ଭାରତରେ ରହିଛି ଏମିତି ଏକ ଗାଁ, ଯେଉଁଠି ପ୍ରତ୍ୟେକ ପରିବାରରେ ଜନ୍ମ ହୁଅନ୍ତି ଜାଆଁଳା ଶିଶୁ

କାହା ଘରେ ଜାଆଁଳା ଶିଶୁ ଜନ୍ମ ନେବା ଅଲଗା କଥା କିନ୍ତୁ ଥରେ ଭାବନ୍ତୁ ତ ପୂରା ଗାଁରେ ଯଦି ଜାଅାଁଳା ଶିଶୁ ଜନ୍ମ ହେଉଥିବେ ତାହେଲେ ଏହା ନିଶ୍ଚିତ ଭାବେ ଆପଣଙ୍କୁ ଆଶ୍ଚର୍ଯ୍ୟଚକିତ କରାଇଦେବ। ଆମ ଦେଶ ଭାରତରେ ଏମିତି ଗୋଟିଏ ନୁହେଁ ବରଂ ଦୁଇ ଦୁଇଟା ଗାଁ ରହିଛି। ଯେଉଁଠି ପ୍ରତ୍ୟେକ ପରିବାରରେ ଜନ୍ମ ନିଅନ୍ତି ଜାଆଁଳା ସନ୍ତାନ। ଗୋଟିଏ ଉତ୍ତରରେ ଉତ୍ତର ପ୍ରଦେଶରେ ଏବଂ ଅନ୍ୟଟି ଦକ୍ଷିଣରେ କେରଳରେ ରହିଛି ଏହି ଗାଁ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କେରଳର ଗାଁ କୋଡିହ୍ନୀରେ ପ୍ରତି ଏକ ହଜାରରେ ପ୍ରାୟ ୪୨ ଯୋଡା ଜାଆଁଳା ଶିଶୁ ଜନ୍ମ ହେଉଛନ୍ତି। କିନ୍ତୁ ସାରା ଦୁନିଆରେ ଏକ ହଜାରରେ ମାତ୍ର ଛଅ ଯୋଡା ଜାଆଁଳା ଶିଶୁ ଜନ୍ମ ହେଉଛନ୍ତି। ଅର୍ଥାତ୍‌ କୋଡିହ୍ନୀରେ ଜାଆଁଳା ଶିଶୁଙ୍କ ସଂଖ୍ୟା ବାକି ଦୁନିଆ ଠାରୁ ସାତ ଗୁଣା ଅଧିକ।

ତେବେ ଏହାର ରହସ୍ୟ ଜାଣିବା ପାଇଁ ଭାରତ, ଜର୍ମାନୀ ଏବଂ ବ୍ରିଟେନର ରିସଚ୍ଚର୍ସ ଟିମ ଏହି ଗାଁ ଲୋକଙ୍କର ଛେପର ନମୂନା, ସେମାନଙ୍କର ତ୍ୱଚା ଆଦିକୁ ନେଇ ରିସର୍ଚ୍ଚ ହୋଇସାରିଛି କିନ୍ତୁ ବୈଜ୍ଞାନିକ ଦୃଷ୍ଟି କୋଣରୁ କିଛି ବି ଏବେ ଯାଏଁ ସାମ୍ନାକୁ ଆସିନାହିଁ।

twin townଆଲହାବାଦର ଗାଁ ଉତ୍ତରରେ ଜାଆଁଳା ଶିଶୁ ଜନ୍ମ ହେବାର ଚିକିତ୍ସୀୟ ପରୀକ୍ଷଣ ହାଇଦ୍ରାବାଦ, ଦିଲ୍ଲୀ, କୋଲକାତା, ଚେନ୍ନାଇ, ମୁମ୍ବାଇ ଆଦିର ବିଶେଷଜ୍ଞ ମାନେ କରିସାରିଛନ୍ତି। କିନ୍ତୁ ସେମାନେ ମଧ୍ୟ କୌଣସି ନିଷ୍କର୍ସରେ ପହଁଚିପାରିନାହାଁନ୍ତି। ଏହି ଗାଁର ଜନସଂଖ୍ୟା ପ୍ରାୟ ଅଢ଼େଇ ଶହ ପରିବାର ଅଛନ୍ତି। ଏହି ଗାଁରେ ଗତ ପ୍ରାୟ ପାଞ୍ଚ ଦଶକ ରୁ ଅଧିକ ଜାଆଁଳା ଶିଶୁ ଜନ୍ମ ହୋଇସାରିଲେଣି।

ଆଉ ଏକ ଆଶ୍ଚର୍ଯ୍ୟକର କଥା ହେଉଛି ଏଠାକାର ପଶୁମାନେ ମଧ୍ୟ ଜାଆଁଳା ଶିଶୁକୁ ଜନ୍ମ ଦେଉଛନ୍ତି। ସେମାନଙ୍କର ମଧ୍ୟ ପରୀକ୍ଷଣ କରାଯାଇଛି। ତେବେ ଗାଁ ଲୋକଙ୍କର କହିବା କଥା ଯେ ଜାଆଁଳା ଶିଶୁ ଜନ୍ମ ହେବାର ଏହି ପ୍ରଚଳନ ୭୦ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା। ଏହି ଗାଁର ସବୁଠାରୁ ବୟସ୍କ ଜାଆଁଳା ଲୋକଙ୍କ ବିଷୟରେ କଥା କହିବା ତ, ସେମାନେ ହେଉଛନ୍ତି ୬୫ ବର୍ଷିୟ ଅବଦୁଲ ହମୀଦ ଏବଂ ତାଙ୍କ ଜାଅାଁଳା ଭଉଣୀ କୁହ୍ନୀ କଦିୟା।

twinnଗାଁ ଲୋକଙ୍କ ଠାରୁ ଯାହା ଶୁଣିବାକୁ ମିଳେ ଯେ ଜାଆଁଳା ଶିଶୁ ଜନ୍ମ ହେବାର ଏହି ପ୍ରଚଳନ ଏହି ଦୁଇ ଯମଜଙ୍କ ଠାରୁ ଆରମ୍ଭ ହୋଇଥିଲା। ଗତ ୧୦ ବର୍ଷରେ ଜାଅାଁଳା ଶିଶୁ ଜନ୍ମ ହେବାର ଏହି ଚେନ୍‌ ଆହୁରି ବି ଅଧିକ ବଢ଼ିଛି। ପୂର୍ବରୁ ବୈଜ୍ଞାନିକ ମାନେ ଏହି ତର୍କ ରଖୁଥିଲେ ଯେ ଏହି ଗାଁର ଖାଦ୍ୟ ପେୟରେ କିଛି ତ ଭିନ୍ନତା ରହିଛି, ଯେଉଁ କାରଣରୁ ଏପରି ଘଟଣା ଘଟୁଛି। କିନ୍ତୁ ପରେ ଏହି ତର୍କକୁ ଖାରଜ କରିଦିଆଗଲା କାରଣ ଜଣାପଡିଲା ଯେ ଏହି ଗାଁର ଖାଦ୍ୟ ପେୟରେ କୌଣସି ବି ଭିନ୍ନତା ନାହିଁ ବରଂ ଏହି ଗାଁ ବି ଆଖପାଖର ଗାଁ ଭଳି ହିଁ ଅଟେ।

ଦୁନିଆରେ ଏମିତି ଅନେକ ରହସ୍ୟ ରହିଛି, ଯାହାର ଉତ୍ତର ଏବେ ସୁଦ୍ଧା ବିଜ୍ଞାନ ପାଖରେ ବି ନାହିଁ। ଆଉ ଏହି କାରଣରୁ ଏହି ଜାଗା ପୃଥିବୀର ସବୁଠାରୁ ରହସ୍ୟମୟ ଜାଗା ବନିଯାଇଛି। ଯଦି ଆପଣ କେବେ କେରଳ ଯାଆନ୍ତି ତାହେଲେ ନିଶ୍ଚିତ ଭାବେ ଥରେ ଏହି ବିଚିତ୍ର ଗାଁକୁ ବୁଲି ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.