Categories: ସ୍ପେଶାଲ

ମ୍ୟାନ୍‌ ନୁହେଁ ମଙ୍କି! ଏମିତି ରେସ୍ତୋରାଁ ଯେଉଁଠି ମାଙ୍କଡ଼ ପରଷନ୍ତି ଖାଦ୍ୟ, ଜାଣନ୍ତୁ କେତେ ପାଆନ୍ତି ଦରମା

ମାଙ୍କଡ଼ଙ୍କୁ ମନୁଷ୍ୟଙ୍କ ପୂର୍ବଜ କୁହାଯାଏ। ବୁଦ୍ଧିମତା ତଥା ପ୍ରଖର ବୁଦ୍ଧି ଦୃଷ୍ଟିରୁ ଦେଖିବାକୁ ଗଲେ ମଣିଷର ସବୁଠାରୁ ନିକଟତର ହେଉଛନ୍ତି ମାଙ୍କଡ଼। ଏହାକୁ ନିଜ ଆଖିରେ ଦେଖିବାକୁ ଚାହୁଁଥିଲେ ଆପଣଙ୍କୁ ଜାପାନର ରାଜଧାନୀ ଟୋକିଓ ସ୍ଥିତ କାବୁକୀ ରେସ୍ତୋରାଁକୁ ଯିବାକୁ ପଡ଼ିବ। ଏହି ରେସ୍ତୋରାଁରେ ୱେଟର୍‌ ଭାବେ ମଣିଷ ନୁହେଁ ବରଂ ମାଙ୍କଡ଼ମାନେ କାମ କରୁଛନ୍ତି।

କାବୁକୀ ରେସ୍ତୋରାଁରେ ୨୦୦୮ ମସିହାରୁ ୟେଟ ଚେନ୍‌ ଓ ଫୁକୁ ଚେନ୍‌ ନାମକ ଦୁଇଟି ମାଙ୍କଡ଼ କାମ କରୁଛନ୍ତି। ସେମାନଙ୍କ ମଧ୍ୟରେ ବଡ଼ ହେଉଛି ୟେଟ୍‌ ଚେନ୍‌। କୌଣସି ଗ୍ରାହକ ରେସ୍ତୋରାଁକୁ ପ୍ରବେଶ କରିବା ପରେ ମାଙ୍କଡ଼ ଦୁଇଟି କାମରେ ଲାଗିପଡ଼ିଥାନ୍ତି। ଜଣେ ଗ୍ରାହକଙ୍କୁ ସିଟ୍‌ ପର୍ଯ୍ୟନ୍ତ ଧରି ନେଉଥିବା ବେଳେ ଆଉ ଜଣେ ହାତ ପୋଛିବାକୁ ଟାୱେଲ ବଢ଼ାଇଦିଅନ୍ତି। ଜଣେ ଅର୍ଡର ନେଉଥିବା ବେଳେ ଆଉ ଜଣେ ଅର୍ଡର ସର୍ଭ କରୁଥିବା ଦେଖିବାକୁ ମିଳିଛି।

ରେସ୍ତୋରାଁର ମାଲିକଙ୍କ କହିବାନୁସାରେ ସେ ମାଙ୍କଡ଼ ଦୁଇଟିକୁ ପାଳିବା ପାଇଁ ଆଣିଥିଲେ। ମାତ୍ର ଯେତେବେଳେ ୟେଟ୍‌ ଚେନ୍‌ କାମଗୁଡ଼ିକୁ ଖୁବ୍‌ ମନ ଦେଇ କରିବା ଆରମ୍ଭ କରିଥିଲା, ସେତେବେଳେ ସେ ତା’ କାମ ଦେଖିବାକୁ ମନସ୍ଥ କରିଥିଲେ। ଥରେ ଗ୍ରାହକ ଆସିବା ପରେ ମାଲିକ ୟେଟ୍‌କୁ ଟାୱେଲ ଦେଇଥିଲେ, ୟେଟ୍‌ ଟାେଓ୍ଵଲକୁ ସିଧାସଳଖ ଗ୍ରାହକଙ୍କୁ ନେଇ ଦେଇଥିଲା, ଯେମିତି ମାଲିକ କରନ୍ତି। ମାଲିକଙ୍କ କହିବାନୁସାରେ ସେ ୟେଟ୍‌କୁ କୌଣସି ପ୍ରକାର ଟ୍ରେନିଂ ଦେଇନାହାନ୍ତି। ସେ ଦେଖି ଦେଖି ସବୁ ଜିନିଷ ଅନୁକରଣ କରୁଛନ୍ତି। ମାତ୍ର ଫୁକ୍‌ ଚେନ୍‌କୁ ସେ ଟ୍ରେନିଂ ଦେଇଥିବା କହିଛନ୍ତି।

ମାଙ୍କଡ଼ ଦ୍ୱୟଙ୍କ କାର୍ଯ୍ୟକୁ ଦେଖି ଗ୍ରାହକମାନେ ମଧ୍ୟ ଖୁସିବ୍ୟକ୍ତ କରିଥାନ୍ତି। ମାଙ୍କଡ଼ଙ୍କ ଏଭଳି ଅଦ୍ଭୁତ କାମ ଦେଖିବାକୁ ଏହି ରେସ୍ତୋରାଁକୁ ବହୁ ଦୂରଦୂରାନ୍ତରୁ ଲୋକେ ଆସିଥାନ୍ତି। ତେବେ ସବୁଠାରୁ ମଜାକଥା ହେଉଛି ଏହି ମଙ୍କି ୱେଟର୍‌ମାନଙ୍କୁ ପେମେଣ୍ଟ ଭାବେ କେବଳ ସୋୟାବିନ୍‌ର ଚିପ୍ସ ଦିଆଯାଇଥାଏ।

୨୦୦୮ ମସିହାରେ ମାଙ୍କଡ଼ମାନେ ଯେବେ କାମ ଆରମ୍ଭ କଲେ, ସେତେବେଳେ ସେମାନେ କେବଳ ଡ୍ରେସ୍‌ ପିନ୍ଧି କାମ କରୁଥିଲେ। ମାତ୍ର ପରେ ସେମାନଙ୍କୁ ହ୍ୟୁମାନ୍‌ ମାସ୍କ ବା ମଣିଷଙ୍କ ମୁଖା ପିନ୍ଧିବାକୁ ଦିଆଗଲା। ଫଳରେ ଗ୍ରାହକମାନେ ଫ୍ୟାମିଲିଆର୍‌ ଫିଲ୍‌ କରି ଆଉ ଭୟଭୀତ ହେବେ ନାହିଁ।

ଏହାସହ ପଢନ୍ତୁ: ଗଛ ଉଠାଇଲା ପୃଥିବୀର ପ୍ରଥମ ବଟନିକାଲ ସେଲ୍‌ଫି, ପ୍ରତି ୨୦ ସେକେଣ୍ଡରେ ଉଠାଉଛି ଗୋଟିଏ ଫଟୋ

ଜାପାନରେ ଆନିମଲ ଆକ୍ଟ ବହୁତ କଡ଼ା ହୋଇଥିବାରୁ ମାଲିକ ପଶୁଙ୍କୁ କାମରେ ବ୍ୟବହାର କରିବା ପୂର୍ବରୁ ଆଇନଅନୁଯାୟୀ ସରକାରଙ୍କ ଠାରୁ ଅନୁମତି ଆଣିଛନ୍ତି। ଦିନ ମଧ୍ୟରେ ମାତ୍ର କିଛି ଘଣ୍ଟା ହିଁ ସେ ମାଙ୍କଡ଼ଙ୍କୁ କାମ କରାଇଥାନ୍ତି। ଏଥିପାଇଁ ସେ ଆହୁରି ୩ଟି ମାଙ୍କଡ଼ଙ୍କୁ ଟ୍ରେନିଂ ଦେଇ ପ୍ରସ୍ତୁତ କରାଉଥିବା ଜଣାଯାଇଛି।

WCW 11

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକଙ୍କର ଆଜି ସମାଜରେ ମାନ ସମ୍ମାନ ବଢିବ

ମେଷ: ପାରିବାରିକ ଜୀବନ ସୁଖମୟ ହେବ । ଆୟ ହ୍ରାସ ଏବଂ ଖର୍ଚ୍ଚ ବୃଦ୍ଧି ହେବ । ପ୍ରଗତିର ସମ୍ଭାବନା…

3 hours ago

ଆସନ୍ତାକାଲି ମଙ୍ଗଳ ଆଳତୀ ପରେ ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ୱାର

ଭୁବନେଶ୍ୱର (କେନ୍ୟୁଜ୍‌) : ମୋହନ ମାଝୀଙ୍କ ବିଜେପି ସରକାର ଆଜି ଶପଥ ନେବା ପରେ କ୍ୟାବିନେଟରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ…

5 hours ago

ମା ଯଶୋଦା କଳା ପରିଷଦ ପକ୍ଷରୁ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ସଙ୍ଗୀତ ମାଧ୍ୟମରେ ଜଣାଇଲେ ଶୁଭେଚ୍ଛା

ଯାଜପୁର(କେନ୍ୟୁଜ୍‌): ନୂତନ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ ସଙ୍ଗୀତ ମାଧ୍ୟମରେ ସ୍ୱାଗତ ଓ ସମ୍ବର୍ଦ୍ଧନା। ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁରର ଅଗ୍ରଣୀ…

6 hours ago

ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ

ଭୁବନେଶ୍ୱର(କେନ୍ୟୁଜ୍‌): ମୋହନ ମାଝୀ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ । ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ…

6 hours ago

ଚିକିତ୍ସା ସୁବିଧା ପାଇଁ କିଏ ଭଲ ଏବେ ଆପଣ ହିଁ ବିଚାର କରନ୍ତୁ

ଦେହ ଅଛି ତ ରୋଗ ଅଛି । ସେଥିଲାଗି ତ କୁହାଯାଏ, ସ୍ୱାସ୍ଥ୍ୟ ହିଁ ସମ୍ପଦ । ପ୍ରତିଟି ଜୀବନ…

6 hours ago

ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି

ଭୁବନେଶ୍ୱର(କେନ୍ୟୁଜ୍‌): ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି । ବିଧାନସଭା ବାଚସ୍ପତି ଭାବେ ରଣପୁରର ବିଧାୟିକାଙ୍କ ନାଁକୁ ନେଇ ଚର୍ଚ୍ଚା…

7 hours ago