Categories: ସ୍ପେଶାଲ

ପୃଥିବୀର ଏମିତି ଏକ ବିଚିତ୍ର ସମୁଦ୍ର ଯାହାର ଚାରିପଟେ ଭୂମି ନାହିଁ

ଆପଣ ମାନେ ତ ଦେଖିଥିବେ କୌଣସି ଏକ ନଦୀ, ସମୁଦ୍ର ବା ପୋଖରୀ ନିକଟରେ କିଛି କିଛି ଭୂମି ନିଶ୍ଚିତ ଭାବେ ରହି ଥାଏ । ଏହି ଭୂମି ହିଁ ଜଳଶାୟର ପାଣିକୁ ସଂରକ୍ଷିତ କରିବାରେ ସାହାଯ୍ୟ କରିଥାଏ । ଯେମିତିକି ଭାରତ ମହାସାଗରର ଗୋଟେ ପଟେ କନ୍ୟା କୁମାରୀ ଥିବା ବେଳେ ଅନ୍ୟ ପଟେ ଅଷ୍ଟ୍ରେଲିଆ ମହାଦେଶ ରହିଅଛି । ଏମିତିବି ବହୁ ସମୁଦ୍ରର ଚାରିପଟୁ ଭୂମି ଘେରି କରି ରହିଥାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପୃଥିବୀରେ ଏମିତି ଏକ ସମୁଦ୍ର ଅଛି ଯାହାର ଚାରିପଟେ କୌଣସି ଭୂମି ନାହିଁ । ଏମିତି ଏକ ସାଗର ହେଉଛି ‘ସାରଗାସୋ ସାଗର’ ।ଏହା ଆଟ୍ଲାଣ୍ଟିକ ମହାସାଗରର ପଶ୍ଚିମ ପଟେ ଅବସ୍ଥିତ । ଉତ୍ତର ଆଟ୍ଲାଣ୍ଟିକର ଏକ ଦିଗ ଆଡକୁ ମୋଡ଼ୁଥିବା ଲହରୀ ହିଁ ଏହାର ସୀମା ନିର୍ଦ୍ଧାରଣ କରିଥାଏ । ଏମିତିରେ ଛୋଟ ଛୋଟ ସାଗର ବିଶାଳ ମହାସାଗରରେ କେଉଁଠି ମିଶି ଯାଇଥାଏ ତାହା ବେଳେ ବେଳେ ଜଣା ପଡେ ନାହିଁ । ଉତ୍ତର ଆଟ୍ଲାଣ୍ଟିକ ମହାସାଗରର ୨୦ ଡିଗ୍ରୀ ରୁ ୪୦ ଡିଗ୍ରୀ ଉତ୍ତର ଅକ୍ଷାଂଶ ଓ ୩୫ ଡିଗ୍ରୀ ରୁ ୭୫ ଡିଗ୍ରୀ ଦେଶାନ୍ତରର ମଧ୍ୟ ଭାଗରେ ଅବସ୍ଥିତ ଶାନ୍ତ ସାଗରକୁ ‘ସାରଗାସୋ ସାଗର’ କୁହାଯାଏ ।

ଏହାର କୂଳରେ ଏକ ପ୍ରକାର ଗହଳିଆ ସମୁଦ୍ର ଘାସ ଅବସ୍ଥିତ । ଏହି ଘାସକୁ ପର୍ତ୍ତୁଗାଲ ଭାଷାରେ ସାରଗାସୋ କୁହାଯାଇଥାଏ । ଏହାରି ନାମ ଅନୁସାରେ ହିଁ ଏହି ସାଗର ଟିର ନାମକାରଣ ଏପରି ହୋଇଛି । ଅତି ଗରମ ବା ଥଣ୍ଡା ଦିନ ମାନଙ୍କରେ ଏଠାରେ ସମୁଦ୍ରର ଧାରା ଗୁଡିକ ମିଶିଥାଏ । ଏହି ସମୁଦ୍ର ଟିର ମୋଟ କ୍ଷେତ୍ରଫଳ ୧୧୦୦୦ ବର୍ଗ କିଲୋମିଟର ଅଟେ । କିନ୍ତୁ ଏହାର ଆଖପାଖର କେତେ ଦୂର ପର୍ଯ୍ୟନ୍ତ ଆପଣ ଜମି ଦେଖିପାରିବେ ନାହିଁ । ବହୁ ଚର୍ଚ୍ଚିତ ବରମୁଡା ଟ୍ରାଇଙ୍ଗଲ ଏହା ନିକଟରେ ହିଁ ଅବସ୍ଥିତ । ଗଲ୍ଫ ଷ୍ଟ୍ରିମର ପଶ୍ଚିମ ପଟେ, ଉତ୍ତର ଆଟଲାଣ୍ଟିକର ଉତ୍ତର ପଟେ ଓ କେନେରୀ କରେଣ୍ଟର ଠିକ ପୂର୍ବ ପଟରେ ଏହି ସମୁଦ୍ର ଅଛି । ଏକ ଅଭିଜ୍ଞ ନାବିକ ହିଁ ଏହାର ସ୍ଥିତିକୁ ଅନୁମାନ କରିପାରିବ । କୌଣସି ଭୂମି ନଥିବାରୁ ବହୁଥିବା ପବନର ଦିଗ ଅନୁଯାୟୀ ଏହାର ଢେଉ ନିଜର ଦିଗ ବଦଳାଇ ଥାଏ । ଆଉ ଏକ ଆଶ୍ଚଯ୍ୟ ହେଉଛି କି ଆଟଲାଣ୍ଟିକ ମହାସାଗରରେ ଭୀଷଣ ଥଣ୍ଡା ଥିଲେ ମଧ୍ୟ ଏହି ସମୁଦ୍ର ସବୁ ସମୟରେ ପ୍ରାୟ ଗରମ ରହିଥାଏ ।

ଏହା ସହ ପଢନ୍ତୁ:  ୧୭୦୦ ବର୍ଷ ପୂର୍ବରୁ ସମୁଦ୍ରରେ ବୁଡ଼ିଥିବା ଜାହାଜ ସହ ଏହିସବୁ ଅମୂଲ୍ୟ ଜିନିଷ ଉଦ୍ଧାର

KNews Bureau

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

3 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

6 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

6 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

6 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

9 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

9 hours ago