ଆମ ଦେଶରେ ରାଜାରାଜୁଡ଼ା ଅମଳରୁ ରହିଛି ଅନେକ ପୁରାତନ ଦୁର୍ଗ । ଏହାଭିତରୁ କେତେକ ଦୁର୍ଗ ସବୁବେଳେ ରହସ୍ୟମୟ ହୋଇ ରହିଛି । ଯାହା ସମ୍ପର୍କରେ ଏବେଯାଏଁ କେହିବି କିଛି ସଠିକ୍ ତଥ୍ୟ ଦେଇପାରି ନାହାନ୍ତି । ଏପରି ଏକ ଦୁର୍ଗ ରହିଛି ଉତ୍ତର ପ୍ରଦେଶରେ । ତାହେଲେ ଆସନ୍ତୁ ଜାଣିବା ଏହି ରହସ୍ୟମୟ ଦୁର୍ଗ ବିଷୟରେ ..।
ଏହି ରହସ୍ୟମୟ ଦୁର୍ଗ ରହିଛି ଗଢ଼କୁଣ୍ଡାରରେ । ଉତ୍ତର ପ୍ରଦେଶର ଝାନ୍ସି ଠାରୁ ପାଖାପାଖି ୭୦ କିଲୋମିଟର ଦୂରରେ ଅବସ୍ଥିତ । ଏହି ଦୁର୍ଗ ନିର୍ମାଣ ପାଇଁ ଲାଗିଥିଲା ଦୀର୍ଘ ୧୧ ବର୍ଷ । ଦୁର୍ଗରେ ୫ଟି ରାସ୍ତା ରହିଛି, ସେଥି ମଧ୍ୟରୁ ୩ଟି ରାସ୍ତା ତ ଉପରେ ଅଛି ଆଉ ବାକି ୨ଟି ରାସ୍ତା ମାଟି ତଳେ ରହିଛି । ଯଦିଓ ଏହି ଦୁର୍ଗ କିଏ ନିର୍ମାଣ କରିଛି ଓ କେବେ ତିଆରି ହୋଇଛି ସେ ବିଷୟରେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ । ତେବେ କୁହାଯାଏ ଯେ ଏହି ଦୁର୍ଗ ୧୫୦୦ରୁ ୨୦୦୦ ବର୍ଷ ପୁରୁଣା ଅଟେ । ଏଠାରେ ଚନ୍ଦେଲ, ବୁନ୍ଦେଲ ଓ ଖଙ୍ଗାର ଭଳି ଅନେକ ଶାସକମାନଙ୍କର ଶାସନ ଚାଲିଥିଲା । ଏହି ଦୁର୍ଗ ସୁରକ୍ଷା ଦୃଷ୍ଟିରୁ ବନା ଯାଇଛି । ଏଥିରେ ଏଭଳି କାରିଗରୀ ରହିଛି ଯେ ଯାହା ଆଜିବି ଲୋକମାନଙ୍କୁ ଭ୍ରମିତ କରି ରଖିଛି । ଦୁର୍ଗଟିର ନିର୍ମାଣ ଶୈଳୀ ଏଭଳି ଭାବରେ କରାଯାଇଛି ଯେ ଯାହାକି ୪/୫ କିଲୋମିଟର ଦୂରରୁ ତ ଦୃଶ୍ୟମାନ ହୁଏ କିନ୍ତୁ ପାଖକୁ ଆସିଲା ପରେ ଏହା ଅଦୃଶ୍ୟ ହୋଇଯାଏ । ଯେଉଁ ରାସ୍ତାରେ ଦୁର୍ଗଟି ଦୂରରୁ ଦେଖାଯାଏ ଯଦି ଆପଣ ସେହି ରାସ୍ତା ଦେଇ ଯିବେ ତାହେଲେ ଦୁର୍ଗ ବଦଳରେ ଅନ୍ୟ ଏକ ସ୍ଥାନରେ ପହଞ୍ଚି ଯିବେ ।
ଆଖପାଖର ଲୋକମାନଙ୍କ କୁହନ୍ତି, ବହୁ ବର୍ଷ ପୂର୍ବେ ନିକଟ ଗାଁର ଏକ ବରଯାତ୍ରୀ ଦଳ ସେହି ଦୁର୍ଗ ଭ୍ରମଣ କରିବା ଉଦ୍ଦେଶ୍ୟରେ ଆସିଥିଲେ । ବୁଲୁବୁଲୁ ସେମାନେ ଦୁର୍ଗର ଭୂତଳ ସ୍ଥଳରେ ପହଂଚି ଯାଇଥିଲେ ଏବଂ ଯାହାପରେ ସେମାନେ ସମସ୍ତେ ଅଚାନକ ଗାୟବ ହୋଇ ଯାଇଥିଲେ। ସେହି ୫୦/୬୦ ଜଣ ଲୋକଙ୍କର ଆଜିଯାଏଁ କୌଣସି ପତ୍ତା ମିଳି ପାରିନାହିଁ । ଏମିତି ଅନେକ ଘଟଣା ଘଟିବା ପରେ ଭୂତଳକୁ ଥିବା ସମସ୍ତ ରାସ୍ତା ବନ୍ଦ କରି ଦିଆଯାଇଛି । ଏହି ଦୁର୍ଗ ‘ଭୁଲଭୁଲେୟା’ ପରି ଅଟେ । ଯଦି ଏହି ଦୁର୍ଗ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ନାହିଁ ତାହେଲେ ଅଧିକ ଭିତରକୁ ଯିବା ନିରାପଦ ନୁହେଁ । କେହିବି ରାସ୍ତା ଭୁଲି ଯାଇପାରେ । ଦୁର୍ଗ ଭିତରଟି ଅନ୍ଧାର ଥିବାରୁ ଦିନରେ ମଧ୍ୟ ଏହା ବହୁତ ଭୟାନକ ଲାଗେ ।
ଅନ୍ୟପକ୍ଷରେ ଐତିହାସିକଙ୍କ ମତରେ ଏହି ଗଢ଼କୁଣ୍ଡାର ଦୁର୍ଗ ନିର୍ମାଣ କରାଯାଇଛି କେବଳ ସୁରକ୍ଷା ଦୃଷ୍ଟିରୁ । ରାଜାମାନେ ନିଜକୁ ଶତ୍ରୁଠାରୁ ରକ୍ଷା କରିବାକୁ ଏଭଳି ‘ଭୁଲଭୁଲେୟା’ ଦୁର୍ଗ ତିଆରି କରିଥିଲେ । ଶତ୍ରୁ ଆସିଲେ ନିଜେ ରାସ୍ତା ଭୁଲି ଯିବ ଓ ଦୁର୍ଗ ଭିତରକୁ ପହଞ୍ଚି ପାରିବନାହିଁ ।
ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…
ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…
ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…
ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…
ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…
କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…