ସ୍ପେଶାଲ

ଅଫିମ ଚାଷ କରି ହୋଇପାରିବେ ମାଲାମାଲ୍‌, କିନ୍ତୁ ମାନିବାକୁ ପଡ଼ିବ ଏସବୁ ସର୍ତ୍ତ

ଅଫିମ… ନାଁ ରୁ ଆମେ ଭାବି ନେଉ ଯେ ଏହା ଏକ ନିଶା ଜାତୀୟ ଦ୍ରବ୍ୟ। କେବଳ ମାଦକ ଭାବେ ହିଁ ଏହାର ବ୍ୟବହାର ହୋଇଥାଏ। କିନ୍ତୁ ନା, ଆମେ ଖାଉଥିବା ପୋସ୍ତ ପ୍ରକୃତରେ ଏଇ ଅଫିମ ଗଛରୁ ହିଁ ଆସିଥାଏ। ସାଧାରଣତଃ ଅଫିମକୁ ହେରୋଇନ୍‌ର ଏକ ସ୍ରୋତ ବୋଲି ମଧ୍ୟ କୁହାଯାଏ। କିନ୍ତୁ ଆମ ଦେଶରେ ଅଫିମକୁ ଏକ ବୈଧ ଡ୍ରଗ୍‌ ବୋଲି ଧରାଯାଏ। ଏହାର ମଞ୍ଜିରୁ ଆଲକହଲ ପ୍ରସ୍ତୁତ ହୋଇଥାଏ। କିନ୍ତୁ ଯଦି ଜଣେ ଅଫିମ ଚାଷ କରିବାକୁ ଚାହୁଁଛି, ତେବେ ତାକୁ ପ୍ରଥମେ ସରକାରଙ୍କ ଠାରୁ ଲାଇସେନ୍ସ ନେବାକୁ ପଡ଼ିବ। ବିନା ଲାଇସେନ୍ସରେ ଅଫିମ ଚାଷ କରିବା ବେଆଇନ୍‌। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅଫିମ ମାର୍କେଟରେ କିଲୋ ପ୍ରତି ୮ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୁଏ।

ଭାରତରେ କେତେକ ହାତ ଗଣତି ରାଜ୍ୟରେ ଅଫିସ ଚାଷ ପାଇଁ କୃଷକଙ୍କୁ ଅନୁମତି ଦିଆଯାଏ। ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ହିଁ କୃଷକ ମାନେ ଲାଇସେନ୍ସ ନେଇ ଅଫିମ ଚାଷ କରିଥାନ୍ତି। ଏହି ଚାଷୀମାନେ ନାର୍କୋଟିକ୍‌ ବିଭାଗକୁ ଫସଲ ଅମଳର ସମସ୍ତ ହିସାବ ଟିକ୍‌ନିକ୍‌ କରି ଦେଇଥାନ୍ତି। ଅଫିମରୁ ମାଦକ ଦ୍ରବ୍ୟ ପ୍ରସ୍ତୁତ ହେବା ସହ ପୋସ୍ତ ବି ମିଳିଥାଏ। ଏଣୁ ସରକାରଙ୍କ ଠାରୁ ଅନୁମତି ନେବା ପରେ ହିଁ ଚାଷୀ ଏହାକୁ ଚାଷ କରିପାରନ୍ତି। ବିନା ଲାଇସେନ୍ସରେ ଅଫିମ ଚାଷ କରୁଥିବା କୃଷକଙ୍କୁ କଡ଼ା ଦଣ୍ଡାଦେଶର ପ୍ରାବଧାନ ରହିଛି।

ବିଦେଶରେ ଅଫିମ:

ବିଦେଶରେ ସବୁଠୁ ଅଧିକ ଅଫିମ ଚାଷ ଆଫଗାନିସ୍ତାନରେ ହୋଇଥାଏ। ଏଠାରେ ଖୁଲମ୍‌ଖୁଲା ଲୋକମାନେ ଅଫିମ ଚାଷ କରିଥାନ୍ତି। ଫଳରେ ଏଥିରୁ ମୋଟା ଅଙ୍କର ରାଜସ୍ୱ ବି ପାଇଥାନ୍ତି ସରକାର। ସେହିପରି ମିଆଁମାର, କଲମ୍ବିଆ, ଲାଓସ୍‌, ମେକ୍ସିକୋ, ପାକିସ୍ତାନ, ଥାଇଲାଣ୍ଡ, ତୁର୍କୀ, ଚୀନ୍‌ ଓ ଅଷ୍ଟ୍ରେଲିଆ ପ୍ରମୁଖ ଦେଶମାନଙ୍କରେ ବି ପ୍ରଚୁର ପରିମାଣରେ ଅଫିମ ଚାଷ କରାଯାଏ।

କେମିତି ଅମଳ ହୁଏ ଅଫିମ:

ଅଫିମ ଗଛର ଫୁଲରୁ ବାହାରୁଥିବା ରସ ଶୁଖିଯିବା ପରେ ତାହାକୁ ଅଫିମ କୁହାଯାଏ। ଏହାକୁ ସଂଗ୍ରହ କରିବାକୁ ଏକ ସ୍ୱତନ୍ତ୍ର ଦା’ଆକୃତିର ଧାରୁଆ ଅସ୍ତ୍ର ବ୍ୟବହାର କରାଯାଏ। ଏହି ରସକୁ ଅମଳ କରିବା ଅତ୍ୟନ୍ତ କଷ୍ଟକର ହୋଇଥାଏ। ଅଫିମ ଫୁଲ ଶୁଖିଯିବା ପରେ ତା’ ମଞ୍ଜିକୁ ଶୁଖାଇ ପ୍ରୋସେସିଂ କରି ପୋସ୍ତ ପ୍ରସ୍ତୁତ କରାଯାଏ।

ତେବେ ଆସନ୍ତୁ ଜାଣିବା ଅଫିମ ଚାଷ କରିବା ପାଇଁ କଣ ରହିଛି ନିୟମ ଓ କିଏ କିଏ ଏହାକୁ ଚାଷ କରିପାରିବେ…

  • ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଫିମ ଚାଷ ପାଇଁ ଲାଇସେନ୍ସ ଲାଗି କି କି ସର୍ତ୍ତ ରହିଛି ତାହା ପ୍ରକାଶ ପାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଲାଇସେନ୍ସ ନୋଟିଫିକେସନ୍‌ ମୁତାବକ, କେବଳ ସେହି ଚାଷୀମାନଙ୍କୁ ହିଁ ଲାଇସେନ୍ସ ଦିଆଯିବ ଯେଉଁମାନେ କୃଷି ବର୍ଷ ୨୦୧୮-୧୯, ୨୦୧୯-୨୦ ଓ ୨୦୨୦-୨୧ରେ ଚାଷ କରିଥିବେ।
  • ଯେଉଁ କୃଷକଙ୍କ ଉତ୍ପାଦନ ହେକ୍ଟର ପିଛା ୪.୨ କିଲୋଗ୍ରାମ୍‌ରୁ ଅଧିକ ଥିବ, କେବଳ ସେମାନଙ୍କୁ ହିଁ ଅଫିମ ଚାଷ ପାଇଁ ଲାଇସେନ୍ସ ଦିଆଯିବ।
  • ଯେଉଁ କୃଷକ ୨୦୧୮-୨୯, ୨୦୧୯-୨୦ ଓ ୨୦୨୦-୨୧ରେ ନ୍ୟାସନାଲ ନାର୍କୋଟିକ୍ସ ବ୍ୟୁରୋର ତତ୍ତ୍ୱାବଧାନରେ ସମ୍ପୂର୍ଣ୍ଣ ଅଫିମ ପୋସ୍ତ ଅମଳ କରିଥିବେ ସେମାନଙ୍କୁ ଏ ବର୍ଷ ଚାଷ ପାଇଁ ଲାଇସେନ୍ସ ମିଳିବ। କିନ୍ତୁ ସର୍ତ୍ତ ହେଉଛି ଉକ୍ତ କୃଷକ ୨୦୧୭-୧୮ ରେ ଅଫିମ ଚାଷ କରିନଥିବେ।
  • ନୂଆ ସର୍ତ୍ତରେ ସେ ସମସ୍ତ କୃଷକଙ୍କୁ ବି ଲାଇସେନ୍ସ ମିଳିବ ଯେଉଁମାନେ ଲାଇସେନ୍ସ ମଞ୍ଜୁରୀ ନ କରିବା ବିରୋଧରେ ୨୦୨୦-୨୧ରେ ଅନ୍ତିମ ତାରିଖ ପରେ ଅନୁମତି ନେଇଥିଲେ।
  • ତେବେ କୃଷକଙ୍କୁ କେବଳ ପୋସ୍ତ ଅମଳ କରିବାକୁ ଅଫିମ ଚାଷ ପାଇଁ ଅନୁମତି ଦିଆଯାଏ। ଯଦି ଚାଷୀ ପୋସ୍ତ ଚାଷ କରିବାକୁ ଲାଇସେନ୍ସ ନେଇ ଚୋରାରେ ଅଫିମ ବେପାର କରନ୍ତି, ତେବେ ସରକାର ଯେ କୌଣସି ମୁହୂର୍ତ୍ତରେ ବି ତାଙ୍କ ଲାଇସେନ୍ସ ରଦ୍ଦ କରିପାରିବେ।

(ବି.ଦ୍ର: ଏଠାରେ ଆମେ ଅଫିମ ଚାଷକୁ ପ୍ରୋତ୍ସାହିତ କରୁନାହୁଁ। ପାଠକଙ୍କ ଜାଣିବା ନିମନ୍ତେ ଏହା କେବଳ ଏକ ତଥ୍ୟଭିତ୍ତିକ ସୂଚନା।)

Also Read: ଆମେରିକାର ପୂର୍ବ ବୈଦେଶିକ ମନ୍ତ୍ରୀ ହିଲେରୀ କ୍ଲିଣ୍ଟନ୍‌ଙ୍କୁ କରୋନା, ବିଲ୍‌ କ୍ଲିଣ୍ଟନ୍‌ଙ୍କ ରିପୋର୍ଟ ନେଗେଟିଭ୍‌

WCW 11

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

33 mins ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

4 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

4 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

4 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

6 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

7 hours ago