର ପାଇ ନିକଟସ୍ଥ ଗ୍ରାମବାସୀମାନେ ମୋହନପୁର ମୁହାଣରେ ରୁଣ୍ଡ ହୋଇଥିଲେ । ଗ୍ରାମବାସୀଙ୍କ ମନରେ ଆଧ୍ୟାତ୍ମିକ ଭାବନା ସୃଷ୍ଟି ହେବା ସହିତ ମୋହନପୁର ଗ୍ରାମର ଅଧାଗଢା ଜଗନ୍ନାଥ ମନ୍ଦିର ବିଗ୍ରହ ନିର୍ମାଣ କରିବା ପାଇଁ ଗଡ ଆସିଛି ବୋଲି ଧାରଣା ହୋଇଛି । ସକାଳେ ସମୁଦ୍ରରେ ଜୁଆର ଥିବାରୁ ଦାରୁ ମିଳିନଥିଲା । ଜୁଆର ଛାଡି ଯିବାରୁ ସ୍ଥାନୀୟ ଲୋକେ ଖୋଜାଖୋଜି କରିବା ପରେ ବନି ଜଙ୍ଗଲ ମଧ୍ୟରୁ ଦାରୁ ଉଦ୍ଧାର କରାଯାଇଛି । ଏହି ଦାରୁକୁ ଆଧ୍ୟାତ୍ମିକ ପରିବେଶରେ ଭିତର ଘଣ୍ଟ ହୁଳହୁଳି ଦେଇ ଗାଁ ଙ୍କୁ ଅଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.