ସ୍ପେଶାଲ

ବଜ୍ରପାତରୁ ନିଜକୁ ଏମିତି ରକ୍ଷା କରନ୍ତୁ, ବୈଜ୍ଞାନିକମାନେ ବାହାର କଲେ ନୂଆ ଉପାୟ

ବିଜୁଳି, ଘଡଘଡି ହେଉ କି ବଜ୍ରପାତ ଏଇ ନା ଖାଲି ଶୁଣିଦେଲା ମାତ୍ରକେ ବାହାରକୁ ବାହାରିବାକୁ ଭୟ ଲାଗେ । ତେବେ ପ୍ରାୟତଃ  ଅନେକ ସମୟରେ ହେଉଥିବା ବଜ୍ରପାତ ବହୁତ ବପଦଜ୍ଜନକ ପ୍ରମାଣିତ ହୋଇଥାଏ । ତେବେ ଏମିତି କିଛି ସଙ୍କେତ ମିଳିପାରନ୍ତା କି, ବଜ୍ରପାତ ହେବା ସ୍ଥାନରେ କୌଣସି ଲୋକ ଉପସ୍ଥିତ ନରୁହନ୍ତେ । ତେବେ ବଜ୍ରପାତ ହେବା ସମୟରେ ଏହା ୨୦୦ କିଲୋ ଆମ୍ପିୟର୍ ପରିମାଣର ହୋଇଥାଏ । ଯାହା ଜଣେ ମଣିଷକୁ ମାରିବା ପାଇଁ ଆବଶ୍ୟକ ସର୍ବନିମ୍ନ ବିଦ୍ୟୁତ୍ ପରିମାଣଠାରୁ ଢେର ଅଧିକ । ତେବେ ବର୍ତ୍ତମାନ ନୂତନ ଅନୁସନ୍ଧାନରେ ବୈଜ୍ଞାନିକମାନେ ବଜ୍ରପାତରୁ ରକ୍ଷା ପାଇବା ପାଇଁ ଏକ ଉପାୟ ବାହାର କରିଛନ୍ତି, ଯାହା ସେମାନଙ୍କ ଅନୁଯାୟୀ ପ୍ରାୟ ୯୦ ପ୍ରତିଶତ ପ୍ରଭାବଶାଳୀ ହେବ ।

ଏହି ପରୀକ୍ଷଣର ଫଳାଫଳ ବିଷୟରେ ସୂଚନା ଦେବା ସମୟରେ ଏହି ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ଏଭଳି ପରିସ୍ଥିତିରେ ଘରୁ ବାହାରକୁ ନଯିବା ବହୁତ ଭଲ । ଜର୍ମାନୀର ଇଲମେନୋ ୟୁନିଭରସିଟି ଅଫ୍ ଟେକ୍ନୋଲୋଜିର ଇଞ୍ଜିନିୟର ରେନେ ମ୍ୟାଚ୍ ଙ୍କ ନେତୃତ୍ୱରେ ହୋଇଥିବା ଏହି ଅନୁସନ୍ଧାନରୁ ଜଣାପଡିଛି ଯେ, ବର୍ଷାରେ ଓଦା ହୋଇଥିବା ମୁଣ୍ଡ, ଶୁଖିଲା ଥିବା ମୁଣ୍ଡ ତୁଳନାରେ ବଜ୍ରପାତର ପ୍ରଭାବରୁ ଅଧିକ ସୁରକ୍ଷିତ ରଖିପାରିବ।

ଅନୁସନ୍ଧାନକାରୀମାନେ ଦୁଇଟି କୃତ୍ରିମ ମାନବ ମୁଣ୍ଡ ନେଇଥିଲେ । ସେଥିରେ ଗୋଟିଏ ଓଦା ଏବଂ ଗୋଟିଏ ଶୁଖିଲା ମୁଣ୍ଡ ରହିଥିବାବେଳେ, ସେମାନେ ଜାଣିବାକୁ ଚେଷ୍ଟା କରିଥିଲେ ଯେ ଭୂପୃଷ୍ଠରେ ଯେତେବେଳେ ବିଜୁଳି କୌଣସି ଓଦା ମୁଣ୍ଡ କିମ୍ବା ଶୁଖିଲା ମୁଣ୍ଡ ଉପରେ ପଡେ ତେବେ ସେତେବେଳେ କି ପ୍ରକାରର ପାର୍ଥକ୍ୟ ଦେଖାଯାଇଥାଏ । ସେମାନେ ଧ୍ୟାନ ଦେଇଥିଲେ ଯେ ସେମାନେ ତିଆରି କରିଥିବା କୃତ୍ରିମ ମୁଣ୍ଡ ପ୍ରକୃତ ମାନବ ମୁଣ୍ଡ ସହିତ ପୁରା ସମାନ କଣ୍ଡକ୍ଟିଭିଟିରେ ରହିବା ଉଚିତ୍ ।

ଏହା ପରେ ବୈଜ୍ଞାନିକମାନେ ଉଭୟ ଓଦା ଓ ଶୁଖିଲା ମୁଣ୍ଡରେ ୪୨ କିଲୋ ଆମ୍ପିୟର୍ ର ବିଦ୍ୟୁତ୍ ପକାଇ ଦେଖିଲେ ଯେ ଶୁଖିଲା ମୁଣ୍ଡ ତୁଳନାରେ ଓଦା ମୁଣ୍ଡରେ କମ୍ ଆଘାତ ଲାଗିଛି । ସେମାନେ ଦେଖିଲେ ଯେ ଓଦା ମୁଣ୍ଡରେ କମ୍ ବିଦ୍ୟୁତ୍ ଶରୀରକୁ ପ୍ରବେଶ କରୁଛି । ତେବେ ମସ୍ତିଷ୍କରେ ପ୍ରବେଶ କରୁଥିବା ଏହି ଶକ୍ତି ପ୍ରାୟ ୩୨.୫ ପ୍ରତିଶତ କମ୍ ହୋଇଥାଏ ।

ତେବେ ଏହା ସ୍ପଷ୍ଟ ଥିଲା ଯେ ଶୁଖିଲା ମୁଣ୍ଡ ତୁଳନାରେ ଓଦା ମୁଣ୍ଡ ବଜ୍ରପାତରୁ ରକ୍ଷା ପାଇବାର ପ୍ରଭାବ ଅଧିକ ଥିଲା । ଅନୁସନ୍ଧାନକାରୀମାନେ ଦାବି କରିଛନ୍ତି ଯେ ଏଭଳି ପରିସ୍ଥିତିରେ ମୁଣ୍ଡକୁ ଓଦା କରି ବଞ୍ଚିବାର ସମ୍ଭାବନା ୭୦ ରୁ ୯୦ ପ୍ରତିଶତ ବୃଦ୍ଧି ପାଇଥାଏ । ସାଧାରଣତଃ ସିଧାସଳଖ ଭୂମିରେ ଶୋଇବାକୁ ପରାମର୍ଶ ଦିଆଯାଇନଥାଏ । ତେବେ ବଜ୍ରପାତରୁ ରକ୍ଷା ପାଇବା ପାଇଁ କୌଣସି ସ୍ଥାନରେ ଯାକି ହୋଇ  ବସିବା ସହିତ ନିଜ ହାତରେ କାନକୁ ବନ୍ଦ କରିବାକୁ କୁହାଯାଇଛି, ଯେପରି ଭୂମି ସହିତ ଶୀରର ଯେତେ କମ୍ ସ୍ପର୍ଶ କରୁଥିବ । ଏହାସହିତ କଦାପି ଏକାକୀ ଗଛ ତଳେ ଠିଆ ହେବାକୁ ବାରଣ କରାଯାଇଛି ।

Sonalisa

Recent Posts

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଲା ଗ୍ୟାସ ଟାଙ୍କି, ଜଳିଗଲା ଘର

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଗଲା ଗ୍ୟାସ ଟାଙ୍କି ଜଳିଗଲା ଘର । ବାରିପଦା ସଦର ଥାନା ଅନ୍ତର୍ଗତ…

53 mins ago

ଘୋଷଣା ହେଲା ମନ୍ତ୍ରୀଙ୍କ ବିଭାଗ ବଣ୍ଟନ, ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ, ସୂର୍ଯ୍ୟବଂଶୀଙ୍କୁ ଉଚ୍ଚଶିକ୍ଷା

କେନ୍ୟୁଜ (ବ୍ୟୁରୋ) : ଆଜି ମୋହନ ମାଝୀଙ୍କ ସରକାରରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜ ପାଖରେ…

2 hours ago

ମୃତ ଝିଅର ନ୍ୟାୟ ପାଇଁ ଥାନା ବାରଣ୍ଡାରେ ନେହୁରା ହେଉଛି ମା

ସୋର: ଥାନା ସମ୍ମୁଖରେ ହୋହାଲ୍ଲା ପାଟିତୁଣ୍ଡ । କମ୍ପୁଛି ସ୍‌ଥାନୀୟ ଅଞ୍ଚଳ । ଆପଣ ଭାବୁଥିବେ ଥାନା ସମ୍ମୁଖରେ ଏତେ…

2 hours ago

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ

ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ । ଆହତ ଜେଟିପି ହେଉଛନ୍ତି ଲଷ୍ମୀଧର ଉପାଧ୍ୟାୟ…

3 hours ago

ବିଜୟଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ସହାୟତା ପାଇଁ କରୁଛନ୍ତି ନିବେଦନ

ବୌଦ୍ଧ : ଚାଲିବାକୁ ଏହି ବାଡି ଖଣ୍ଡିକ ହିଁ ସାହାରା । ତଥାପି ପାଖରେ କେହି ଜଣେ ନ ରହିଲେ…

3 hours ago

ସେଲ୍ଫି ନେଲା ଦୁଇ ଜୀବନ, ଗୁମ୍ମାଝରଣ ଜଳପ୍ରପାତରେ ବୁଡିଯାଇ ମୃତ୍ୟୁ

ମାଲକାନଗିରି : ସେଲ୍ଫି ନେବାବେଳେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ମାଲକାନଗିରି ଜିଲ୍ଲା ଗୁମ୍ମାଝରଣ ଜଳପ୍ରପାତ ନିକଟରେ ସେଲଫି…

4 hours ago