ସ୍ପେଶାଲ

ଡାଇବେଟିସ ଏବଂ କ୍ୟାନସର ଭଲ କରିବ ବାଇଗଣୀ ଟମାଟୋ, ଲ୍ୟାବରେ ତିଆରି କଲେ ବୈଜ୍ଞାନିକ

ଖାଦ୍ୟରେ ଟମାଟୋର ବିଶେଷ ମହତ୍ତ୍ୱ ରହିଥାଏ। ଟମାଟୋ ଖାଇବାର ସ୍ୱାଦ ବଢାଇଥାଏ। ତେଣୁ ଏହାକୁ ପ୍ରତି ଖାଦ୍ୟରେ ସ୍ୱାଦିଷ୍ଟ କରିବା ପାଇଁ ପକାଯାଏ। ଏହାଛଡା ଏହାକୁ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦୂର କରିବା ପାଇଁ ବ୍ୟବହାର କରାଯାଏ। ତେବେ ଆପଣ ନାଲି କିମ୍ବା ହଳଦିଆ ରଙ୍ଗର ଟମାଟୋ ଦେଖିଥିବେ। କିନ୍ତୁ କେବେ ଆପଣ ବାଇଗଣୀ ରଙ୍ଗର ଟମାଟୋ କେବେ ଦେଖିଛନ୍ତି କି ? ତେବେ ବାଇଗଣୀ ଟମାଟୋ କ’ଣ, କେଉଁଠି ମିଳୁଛି, ଏହାର ଫାଇଦା କ’ଣ ଜାଣନ୍ତୁ…

ଇଂଲଣ୍ଡର ଜନ୍‌ ଇନ୍ସ ସେଣ୍ଟରର ବୈଜ୍ଞାନିକ କେଥି ମାର୍ଟିନ ଏବଂ ତାଙ୍କ ସାଥି ଏହି ଟମାଟୋକୁ ଉତ୍ପନ୍ନ କରିଥିଲେ। ଏହାକୁ ସେ ନିଜ ରିସର୍ଚ୍ଚ ସମୟରେ ଉତ୍ପନ୍ନ କରିବାକୁ ଚେଷ୍ଟା କରିଥିଲେ। ଯେଉଁଥିରେ ଏନ୍ଥୋସୋୟାନିନର ମାତ୍ରା ଅଧିକ ରହିଛି। ଏନ୍ଥୋସୋୟାନିନ ଏକ ପ୍ରକାର ଉଚ୍ଚ ସ୍ତର ଆଣ୍ଟି ଆକ୍ସିଡାଣ୍ଟ। ଯାହା ବ୍ଲାକବେରୀ ଏବଂ ବ୍ଲୁବେରୀରେ ରହିଥାଏ।

ରିସର୍ଚ୍ଚ ସମୟରେ କେଥି ଏବଂ ତାଙ୍କ ଟିମ୍‌ ଏକ ସ୍ନାପଡ୍ରାଗନ ଫୁଣ ଦୁଇଟି ଜିନ୍‌ ନେଇ ଟମାଟୋରେ ଭରିଥିଲେ। ଏହାପରେ ୨୦୦୪ରେ ଟମାଟୋ ନିଜ ରୂପ ନେଇଥିଲା। କିନ୍ତୁ ସେତେବେଳେ ଟମାଟୋ ବହୁତ ଛୋଟ ଥିଲା। ଟମାଟୋକୁ ସେମିତି କିଛି ଦିନ ପାଇଁ ଛାଡିଦିଆଯାଇଥିଲା। କିଛିଦିନ ପରେ ଟମାଟୋ ବାଇଗଣୀ ରଙ୍ଗରେ ପରିବର୍ତ୍ତନ ହୋଇଥିଲା।

ଆମେରିକାର କୃଷି ବିଭାଗ ନିକଟରେ ଏହି ବାଇଗଣୀ ଟମାଟୋକୁ ମାର୍କେଟରେ ବିକିବା ପାଇଁ ଅନୁମତି ଦେଇଛି। ଆଗାମୀ କିଛିଦିନ ମଧ୍ୟରେ ଏହା ଆମେରିକାର ମାର୍କେଟରେ ବିକ୍ରି ହେବା ଆରମ୍ଭ ହେବ। ବୈଜ୍ଞାନିକଙ୍କ ଦାବି ଅନୁଯାୟୀ, ଏହି ଟମାଟୋରେ ଅଧିକ ଆଣ୍ଟିଅକ୍ସିଡାଣ୍ଟ ରହିଥିବା ଯୋଗୁଁ ଅନେକ ପ୍ରକାର ଫାଇଦା ମିଳିବ।

Photo credit: WIRED

ସ୍ୱାସ୍ଥ୍ୟଗତ ଫାଇଦା :

ୟୁନିଭରସିଟି ଅଫ କାଲିଫର୍ଣ୍ଣିଆର ଫ୍ରୁଟ ବାୟୋଲୋଜିଷ୍ଟ ଏବଂ ପ୍ରଫେସରଙ୍କ କହିବା ମୁତାବକ, ଏହି ବାଇଗଣୀ ଟମାଟୋରେ ଜେନିଟିକାଲ ମେଡିଫାଏଡ ଖାଦ୍ୟ ପଦାର୍ଥରେ ନୂଆ ପରିବର୍ତ୍ତନ ଆସିବ। ଏହି ଟମାଟୋ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଫାଇଦାଯୁକ୍ତ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ କ୍ୟାନସରରୁ ମୁକ୍ତି ଦେବ। ଶରୀର ଫୁଲିବା ସମସ୍ୟାକୁ କମ୍‌ କରିବ। ଟାଇପ –୨ ଡାଇବେଟିସରୁ ସୁରକ୍ଷିତ ରଖିଥାଏ।

ଟମାଟୋରେ ଭିଟାମିନ୍‌ ସି ଭରପୂର ମାତ୍ରାରେ ରହିଛି, ଯାହା ଶରୀରକୁ ସଂକ୍ରାମକ ରୋଗରୁ ରକ୍ଷା କରିଥାଏ। ଏହା ଇମ୍ୟୁନ୍‌ ସିଷ୍ଟମ୍‌କୁ ମଜଭୁତ କରିଥାଏ। ଏଥି ସହିତ ଡାଇବେଟିସ୍‌ ରୋଗୀଙ୍କୁ ଅନେକ ସଂକ୍ରମଣରୁ ରକ୍ଷା କରିଥାଏ। ଏଣୁ ଡାଇବେଟିସ୍‌ ରୋଗୀ ପ୍ରତିଦିନ ଟମାଟୋ ସେବନ କରିବା ଉଚିତ।

ଟମାଟୋରେ ପୋଟାସିୟମ୍‌ ରହିଛି, ଯାହା ବ୍ଲଡ୍‌ ସେଲ୍ସକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏମିତିରେ ଯଦି ଆପଣ ପ୍ରତିଦିନ ଟମାଟୋ ସେବନ କରିବେ, ତ ଆପଣଙ୍କ ହୃଦୟ ମଧ୍ୟ ସୁସ୍ଥ ରହିବ।

ଟମାଟୋରେ କମ୍‌ କ୍ୟାଲୋରୀ ମଧ୍ୟ ରହିଛି, ଯାହା ଓଜନକୁ ନିୟନ୍ତ୍ରିତ ରଖିବାରେ ସାହାଯ୍ୟ କରିଥାଏ। ଡାଇବେଟିସ୍‌ ରୋଗୀମାନଙ୍କୁ ସବୁବେଳେ ନିଜ ଓଜନକୁ ନେଇ ସମସ୍ୟା ରହିଥାଏ। ଏମିତି କରିବା ଦ୍ୱାରା ଓଜନ କଣ୍ଟ୍ରୋଲରେ ରହି ପାରିବ ଏବଂ ଆପଣ ସୁସ୍ଥ ରହି ପାରିବେ।

Also Read :

Swagatika

Recent Posts

ମା’ ସିଂହାସନୀଙ୍କ ମନ୍ଦିରରେ ପାଳିତ ହେଲା ପ୍ରସିଦ୍ଧ ରଜପର୍ବ, ଛୁଟିଲା ଭକ୍ତଙ୍କ ସୁଅ

ପୋଲସରା(କେନ୍ୟୁଜ): ଅସହ୍ୟ ଗରମରେ ଭକ୍ତମାନେ ଛୁଟି ଆସିଛନ୍ତି ମନ୍ଦିର । ମା’ଙ୍କ ଅପୂର୍ବ ଆଳତି ଦର୍ଶନ କରିବାର ସୌଭାଗ୍ୟ ନେଇଛନ୍ତି…

5 mins ago

ଓ୍ଵାଟର ପାର୍କରେ ସ୍ଲାଇଡିଂ କରିବା ବେଳେ ବ୍ୟାଙ୍କ ମ୍ୟାନେଜରଙ୍କ ମୃତ୍ୟୁ, ହାର୍ଟ ଆଟାକ୍‌ ଆଶଙ୍କା

ଉତ୍ତର ପ୍ରଦେଶର ମେରଠରେ ଥିବା ଏକ ଓ୍ଵାଟର ପାର୍କରେ ଘଟିଛି ବଡ଼ ଦୁର୍ଘଟଣା । ଏଠାରେ ସ୍ଲାଇଡିଂ କରିବା ସମୟରେ…

7 mins ago

୨୭ ଟିକିଆ ହାତୀପଲଙ୍କ ଉତ୍ପାତ, ବନ ବିଭାଗର ମୁଣ୍ଡବିନ୍ଧା

କରଞ୍ଜିଆ : କେନ୍ଦୁଝର ଓ ମୟୂରଭଞ୍ଜରେ ୨୭ ଟିକିଆ ହାତୀପଲଙ୍କ ଉତ୍ପାତ । ଲୋକଙ୍କ ଆଖିରୁ ନିଦ ହଜି ଗଲାଣି…

7 mins ago

୧୫ ଫୁଟର ଅଜଗର ଉଦ୍ଧାର, ଛଡ଼ାଗଲା ଜଙ୍ଗଲରେ

ମୋହନା : ଗଜପତି ଜିଲ୍ଲା ମୋହନା ଖାରୀଗୁଡା- ଲେକାପଦର ଗାଁ ନିକଟରୁ ୧୫ ଫୁଟର ଅଜଗର ସାପ ଉଦ୍ଧାର କରିଛନ୍ତି…

23 mins ago

ନାଗପୁର: ସପିଂ କରି ଫେରୁଥିବା ବେଳେ ସେନା ଅଟୋକୁ ଧକ୍କା ଦେଲା ବସ୍‌; ୨ ଯବାନ ମୃତ, ୬ ଗୁରୁତର

ମହାରାଷ୍ଟ୍ରର ନାଗପୁରରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ କହ୍ନାନ ନଦୀ ବ୍ରିଜ୍‌ରେ ଏକ ଦ୍ରୁତଗାମୀ…

25 mins ago

ଏଠି ସ୍ୱାର୍ଥ କି ଅର୍ଥ ନୁହେଁ, ଦିବ୍ୟାଙ୍ଗ ଦୁଇ ଭାଇଙ୍କ ଭିତରେ ରହିଛି ଅନାବିଳ ସ୍ନେହ

ଉଦଳା(କେନ୍ୟୁଜ): ମୋ ଭାଇର ଇଚ୍ଛା ହେଇଛି ସେ ବଜାର ବୁଲିଯିବ । ତେଣୁ ତାକୁ ନେଇ ଚାଲିଆସିଛି ଟିକେ ବୁଲେଇ ନେବା…

30 mins ago