ରାଜ୍ୟ

ଭଦ୍ରକ: ମୋହନପୁର ସମୁଦ୍ର ମୁହାଣରୁ ମିଳିଲା ବିରାଟ କାଠଗଡ, ଆଧ୍ୟାତ୍ମିକ ପରିବେଶରେ ଦାରୁ ଭାବି ଗାଁକୁ ଆଣିଲେ ଲୋକେ

ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପଢୁଆଁ ମୋହନପୁର ସମୁଦ୍ର ମୁହାଣରେ ଲାଗିଛି ଏକ ବିରାଟ କାଠଗଡ । ଯେଉଁ କାଠଗଡରେ ନାଲି କପଡା ଘୋଡାଯାଇଛି । ଗତକାଲି ରାତିରେ ମତ୍ସଜୀବୀ ନନ୍ଦକିଶୋର ମାଝୀ ଓ ତାଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ମାଝୀ ମୋହନପୁର ମୁହାଣରେ ମାଛ ଧରିବାକୁ ବେଡ ବସାଇବା ପାଇଁ ଯାଇଥିଲେ । ଫେରିବା ବାଟରେ ଏକ ବଡ କାଠଗଡରେ ନାଲି କପଡା ବନ୍ଧା ଯାଇଥିବାର ଦେଖିବାକୁ ପାଇଥିଲେ ।

ବାପ ଓ ପୁଅ ଦୁଇ ଜଣ ବହୁ କଷ୍ଟରେ ଗଡଟିକୁ ଟାଣି ଟାଣି ଆଣି ଏକ ବେଡ ଖୁଣ୍ଟିରେ ବାନ୍ଧି ପକାଇ ଥିଲେ। ଗାଁ କୁ ଆସି ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ। ବିଳମ୍ବିତ ରାତିରେ କିଛି ମସ୍ୟଜୀବୀ ମୋହନପୁର ମୁହାଣରେ ଖୋଜିଥିଲେ । ବହୁ ଖୋଜାଖୋଜି କରି ଅନ୍ୟ ଏକ ସ୍ଥାନରେ ଲାଗିଥିବାର ଠାବ କରିଥିଲେ । ଗଡକୁ ଏକ ବନିଗଛରେ ବାନ୍ଧି ଦେଇଥିଲେ ।

ସକାଳେ ଖବର ପାଇ ନିକଟସ୍ଥ ଗ୍ରାମବାସୀମାନେ ମୋହନପୁର ମୁହାଣରେ ରୁଣ୍ଡ ହୋଇଥିଲେ । ଗ୍ରାମବାସୀଙ୍କ ମନରେ ଆଧ୍ୟାତ୍ମିକ ଭାବନା ସୃଷ୍ଟି ହେବା ସହିତ ମୋହନପୁର ଗ୍ରାମର ଅଧାଗଢା ଜଗନ୍ନାଥ ମନ୍ଦିର ବିଗ୍ରହ ନିର୍ମାଣ କରିବା ପାଇଁ ଗଡ ଆସିଛି ବୋଲି ଧାରଣା ହୋଇଛି । ସକାଳେ ସମୁଦ୍ରରେ ଜୁଆର ଥିବାରୁ ଦାରୁ ମିଳିନଥିଲା । ଜୁଆର ଛାଡି ଯିବାରୁ ସ୍ଥାନୀୟ ଲୋକେ ଖୋଜାଖୋଜି କରିବା ପରେ ବନି ଜଙ୍ଗଲ ମଧ୍ୟରୁ ଦାରୁ ଉଦ୍ଧାର କରାଯାଇଛି । ଏହି ଦାରୁକୁ ଆଧ୍ୟାତ୍ମିକ ପରିବେଶରେ ଭିତର ଘଣ୍ଟ ହୁଳହୁଳି ଦେଇ ଗାଁ ଙ୍କୁ ଅଣାଯାଇଛି ।

Sonalisa

Recent Posts

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

20 mins ago

ନିର୍ଵାଚନ ପରବର୍ତ୍ତୀ ହିଂସା, ଦୁଇ ପରିବାରରୁ ୭ ଆହତ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…

23 mins ago

ଟାୱାର ଖୁଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ମୃତ୍ୟୁର କାରଣ ଅସ୍ପଷ୍ଟ

ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…

45 mins ago

ବିବାହ ବନ୍ଧନରେ ଆବଦ୍ଧ ହେଲେ ଭେଙ୍କଟେଶ ଆୟର, ଶ୍ରୁତି ରଘୁନାଥନଙ୍କ ଧରିଲେ ହାତ

ଭାରତୀୟ ଟିମ୍‌ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…

48 mins ago

ଗରମରୁ ଏଭଳି ବଞ୍ଚାନ୍ତୁ ନିଜ ଫୋନ, ନଚେତ ହୋଇପାରେ ଅନେକ ସମସ୍ୟା

ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…

1 hour ago

ଗାଡ଼ି ଚଲାଇବା ସମୟରେ ମୋବାଇଲରେ ହେଉଥିଲେ କଥା, ଗାଡ଼ି ସହ ମୋବାଇଲ୍ ଜବତ

ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…

1 hour ago