ସ୍ପେଶାଲ

ଭାରତରେ ରହିଛି ଏମିତି ଏକ ଗାଁ, ଯେଉଁଠି ପ୍ରତ୍ୟେକ ପରିବାରରେ ଜନ୍ମ ହୁଅନ୍ତି ଜାଆଁଳା ଶିଶୁ

କାହା ଘରେ ଜାଆଁଳା ଶିଶୁ ଜନ୍ମ ନେବା ଅଲଗା କଥା କିନ୍ତୁ ଥରେ ଭାବନ୍ତୁ ତ ପୂରା ଗାଁରେ ଯଦି ଜାଅାଁଳା ଶିଶୁ ଜନ୍ମ ହେଉଥିବେ ତାହେଲେ ଏହା ନିଶ୍ଚିତ ଭାବେ ଆପଣଙ୍କୁ ଆଶ୍ଚର୍ଯ୍ୟଚକିତ କରାଇଦେବ। ଆମ ଦେଶ ଭାରତରେ ଏମିତି ଗୋଟିଏ ନୁହେଁ ବରଂ ଦୁଇ ଦୁଇଟା ଗାଁ ରହିଛି। ଯେଉଁଠି ପ୍ରତ୍ୟେକ ପରିବାରରେ ଜନ୍ମ ନିଅନ୍ତି ଜାଆଁଳା ସନ୍ତାନ। ଗୋଟିଏ ଉତ୍ତରରେ ଉତ୍ତର ପ୍ରଦେଶରେ ଏବଂ ଅନ୍ୟଟି ଦକ୍ଷିଣରେ କେରଳରେ ରହିଛି ଏହି ଗାଁ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କେରଳର ଗାଁ କୋଡିହ୍ନୀରେ ପ୍ରତି ଏକ ହଜାରରେ ପ୍ରାୟ ୪୨ ଯୋଡା ଜାଆଁଳା ଶିଶୁ ଜନ୍ମ ହେଉଛନ୍ତି। କିନ୍ତୁ ସାରା ଦୁନିଆରେ ଏକ ହଜାରରେ ମାତ୍ର ଛଅ ଯୋଡା ଜାଆଁଳା ଶିଶୁ ଜନ୍ମ ହେଉଛନ୍ତି। ଅର୍ଥାତ୍‌ କୋଡିହ୍ନୀରେ ଜାଆଁଳା ଶିଶୁଙ୍କ ସଂଖ୍ୟା ବାକି ଦୁନିଆ ଠାରୁ ସାତ ଗୁଣା ଅଧିକ।

ତେବେ ଏହାର ରହସ୍ୟ ଜାଣିବା ପାଇଁ ଭାରତ, ଜର୍ମାନୀ ଏବଂ ବ୍ରିଟେନର ରିସଚ୍ଚର୍ସ ଟିମ ଏହି ଗାଁ ଲୋକଙ୍କର ଛେପର ନମୂନା, ସେମାନଙ୍କର ତ୍ୱଚା ଆଦିକୁ ନେଇ ରିସର୍ଚ୍ଚ ହୋଇସାରିଛି କିନ୍ତୁ ବୈଜ୍ଞାନିକ ଦୃଷ୍ଟି କୋଣରୁ କିଛି ବି ଏବେ ଯାଏଁ ସାମ୍ନାକୁ ଆସିନାହିଁ।

ଆଲହାବାଦର ଗାଁ ଉତ୍ତରରେ ଜାଆଁଳା ଶିଶୁ ଜନ୍ମ ହେବାର ଚିକିତ୍ସୀୟ ପରୀକ୍ଷଣ ହାଇଦ୍ରାବାଦ, ଦିଲ୍ଲୀ, କୋଲକାତା, ଚେନ୍ନାଇ, ମୁମ୍ବାଇ ଆଦିର ବିଶେଷଜ୍ଞ ମାନେ କରିସାରିଛନ୍ତି। କିନ୍ତୁ ସେମାନେ ମଧ୍ୟ କୌଣସି ନିଷ୍କର୍ସରେ ପହଁଚିପାରିନାହାଁନ୍ତି। ଏହି ଗାଁର ଜନସଂଖ୍ୟା ପ୍ରାୟ ଅଢ଼େଇ ଶହ ପରିବାର ଅଛନ୍ତି। ଏହି ଗାଁରେ ଗତ ପ୍ରାୟ ପାଞ୍ଚ ଦଶକ ରୁ ଅଧିକ ଜାଆଁଳା ଶିଶୁ ଜନ୍ମ ହୋଇସାରିଲେଣି।

ଆଉ ଏକ ଆଶ୍ଚର୍ଯ୍ୟକର କଥା ହେଉଛି ଏଠାକାର ପଶୁମାନେ ମଧ୍ୟ ଜାଆଁଳା ଶିଶୁକୁ ଜନ୍ମ ଦେଉଛନ୍ତି। ସେମାନଙ୍କର ମଧ୍ୟ ପରୀକ୍ଷଣ କରାଯାଇଛି। ତେବେ ଗାଁ ଲୋକଙ୍କର କହିବା କଥା ଯେ ଜାଆଁଳା ଶିଶୁ ଜନ୍ମ ହେବାର ଏହି ପ୍ରଚଳନ ୭୦ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା। ଏହି ଗାଁର ସବୁଠାରୁ ବୟସ୍କ ଜାଆଁଳା ଲୋକଙ୍କ ବିଷୟରେ କଥା କହିବା ତ, ସେମାନେ ହେଉଛନ୍ତି ୬୫ ବର୍ଷିୟ ଅବଦୁଲ ହମୀଦ ଏବଂ ତାଙ୍କ ଜାଅାଁଳା ଭଉଣୀ କୁହ୍ନୀ କଦିୟା।

ଗାଁ ଲୋକଙ୍କ ଠାରୁ ଯାହା ଶୁଣିବାକୁ ମିଳେ ଯେ ଜାଆଁଳା ଶିଶୁ ଜନ୍ମ ହେବାର ଏହି ପ୍ରଚଳନ ଏହି ଦୁଇ ଯମଜଙ୍କ ଠାରୁ ଆରମ୍ଭ ହୋଇଥିଲା। ଗତ ୧୦ ବର୍ଷରେ ଜାଅାଁଳା ଶିଶୁ ଜନ୍ମ ହେବାର ଏହି ଚେନ୍‌ ଆହୁରି ବି ଅଧିକ ବଢ଼ିଛି। ପୂର୍ବରୁ ବୈଜ୍ଞାନିକ ମାନେ ଏହି ତର୍କ ରଖୁଥିଲେ ଯେ ଏହି ଗାଁର ଖାଦ୍ୟ ପେୟରେ କିଛି ତ ଭିନ୍ନତା ରହିଛି, ଯେଉଁ କାରଣରୁ ଏପରି ଘଟଣା ଘଟୁଛି। କିନ୍ତୁ ପରେ ଏହି ତର୍କକୁ ଖାରଜ କରିଦିଆଗଲା କାରଣ ଜଣାପଡିଲା ଯେ ଏହି ଗାଁର ଖାଦ୍ୟ ପେୟରେ କୌଣସି ବି ଭିନ୍ନତା ନାହିଁ ବରଂ ଏହି ଗାଁ ବି ଆଖପାଖର ଗାଁ ଭଳି ହିଁ ଅଟେ।

ଦୁନିଆରେ ଏମିତି ଅନେକ ରହସ୍ୟ ରହିଛି, ଯାହାର ଉତ୍ତର ଏବେ ସୁଦ୍ଧା ବିଜ୍ଞାନ ପାଖରେ ବି ନାହିଁ। ଆଉ ଏହି କାରଣରୁ ଏହି ଜାଗା ପୃଥିବୀର ସବୁଠାରୁ ରହସ୍ୟମୟ ଜାଗା ବନିଯାଇଛି। ଯଦି ଆପଣ କେବେ କେରଳ ଯାଆନ୍ତି ତାହେଲେ ନିଶ୍ଚିତ ଭାବେ ଥରେ ଏହି ବିଚିତ୍ର ଗାଁକୁ ବୁଲି ଆସିବେ।

Pritiparna

Recent Posts

ଅତ୍ୟଧିକ ଗରମ ଯୋଗୁଁ ଫାଟିଯିବ ଗାଡ଼ି ଟାୟାର, ଧ୍ୟାନରେ ରଖନ୍ତୁ ଏହି ଜିନିଷ

ବର୍ତ୍ତମାନ ସମଗ୍ର ଦେଶରେ ଅତ୍ୟଧିକ ଗରମ ହେଉଛି ଏବଂ ଏହି ଗରମରେ ଆପଣ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ସହିତ…

10 mins ago

ବିନା ପାରିଶ୍ରମିକରେ ମନ୍ଦିର ଚତୁଃପାର୍ଶ୍ଵରେ ଚିତ୍ର ଆଙ୍କି ପ୍ରଶଂସା ସାଉଁଟିଲେ ୧୫ଜଣ ଚିତ୍ରକର

ବ୍ରହ୍ମପୁର(କେନ୍ୟୁଜ): କାନ୍ଥରେ ରଙ୍ଗ ବେରଙ୍ଗର ବିଭିନ୍ନ ପ୍ରକାରର ଚିତ୍ର ଆଙ୍କିବାରେ ଲାଗିପଡିଛନ୍ତି ଏହି ଚିତ୍ରକରମାନେ । ପ୍ରଚଣ୍ଡ ରୌଦ୍ର ତାପକୁ…

28 mins ago

ଆଜିଠୁ ଜଳିବ ପଶ୍ଚିମ ଓଡିଶା: ବଲାଙ୍ଗୀର, ବରଗଡ଼ ଓ ନୂଆପଡାକୁ ହିଟଓ୍ବେଭ ଆଲର୍ଟ

ଭୁବନେଶ୍ୱର (କେନ୍ୟୁଜ); ଆଜିଠୁ ଜଳିବ ପଶ୍ଚିମ ଓଡିଶା ।  ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବଲାଙ୍ଗୀର, ବରଗଡ଼ ଏବଂ ନୂଆପଡାକୁ…

36 mins ago

ଆଇଫୋନରେ ମିଳୁଛି ୨୧% ଡିସକାଉଣ୍ଟ, ଶୀଘ୍ର ଉଠାନ୍ତୁ ଅଫରର ଲାଭ

ଯଦି ଆପଣ ଆଇଫୋନ୍ କିଣିବାକୁ ପ୍ଲାନ୍‌ କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଖୁସି ଖବର । ବର୍ତ୍ତମାନ ଇ-କମର୍ସ…

1 hour ago

ଆଜି କଂଗ୍ରେସ ୱାର୍କିଂ କମିଟି ବୈଠକ, ବିରୋଧୀ ଦଳ ନେତା ହୋଇପାରନ୍ତି ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ଫଳାଫଳ ପରେ ଆଜି ବସିବ କଂଗ୍ରେସ ୱାର୍କିଂ କମିଟି ବୈଠକ । ଏଥିରେ ଦଳର…

2 hours ago

ପୁଣି ଟିଟ୍ବେଣ୍ଟି ବିଶ୍ବକପରେ ବଡ଼ ବିପର୍ଯ୍ୟୟ, ନ୍ୟୁଜିଲାଣ୍ଡକୁ ହରାଇଲା ଆଫଗାନିସ୍ତାନ

ଟି୨୦ ବିଶ୍ବକପରେ ପୁଣି ବଡ଼ ଓଲଟପାଲଟ । ସର୍ପରାଇଜ୍ ଦେଲା ଆଫଗାନିସ୍ତାନ । ହାରିଲା ନ୍ୟୁଜିଲାଣ୍ଡ । ୧୬୦ ରନର…

2 hours ago