ଭାରତର ସବୁଠାରୁ ରହସ୍ୟମୟ ଦୁର୍ଗ, ଯାହା ଅଚାନକ ଗାଏବ ହୋଇଯାଏ

ଆମ ଦେଶରେ ରାଜାରାଜୁଡ଼ା ଅମଳରୁ ରହିଛି ଅନେକ ପୁରାତନ ଦୁର୍ଗ । ଏହାଭିତରୁ କେତେକ ଦୁର୍ଗ ସବୁବେଳେ ରହସ୍ୟମୟ ହୋଇ ରହିଛି । ଯାହା ସମ୍ପର୍କରେ ଏବେଯାଏଁ କେହିବି କିଛି ସଠିକ୍‌ ତଥ୍ୟ ଦେଇପାରି ନାହାନ୍ତି । ଏପରି ଏକ ଦୁର୍ଗ ରହିଛି ଉତ୍ତର ପ୍ରଦେଶରେ । ତାହେଲେ ଆସନ୍ତୁ ଜାଣିବା ଏହି ରହସ୍ୟମୟ ଦୁର୍ଗ ବିଷୟରେ ..।

FORT-3

ଏହି ରହସ୍ୟମୟ ଦୁର୍ଗ ରହିଛି ଗଢ଼କୁଣ୍ଡାରରେ । ଉତ୍ତର ପ୍ରଦେଶର ଝାନ୍‌ସି ଠାରୁ ପାଖାପାଖି ୭୦ କିଲୋମିଟର ଦୂରରେ ଅବସ୍ଥିତ । ଏହି ଦୁର୍ଗ ନିର୍ମାଣ ପାଇଁ ଲାଗିଥିଲା ଦୀର୍ଘ ୧୧ ବର୍ଷ । ଦୁର୍ଗରେ ୫ଟି ରାସ୍ତା ରହିଛି, ସେଥି ମଧ୍ୟରୁ ୩ଟି ରାସ୍ତା ତ ଉପରେ ଅଛି ଆଉ ବାକି ୨ଟି ରାସ୍ତା ମାଟି ତଳେ ରହିଛି । ଯଦିଓ ଏହି ଦୁର୍ଗ କିଏ ନିର୍ମାଣ କରିଛି ଓ କେବେ ତିଆରି ହୋଇଛି ସେ ବିଷୟରେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ । ତେବେ କୁହାଯାଏ ଯେ ଏହି ଦୁର୍ଗ ୧୫୦୦ରୁ ୨୦୦୦ ବର୍ଷ ପୁରୁଣା ଅଟେ । ଏଠାରେ ଚନ୍ଦେଲ, ବୁନ୍ଦେଲ ଓ ଖଙ୍ଗାର ଭଳି ଅନେକ ଶାସକମାନଙ୍କର ଶାସନ ଚାଲିଥିଲା । ଏହି ଦୁର୍ଗ ସୁରକ୍ଷା ଦୃଷ୍ଟିରୁ ବନା ଯାଇଛି । ଏଥିରେ ଏଭଳି କାରିଗରୀ ରହିଛି ଯେ ଯାହା ଆଜିବି ଲୋକମାନଙ୍କୁ ଭ୍ରମିତ କରି ରଖିଛି । ଦୁର୍ଗଟିର ନିର୍ମାଣ ଶୈଳୀ ଏଭଳି ଭାବରେ କରାଯାଇଛି ଯେ ଯାହାକି ୪/୫ କିଲୋମିଟର ଦୂରରୁ ତ ଦୃଶ୍ୟମାନ ହୁଏ କିନ୍ତୁ ପାଖକୁ ଆସିଲା ପରେ ଏହା ଅଦୃଶ୍ୟ ହୋଇଯାଏ । ଯେଉଁ ରାସ୍ତାରେ ଦୁର୍ଗଟି ଦୂରରୁ ଦେଖାଯାଏ ଯଦି ଆପଣ ସେହି ରାସ୍ତା ଦେଇ ଯିବେ ତାହେଲେ ଦୁର୍ଗ ବଦଳରେ ଅନ୍ୟ ଏକ ସ୍ଥାନରେ ପହଞ୍ଚି ଯିବେ ।
ଆଖପାଖର ଲୋକମାନଙ୍କ କୁହନ୍ତି, ବହୁ ବର୍ଷ ପୂର୍ବେ ନିକଟ ଗାଁର ଏକ ବରଯାତ୍ରୀ ଦଳ ସେହି ଦୁର୍ଗ ଭ୍ରମଣ କରିବା ଉଦ୍ଦେଶ୍ୟରେ ଆସିଥିଲେ । ବୁଲୁବୁଲୁ ସେମାନେ ଦୁର୍ଗର ଭୂତଳ ସ୍ଥଳରେ ପହଂଚି ଯାଇଥିଲେ ଏବଂ ଯାହାପରେ ସେମାନେ ସମସ୍ତେ ଅଚାନକ ଗାୟବ ହୋଇ ଯାଇଥିଲେ। ସେହି ୫୦/୬୦ ଜଣ ଲୋକଙ୍କର ଆଜିଯାଏଁ କୌଣସି ପତ୍ତା ମିଳି ପାରିନାହିଁ । ଏମିତି ଅନେକ ଘଟଣା ଘଟିବା ପରେ ଭୂତଳକୁ ଥିବା ସମସ୍ତ ରାସ୍ତା ବନ୍ଦ କରି ଦିଆଯାଇଛି । ଏହି ଦୁର୍ଗ ‘ଭୁଲଭୁଲେୟା’ ପରି ଅଟେ । ଯଦି ଏହି ଦୁର୍ଗ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ନାହିଁ ତାହେଲେ ଅଧିକ ଭିତରକୁ ଯିବା ନିରାପଦ ନୁହେଁ । କେହିବି ରାସ୍ତା ଭୁଲି ଯାଇପାରେ । ଦୁର୍ଗ ଭିତରଟି ଅନ୍ଧାର ଥିବାରୁ ଦିନରେ ମଧ୍ୟ ଏହା ବହୁତ ଭୟାନକ ଲାଗେ ।

FORT-2କୁହାଯାଏ ଯେ ଦୁର୍ଗ ମଧ୍ୟରେ ପୋତାଧନର ରହସ୍ୟ ମଧ୍ୟ ରହିଛି । ଯାହାକୁ ଖୋଜିବା ଚକ୍କରରେ ଅନେକ ଲୋକଙ୍କର ଜୀବନ ଯାଇଛି । ଇତିହାସରୁ ଜଣାଯାଏ ଯେ ଏଠାକାର ରାଜାମାନଙ୍କ ପାଖରେ ସୁନା ହୀରା ଭଳି ଅମୂଲ୍ୟ ସମ୍ପଦର ଅଭାବ ନଥିଲା । ଏହି ଦୁର୍ଗରେ ସେସବୁ କେଉଁଠି ନା କେଉଁଠି ଲୁଚି ରହିଛି । ଏଭଳିକି ସେସବୁ ଖୋଜିବାର ବହୁତ ପ୍ରୟାସ କରାଯାଇଛି କିନ୍ତୁ ଆଜି ପର୍ଯ୍ୟନ୍ତ କେହି ସଫଳ ହୋଇ ନାହାନ୍ତି । ଏମିତି ବି କୁହାଯାଏ ଯେ ଏଠାରେ ଯେତିକି ଗୁପ୍ତଧନ ରହିଛି ଯଦି ତାହା ମିଳିଯାଏ ତେବେ ଭାରତ ବିଶ୍ୱର ସବୁଠାରୁ ଧନୀ ଦେଶ ବନିଯିବ ।
ଅନ୍ୟପକ୍ଷରେ ଐତିହାସିକଙ୍କ ମତରେ ଏହି ଗଢ଼କୁଣ୍ଡାର ଦୁର୍ଗ ନିର୍ମାଣ କରାଯାଇଛି କେବଳ ସୁରକ୍ଷା ଦୃଷ୍ଟିରୁ । ରାଜାମାନେ ନିଜକୁ ଶତ୍ରୁଠାରୁ ରକ୍ଷା କରିବାକୁ ଏଭଳି ‘ଭୁଲଭୁଲେୟା’ ଦୁର୍ଗ ତିଆରି କରିଥିଲେ । ଶତ୍ରୁ ଆସିଲେ ନିଜେ ରାସ୍ତା ଭୁଲି ଯିବ ଓ ଦୁର୍ଗ ଭିତରକୁ ପହଞ୍ଚି ପାରିବନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.