Categories: କ୍ରୀଡା

ଆଜି ସରୁଛି ବିଶ୍ୱକପ୍‌ ଲିଗ୍‌ ପର୍ଯ୍ୟାୟ, ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା

ଅନ୍ତିମ ପର୍ଯ୍ୟାୟରେ ବିଶ୍ୱକପ୍‌ କ୍ରିକେଟର ରାଉଣ୍ଡ ରବିନ୍‌ ମ୍ୟାଚ୍‌। ଆଜି ଖେଳାଯିବ ଲିଗ୍‌ ପର୍ଯ୍ୟାୟର ଶେଷ ଦୁଇଟି ମ୍ୟାଚ୍‌। ଅପରାହ୍ନ ୩ଟାରେ ହେଡିଂଲେରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା। ସଂଧ୍ୟା ୬ଟାରେ ମଞ୍ଚେଷ୍ଟରରେ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଲଢ଼େଇ ରହିଛି। ଏହି ଦୁଇଟି ମ୍ୟାଚ୍‌ ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ପାଇଁ କୌଣସି ଗୁରୁତ୍ୱ ରଖୁ ନଥିବା ବେଳେ ଇଣ୍ଡିଆ-ଅଷ୍ଟ୍ରେଲିଆର ବିଜୟ ଓ ପରାଜୟ ନିର୍ଣ୍ଣୟ କରିବ ସେମି ଫାଇନାଲ୍‌ ଲାଇନ୍‌ ଅପ୍‌।

ଏପର୍ଯ୍ୟାନ୍ତ ୮ଟି ମ୍ୟାଚରୁ ୬ଟି ବିଜୟ ଓ ଗୋଟିଏ ପରାଜୟ ସହ ଟିମ୍‌ ଇଣ୍ଡିଆ ୧୩ ପଏଣ୍ଟ ସହ ତାଲିକାର ଦୁଇ ନମ୍ବର ସ୍ଥାନରେ ରହିଛି। ଉଭୟ ବ୍ୟାଟିଂ ଓ ବୋଲିଂରେ ଶକ୍ତିଶାଳୀ ଟିମ୍‌ ଇଣ୍ଡିଆ ପାଇଁ କେବଳ ଟେନସନ୍‌ ମିଡିଲ୍‌ ଅର୍ଡର। ସେମି ଫାଇନାଲ୍‌ ଲଢ଼େଇ ପୂର୍ବରୁ ପୂର୍ବ ତ୍ରୁଟି ସୁଧାରି ମୈଦାନକୁ ଓହ୍ଲାଇବ ମେନ୍‌ ଇନ୍‌ ବ୍ଲୁ।

ସେପଟେ ଶ୍ରୀଲଙ୍କା ପୂର୍ବରୁ ସେମି ରେସରୁ ବାଦ ପଡିଥିବାରୁ ଆଜିର ମ୍ୟାଚ ଜିତି ଦଳ ବିଶ୍ୱକପ୍‌ ଅଭିଯାନରୁ ବିଦାୟ ନେବାକୁ ଚାହିଁବ। ପୂର୍ବ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ହରାଇଥିବାରୁ ସିଂହଳୀ ଦଳର ମନୋବଳ ଦୃଢ଼ ରହିଛି। ଏପର୍ଯ୍ୟନ୍ତ ଭାରତ-ଶ୍ରୀଲଙ୍କା ଖେଳିଥିବା ୧୫୮ ଦିନିକିଆରୁ ଟିମ୍‌ ଇଣ୍ଡିଆ ୯୦ଟି ଜିତିଥିବା ବେଳେ ଶ୍ରୀଲଙ୍କା ୫୬ଟି ମ୍ୟାଚ୍‌ ବିଜୟୀ ହୋଇଛି। ସେହିପରି ବିଶ୍ୱକପରେ ୮ଥର ମୁହାଁମୁହିଁ ହୋଇଥିବା ବେଳେ ଭାରତ ୩ଟି ଶ୍ରୀଲଙ୍କା ୪ଟିରେ ବାଜି ମାରିଛି। ବିନା ଫଳାଫଳରେ ଶେଷ ହୋଇଛି ଗୋଟିଏ ମ୍ୟାଚ୍‌।

 

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

4 hours ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

7 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

8 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

8 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

8 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

8 hours ago