Categories: ସ୍ପେଶାଲ

କେବେ ହେବ ବିଶ୍ବର ବିନାଶ ? ବ୍ରହ୍ମାଣ୍ଡର ସବୁଠାରୁ ବଡ ପ୍ରଶ୍ନର ଉତ୍ତର ରହିଛି ଏହି ୮ଟି ଧର୍ମରେ

ଆରମ୍ଭ ହେଲେ ଅନ୍ତ ନିଶ୍ଚିତ । ସୃଷ୍ଟି ହେଲେ ବିନାଶ ନିଶ୍ଚିତ । ବେଳେ ବେଳେ ଟିଭି ଏବଂ ଏବଂ ଖବର କାଗଜରେ ଦୁନିଆର ସର୍ବନାଶ ଖବର ଦେଖିବାକୁ ଏବଂ ଶୁଣିବାକୁ ମିଳିଥାଏ । ଏପରିକି ଅନେକ ସମୟରେ କହିଦିଆଯାଏ ଯେ ଏହି ଦିନ ହେଉଛି ଦୁନିଆର ଶେଷ ଦିନ । କିନ୍ତୁ ଭଗବାନଙ୍କ ଦୟାରୁ ଏପର୍ୟ୍ୟନ୍ତ ସବୁ କିଛି ଠିକ୍ ଚାଲିଛି । ଆଉ ଦିଆଯାଇଥିବା ଭବିଷ୍ୟତବାଣୀ ସତ ହୋଇନାହିଁ । ତେବେ ବିଶ୍ବର ୮ଟି ଧର୍ମରେ ମଧ୍ୟ ଦୁନିଆର ଅନ୍ତକୁ ନେଇ ଭବିଷ୍ୟତ କରାଯାଇଛି ।

ଏବେ ନଜର ପକାନ୍ତୁ କେଉଁ ଧର୍ମ ଅନୁସାରେ କେବେ ଶେଷ ହେବ ଦୁନିଆ :

ଧୀରେ ଧୀରେ ବିଲୁପ୍ତ ହୋଇଯିବ ସୂର୍ୟ୍ୟ :

Aztecs  ଅନୁସାରେ, ଦିନେ ସୂର୍ୟ୍ୟ ଧୀରେ ଧୀରେ ଗାୟବ ହୋଇଯିବ । ଆଉ ସେହି ଦିନ ହିଁ ଦୁନିଆର ବିନାଶ ଆରମ୍ଭ ହୋଇଯିବ । ମେକ୍ସିକୋର ମୂଳ ନିବାସୀ Aztecs  ହେଉଛନ୍ତି ବିଜ୍ଞାନର ଜ୍ଞାନର ଭଣ୍ଡାର । ଏହା ବ୍ୟତୀତ ଚନ୍ଦ୍ର ଏବଂ ସୂର୍ୟ୍ୟ ଗ୍ରହଣ ସହ ସୌର ଜଗତର ଘଟଣାର ଭବିଷ୍ୟତବାଣୀ ମଧ୍ୟ କରିପାରନ୍ତି ।

ପୃଥିବୀରେ ନଜର ଆସିବେ ୭ ସୂର୍ୟ୍ୟ :

ବୌଦ୍ଧ ଧର୍ମ ଅନୁସାରେ, ୪୬୦୦ ବର୍ଷରେ ଦୁନିଆର ସମାପ୍ତି ହୋଇଯିବ । ଏହା ସହ ଏକ ନିଶ୍ଚିତ ସମୟରେ ଆକଶରେ ୭ ଟି ସୂର୍ୟ୍ୟ ନଜର ଆସିବେ । ଯାହା ପରେ ପୃଥିବୀ ନିଆଁରେ ଭସ୍ମ ହୋଇଯିବ ।

ଅତ୍ୟାଚାର ଅଧିକ ହୋଇଗଲେ ଶେଷ ହୋଇଯିବ ପୃଥିବୀ :

ୟହୁଦୀ ଧର୍ମରେ କୁହାଯାଇଛି ଯେଉଁ ଦିନ ପୃଥିବୀର ଚାରିଆଡେ ହିଂସା ହିଁ ହିଂସା ଏବଂ ଅତ୍ୟାଚାର ବ୍ୟାପିଯିବ । ସେହି ଦିନ ଦୁନିଆର ଅନ୍ତ ହୋଇଯିବ ।

ଭଗବାନ୍ ଏବଂ ରାକ୍ଷାସ ମଧ୍ୟରେ ହେବ ଯୁଦ୍ଧ :

ପାରସୀ ଧର୍ମ ମୂତାବକ ଦୁନିଆ ଶେଷ ହେବା ପୂର୍ବରୁ ଭଗବାନ୍ ଏବଂ ରାକ୍ଷାସଙ୍କ ମଧ୍ୟରେ ଯୁଦ୍ଧ ହେବ । ଯେଉଁଥିରେ ଭଗବାନଙ୍କ ବିଜୟ ହେବା ସହ ପୁଣି ଥରେ ଦୁନିଆର ନିର୍ମାଣ ହେବ । ଏହା ଯେଉଁମାନେ ପାପ କରିନଥିବେ ସେମାନଙ୍କୁ ମୋକ୍ଷ ପ୍ରାପ୍ତ ହେବ ।

ଦୁନିଆର ଅନ୍ତ କୁହାଇବ Ragnarok

Vikings  କହିବା କଥା ଆମେ ଯେଉଁ ଦୁନିଆକୁ ଜାଣିଛେ ଦିନେ ତାହା ନଷ୍ଟ ହୋଇଯିବ । ଆଉ ସେହି ଦିନ Ragnarok କୁହାଇବ । ମଣିଷ ସାଥେ ସାଥେ ସେ ଦିନ ଦେବା ଦେବୀଙ୍କର ମଧ୍ୟ ଅନ୍ତ ହୋଇଯିବ । ଶେଷ ଯୁଦ୍ଧ Aesir  ଏବଂ Giants  ମଧ୍ୟରେ ହେବ ।

କଲ୍କି ଅବତାର :

ହିନ୍ଦୁ ଧର୍ମ ଅନୁସାରେ, କଲ୍ଲି ଚକ୍ର ପାପୀ ମାନଙ୍କୁ ନାଶ କରିବା ପାଇଁ ଭଗବାନ୍ ବିଷ୍ଣୁ ଦୁନିଆକୁ ଆଉଥରେ ଆସିବେ । ଆଉ ସେହି ସମୟରେ ଦୁନିଆ ଶେଷ ହୋଇଯିବ ।

ଦେଖାଯିବ ନୀଳ ତାରା :

Hopi Mythology ଅନୁସାରେ ନୀଳା ତାରା ଦେଖାଯିବା ନୂଆ ଦୁନିଆ ଆରମ୍ଭ ହେବାର ସଙ୍କେତ ।

ଜୀବିତ ବ୍ୟକ୍ତି ଆକାଶରେ ନଜର ଆସିବେ :

ଇଶାଇ ଧର୍ମରେ Rapture କୁ ଦୁନିଆର ଶେଷ ଦିନ କୁହାଯିବ । ଏହା ସହ ଏକଥା ମଧ୍ୟ କୁହାଯାଇଛି ଏହି ଦିନ ସମସ୍ତ ବ୍ୟକ୍ତି ଆକାଶରେ ନଜର ଆସିବେ । ସେମାନଙ୍କ ସହ ଇଶା ମସିହା ମଧ୍ୟ ସାମିଲ୍ ଥିବେ ।

ସେମିତିରେ ଜୀବନକୁ ନେଇ ବେଶୀ ଭାବିବା ଅନୁଚିତ୍ । ଆଜିରେ ବିଶ୍ବାସ ରଖି ଆଜିକୁ ବଂଚିବା ଉଚିତ୍ । କାରଣ କାଲି କିଏ ଦେଖିଛି ?

KNews Bureau

Recent Posts

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

1 min ago

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

13 mins ago

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

32 mins ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

35 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଡାଏଟ୍‌ ଓ ଏକ୍ସରସାଇଜ୍‌ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍‌ କରିବା ପରେ ମଧ୍ୟ…

42 mins ago

ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର, ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର

କେନ୍ୟୁଜ (ବ୍ୟୁରୋ) : ଭୁବନେଶ୍ୱର ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର । ଆଜି ୟୁନିଟ ୩ ମସଜିଦ କଲୋନୀ ନିକଟରେ…

44 mins ago