Below header

ବିଭିନ୍ନ ଜିଲ୍ଲାରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ଘୋଷଯାତ୍ରା

କେନ୍ୟୁଜ୍: ରଥଯାତ୍ରା ପାଇଁ ଚଳଚଞ୍ଚଳ ବାଲେଶ୍ୱର ଜିଲ୍ଲା ନୀଳଗିରି । ପରମ୍ପରା ଅନୁସାରେ ପୁରୀ ରଥଯାତ୍ରା ପରଦିନ ଏଠାରେ ରଥଟଣା ହୋଇଥାଏ । ପୁରୀର ରଥ ଯାତ୍ରା ଦିନ ଏଠାରେ ପହଣ୍ଡି ହୋଇଥାଏ । ଦୁଇ ଦିନ ଧରି ହୋଇଥାଏ ରଥ ଟଣା । ଗତକାଲି ରଥ ଟଣା ହୋଇ ଅଧାବାଟରେ ଅଟକି ତିନି ରଥ । ଆଜି ପୁଣି ତିନି ରଥକୁ ଟାଣି ଟାଣି ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ନେବେ ଭକ୍ତ। ମହାପ୍ରଭୁଙ୍କ ରଥଯାତ୍ରାରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ସେହିପରି ତିନି ଦିନ ବାହୁଡ଼ା ଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥାଏ ।

ରଥଯାତ୍ରା ପାଇଁ ଉତ୍ସବ ମୁଖର ଭଦ୍ରକ ଜିଲ୍ଲା କେଶପୁର ସ୍ଥିତ ହରିବୋଲ କ୍ଷେତ୍ର । ୩ ଠାକୁରଙ୍କୁ ପହଣ୍ଡି କରାଯାଇ ରଥାରୁଢ କରଯିବା ପରେ ପୁରୁଷ ମାନେ ପ୍ରଭୁ ବଳଭଦ୍ର, ମହାପ୍ରଭୁ ଜଗନ୍ନାଥଙ୍କ ରଥକୁ ଟାଣିଥିବା ବେଳେ ମିହିଳା ମାନେ ଦେବୀ ସୁଭଦ୍ରାଙ୍କ ରଥକୁ ଟାଣିଥିଲେ । ୩ ରଥକୁ ଟାଣି ଗୁଣ୍ଡିଚା ମଣ୍ଡପକୁ ନିଆଯାଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

bhadrakସେହିପରି ଢେଙ୍କାନାଳ ଜିଲ୍ଲା ଭୁବନରେ ଧୂମଧାମରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । ଗତକାଲି ଅପରାହ୍‌ଣରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି କରାଯାଇ ରଥାରୁଢ କରାଯାଇଥିଲା । ପରେ ବଡଦାଣ୍ଡରେ ୩ ରଥକୁ ହଜାର ହଜାର ଶ୍ରଦ୍ଧାଳୁ ଟାଣିଟାଣି ମାଉସୀ ମା’ ମନ୍ଦିରକୁ ନେଇଥିଲେ । ଯାତ୍ରା ଦେଖିବାକୁ ଭୁବନ ଓ ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡି ଜମିଥିଲା । ସେହିପରି ରେଣନ୍ଦା ପଟଣା, ଶାମଳ, ଚଣ୍ଡିପାଳ ଆଦି ଅଞ୍ଚଳରେ ଧୂମଧାମର ସହ ରଥଯାତ୍ରା ହୋଇଛି ।

car festivalବାରିପଦାର ପ୍ରଭୁ ହରିବଳଦେବ ଜିଉଙ୍କ ପବିତ୍ର ଘୋଷଯାତ୍ରାର ଆଜି ଦ୍ୱିତୀୟ ଦିନ । ଆଜି ଦେବୀ ସୁଭଦ୍ରାଙ୍କ ରଥକୁ ଟାଉନ୍‌ ଥାନା ନିକଟରୁ ପୁଣି ଟଣାଯିବ। ସୁଭଦ୍ରାଙ୍କ ରଥ ମାଉସୀ ମାଆ ମନ୍ଦିରରେ ପହଞ୍ଚିବା ପରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଟଣାଯିବ। ଏଠାରେ ମହିଳାମାନେ ସୁଭଦ୍ରାଙ୍କ ରଥକୁ ଟାଣିଥାନ୍ତି । ଗତକାଲି ପାରମ୍ପରିକ ରୀତିନୀତି ଅନୁଯାୟୀ ପ୍ରଥମ ଦିନରେ ବଳଭଦ୍ରଙ୍କ ରଥ ମାଉସୀ ମାଆଙ୍କ ମନ୍ଦିରରେ ପହଞ୍ଚିଥିଲା। ପରେ ଦେବୀ ସୁଭଦ୍ରାଙ୍କ ରଥ ଟଣା ଯାଇ ଅଧା ବାଟରେ ବାରିପଦା ଟାଉନ ଥାନାରେ ସମ୍ମୁଖରେ ଅଟକିଥିଲା। ପରଂପରା ଅନୁଯାୟୀ ପୁରୀରେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ପର ଦିନ ଏଠାରେ ଘୋଷଯାତ୍ରା ଅନୁଷ୍ଠିତ ହୁଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.