ସ୍ପେଶାଲ

ଆଜିଯାଏଁ କାହିଁକି କୈଳାଶ ପର୍ବତ ଶୃଙ୍ଗ ଛୁଇଁ ପାରିନି ମଣିଷ, ସତରେ କଣ ଆଜିବି ଏଠାରେ ଅଛନ୍ତି ଭଗବାନ ଶିବ ! ଜାଣନ୍ତୁ ରହସ୍ୟ

ଲୋକ କଥା ରହିଛି ତିନି ଲୋକକୁ କ୍ଷଣକରେ ଧ୍ଵଂସ କରିଦେଇ ପାରିବେ ଭଗବାନ ଶିବ। ଶିବଙ୍କ ଅନେକ ନାଁ, କିନ୍ତୁ ଏଥିରୁ ଅନ୍ୟତମ କୈଳାଶ। ଏବଂ ଏହି ନାମରେ ଏକ ପର୍ବତ ରହିଛି କୈଳାଶ ପର୍ବତ। କୁହାଯାଏ ଭଗବାନ ଶିବ ଆଜିର ଏହି ଭୌତିକ ଦୁନିଆରେ ଆଜି ବି ଏହି କୈଳାଶ ପର୍ବତ ଉପରେ ବାସ କରନ୍ତି। କୁହାଯାଏ ଆମ ପୃଥିବୀର କେନ୍ଦ୍ର ସ୍ଥଳ ଏହି ପର୍ବତ । ମାନସରୋବର୍ ନିକଟରେ ଅବସ୍ଥିତ କୈଳାଶ ପର୍ବତ। ଏହି ପର୍ବତ ସମୁଦ୍ର ସତ୍ତା ଠାରୁ ୨୨ ହାଜର ୬୮ ଫୁଟ ଉଚ୍ଚରେ ରହିଛି । ତିବତରେ ଅବସ୍ଥିତ କୈଳାଶ ପର୍ବତ ।

ଏହା ଦୁନିଆର ସବୁଠୁ ଉଚ୍ଚତମ ପର୍ବତ ମାଉଣ୍ଟ ଏଭରେଷ୍ଟ ଅଟେ। ଏହାର ଉଚ୍ଚତା ୮ ହଜାର ୮୪୮ମିଟର ଅଟେ। ମାଉଣ୍ଟ ଏଭରେଷ୍ଟ ଉପରେ ୬ ହାଜର ରୁ ଅଧିକ ଲୋକ ଚଢ଼ି ସାରିଲେଣି। ହେଲେ କେବେ ଆପଣଙ୍କୁ ପ୍ରଶ୍ନ ଆସିଛି କି କୈଳାଶ ପର୍ବତ ୬ ହଜାର ୬୩୮ମିଟର ହୋଇ ବି ଏହା ଉପରେ କେହି ଚଢ଼ି ପାରି ନାହାନ୍ତି କାହିଁକି? ଏହାର କାରଣ କଣ ହୋଇପାରେ? କାହିଁକି ଯିଏ କୈଳାଶ ପର୍ବତ ଉପରେ ଚଢ଼ିବାକୁ ଯାଉଛି ବଞ୍ଚିକି ଫେରୁନି ନଚେତ୍ ରାସ୍ତା ଭୁଲି ଯାଉଛି ?

୧୯୨୬ ମସିହାରେ ହ୍ୟୁଜ ପ୍ରେଟଲେଜ୍ ଜଣେ ଇଂଲଣ୍ଡର ସରକାରୀ କର୍ମଚାରୀ ସେ କୈଳାସ ପର୍ବତ ଉପରେ ଚଢ଼ିବାକୁ ଚେଷ୍ଟା କରିଥଲେ । ଯେବେ ସେ ଏହା ଉପରେ ଚଢ଼ିଲେ ସେ କିଛି ବାଟ ଉପରକୁ ଯିବାପରେ ଜାଣିଲେ ସେ ଭୁଲ୍ ଦିଗକୁ ଯାଉଛନ୍ତି। ସେ ଯେତିକି ଉପରକୁ ଚଢ଼ୁଥିଲେ ସେତିକି ଥର ତଳେ ପହଞ୍ଚି ଯାଉଥିଲେ ସେ ବୁଝି ପାରୁନଥିଲେ ଏମିତି କେମିତି ହଉଛି । ଏଭଳି ଆଉଜଣେ ପର୍ବତାରୋହୀ କୈଳାଶ ପର୍ବତ ଚଢ଼ିବାକୁ ଆସିଲେ ଆଉ ସେ ଅନୁମାନ କଲେ ସେ ପର୍ବତରେ ପ୍ରଥମ ପାଦ ପକାଇଛନ୍ତି ତାଙ୍କ ହୃଦ୍ ସ୍ପନ୍ଦନ ବଢ଼ିଗଲା ।

ଯେତିକି ଯେତିକି ପାଦ ଆଗକୁ ବଢାଇଲେ ସେତିକି ସେତିକି ତାଙ୍କ ହୃଦୟରେ ଗତି ବଢ଼ି ଚାଲିଲା । ସେ ଆଗକୁ ଆଉ ଚଢ଼ି ପାରିଲେନି ଓ ବାଧ୍ୟ ହୋଇ ତଳକୁ ଫେରିଲେ। ଏହି ଭଳି ଆଉଜଣେ ପର୍ବତାରୋହୀ କୈଳାଶ ପର୍ବତ ଉପରେ ଚଢ଼ିଲେ ତା ଉପରେ କିଛି ରାତି ରହିଲେ ହେଲେ ଫେରି ଆସିଲେ। ଆସିବା ପରେ ସେ ଏକ ବହିରେ ଲେଖିଲେ କୈଳାଶ ପର୍ବତ ଉପରେ ରହିବା ଅସମ୍ଭବ ଥିଲା। ସେଠାରେ କୌଣସି କାରଣରୁ ଦିଗକୁ ନେଇ ଭ୍ରମ ସୃଷ୍ଟି ହେଉଛି। କେଉଁ ଦିଗରେ ଆପଣ ଯିବେ ତାର ଜ୍ଞାନ ହରାଇ ବସିବେ ଆପଣ। ସେଠାରେ କମ୍ପାସ ବି କାମ କରେନି ଆଉ ଏକ କଥା ହେଉଛି କୈଳାଶ ପର୍ବତରେ ଶରୀରର ନଖ ଏବଂ ଚୁଟି ବହୁତ୍ ଜଲଦି ବଢ଼ି ଚାଲେ।

ଏସବୁ ଶୁଣିବା ପରେ କୈଳାଶ ପର୍ବତର ରହସ୍ୟକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ । ପ୍ରକୃତରେ କୈଳାଶ ପର୍ବତ ଉପରେ କାହିଁକି କେହି ଚଢ଼ି ପାରୁନାହାଁନ୍ତି। ବେଦରେ ଉଲ୍ଲେଖ ଅଛି କୈଳାଶ ପର୍ବତରେ ଭଗବାନ୍ ଶିବ ରୁହନ୍ତି ଆଜିବି ଭୌତିକ ଲୋକରେ ଶିବ ଚଳ ପ୍ରଚଳ କରନ୍ତି। ପୁରାଣରେ ବି ଭଗବାନ୍ ଶିବଙ୍କୁ ମହାଶକ୍ତି କୁହାଯାଏ । ହୁଏତ ଏଠାରେ ଭଗବାନ୍ ଶିବଙ୍କ ଶକ୍ତିର କୌଣସି ପ୍ରଭାବ ରହିଛି। କାରଣ ଆଜିବି ତପସ୍ୱୀ କୈଳାଶ ପର୍ବତକୁ ଆସନ୍ତି ଭଗବାନ୍ ଶିବଙ୍କ ଆଶୀର୍ବାଦ ନେବାପାଇଁ । ମାନ୍ୟତା ରହିଛି ଆଜିବି ଭଗବାନ୍ ଶିବ କୈଳାଶ ପର୍ବତରେ ଅଛନ୍ତି।

ଅନ୍ୟପଟେ ବିଶ୍ଵର ବଡ ବଡ଼ ବୈଜ୍ଞାନିକଙ୍କ କହିବା ହେଲା ଏହି ସ୍ଥାନରେ ବହୁ ମାତ୍ରାରେ ରେଡ଼ିଓ ଆକ୍ଟିଭ୍ ଅଛି । ଯାହାର ପ୍ରଭାବ ଆମ ଉପରେ ପଡେ। ତେବେ ଭଗବାନ୍ ଶିବଙ୍କ ଶକ୍ତିର ଏହା ପ୍ରଭାବ କି ରେଡ଼ିଓ ଆକ୍ଟିଭ୍ ଏହାର କାରଣ ତାର ଉତ୍ତର କେବଳ ଏହି ପର୍ବତରେ ଲୁଚି ରହିଛି।

Pritiparna

Recent Posts

ଶ୍ରୀମନ୍ଦିର ଇତିହାସରେ ପ୍ରଥମ, ମନ୍ଦିର ହୁଣ୍ଡିରୁ ମିଳିଲା ୭୦ ଲକ୍ଷ ଟଙ୍କାର ସୁନା ଇଟା

ପୁରୀ (କେନ୍ୟୁଜ) : ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଛି ୧ କେଜି ୮ଶହ ମିଲିଗ୍ରାମ ସୁନା। ଆଉ ଏସବୁ ହେଉଛି ସୁନା…

5 mins ago

ସଲମାନଙ୍କୁ ହତ୍ୟା କରିବା ଷଡଯନ୍ତ୍ର ପର୍ଦ୍ଦାଫାସ୍‌, ୪ ଗିରଫ

ବଲିଉଡ ଭାଇଜାନଙ୍କୁ ହତ୍ୟା କରିବା ଷଡଯନ୍ତ୍ର ଉଦ୍ୟମ ପଣ୍ଡ । ନଭି ମୁମ୍ବାଇରେ ଥିବା ପନ୍‌ଭେଲ ସ୍ଥିତ ଫାର୍ମ ହାଉସରେ…

21 mins ago

ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲା: ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌):ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲାରେ ଆଉ ୨ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି ପାଇଛି…

22 mins ago

ଦୃଢ଼ ଇଚ୍ଛାଶକ୍ତି ବଳରେ ପ୍ରତିକୂଳ ପରିବେଶରେ ଭାଙ୍ଗି ନପଡି ଆଜି ସେ ସଫଳ ମହିଳା ଚାଷୀ

ଅନନ୍ଦପୁର(କେନ୍ୟୁଜ୍‌): ଆଜିକା ସମୟରେ ମହିଳାଙ୍କ ପାଇଁ ଅସମ୍ଭବ ବୋଲି କିଛି ନାହିଁ । ତେବେ ଏଥିପାଇଁ କେବଳ ଆବଶ୍ୟକ ଗଭୀର…

32 mins ago

Smart AC କ’ଣ? ଏହି ଏସି କିଣିବା କାହିଁକି ଲାଭଦାୟକ ହୋଇଥାଏ?

ଚଳିତ ବର୍ଷ ସମଗ୍ର ଭାରତରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରିରହିଛି । ଏପରି ପରିସ୍ଥିତିରେ, ଘର ହେଉ କିମ୍ବା ଅଫିସ୍…

42 mins ago

ଚେନ୍ନାଇରୁ ମୁମ୍ବାଇ ଯାଉଥିବା IndiGo ବିମାନକୁ ବୋମା ଧମକ, କ୍ରୁ ସଦସ୍ୟଙ୍କୁ ମିଳିଲା ଧମକପୂର୍ଣ୍ଣ ଚିଠି

ଇଣ୍ଡିଗୋ ବିମାନକୁ ପୁଣି ବୋମା ଧମକ । ଚେନ୍ନାଇରୁ ମୁମ୍ବାଇ ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ବୋମାରେ ଉଡ଼ାଇ ଦେବାକୁ…

58 mins ago