Categories: ରାଜ୍ୟ

ଭଦ୍ରକ ରାହାଞ୍ଜ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା : ଟ୍ରକ୍ ଧକ୍କାରେ ୫ ଛାତ୍ର ଛାତ୍ରୀ ମୃତ

ଭଦ୍ରକ : ଭଦ୍ରକରେ ହୃଦୟ ବିଦାରକ ଘଟଣା । ଟ୍ରକ୍‌ ଧକ୍କାରେ ୫ ଜଣ ସ୍କୁଲ୍‌ ପିଲାଙ୍କ ମୃତ୍ୟୁ ଘଟିଛି । ୪ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅଛନ୍ତି ୩ ଜଣ ଛାତ୍ରୀ ଓ ୨ ଜଣ ଛାତ୍ର । ମୃତ ପିଲାମାନେ ରାଣୀତାଲ ହାଇସ୍କୁଲର ଛାତ୍ରଛାତ୍ରୀ । ସେମାନଙ୍କ ଘର ରାହାଞ୍ଜ ଓ ଅସୁରା ଅଞ୍ଚଳରେ ବୋଲି ଜଣା ପଡ଼ିଛି । ଦୁର୍ଘଟଣା ଘଟିଛି ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକର ରାଣୀତାଲ ଛକ ନିକଟରେ । ସ୍କୁଲ ଛୁଟି ପରେ ପିଲାମାନେ ଘରକୁ ଫେରୁଥିଲେ । ସାଇକେଲରେ ରାସ୍ତା ପାର ହେଉଥିବାବେଳେ ଏକ ୧୦ ଚକିଆ ଟ୍ରକ୍‌ ସେମାନଙ୍କ ଉପରେ ମାଡ଼ି ଯାଇଥିଲା । ଘଟଣାସ୍ଥଳରେ ୪ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଭଦ୍ରକ ମେଡିକାଲରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ଲାଗି ରହିଛି । ଉତ୍ତ୍ୟକ୍ତ ଲୋକ ଟ୍ରକ୍‌ରେ ନିଆଁ ଲଗାଇ ଦେବା ସହ ଟାୟାର ଜାଳି ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ଭଦ୍ରକ ଏସ୍‌ପି ଏବଂ ଏଡିଏମ୍‌ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

ଅନ୍ୟପଟେ ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୃତ ଛାତ୍ରଛାତ୍ରୀଙ୍କ ପରିବାର ପିଛା ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଏବଂ ସହ ଆହତଙ୍କୁ ମାଗଣା ଚିକିତ୍ସା ଘୋଷଣା କରିଛନ୍ତି ।

KNews Bureau

Recent Posts

ଗଛରେ ପିଟି ହେଲା ବସ୍ , ୩୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ

ଭଂଜନଗର (କେନ୍ୟୁଜ): ରାସ୍ତାକଡ଼ ଗଛରେ ପିଟି ହେଲା ଯାତ୍ରୀବାହୀ ସରକାରୀ ବସ୍ । ପ୍ରାୟ ୩୦ ରୁ ଊର୍ଦ୍ଧ୍ବ ଯାତ୍ରୀ…

2 seconds ago

ରଜରେ ସୁନା କିଣିବାକୁ ଚାହୁଁଥିଲେ ସୁବର୍ଣ୍ଣ ସୁଯୋଗ, ଆଜି କମିଛି ଗହଣା ଦର

ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦…

15 mins ago

ରଙ୍ଗ ସାଇଟରେ ଆସି ଟ୍ରକକୁ ଧକ୍କା ଦେଲା ବାଇକ, ଜଣେ ମୃତ ୨ ଗୁରୁତର

ଭଦ୍ରକ (କେନ୍ୟୁଜ); ରଜରେ ଅଘଟଣ । ଭଦ୍ରକ ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ତ୍ରିଶଳପୁର ଛକ ନିକଟରେ ଘଟିଛି…

24 mins ago

ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟକୁ ଅନୁମୋଦନ, ସ୍ନାନ ପୂର୍ଣ୍ଣିମା ଦିନ ଭୋର ୪ଟାରୁ ୬ଟା ମଧ୍ୟରେ ପହଣ୍ଡି

ପୁରୀ (କେନ୍ୟୁଜ): ଜୁନ୍ ୧୭ ରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟକୁ ଅନୁମୋଦନ କରିଛି…

38 mins ago

ଚର୍ଚ୍ଚ ପରିସରରେ ବିସ୍ଫୋରଣ ଘଟଣା, ବୋମା ନୁହେଁ ଥିଲା ସର୍ଟ ବାଣ

କଟକ (କେନ୍ୟୁଜ): କଟକ ସୂତାହାଟ ବଡ଼ ଗିର୍ଜାରେ ଶୁକ୍ରବାର ବୋମାମାଡ଼ ହୋଇଥିବା ନେଇ ସୂଚନା ମିଳିଥିଲା । ରାତି ପାଖାପାଖି…

47 mins ago

G-7 ସମ୍ମିଳନୀରେ ମୋଦି କ୍ରେଜ୍; ଦ୍ବି ପାକ୍ଷିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗରେ କଲେ ଆଲୋଚନା

ନୂଆଦିଲ୍ଲୀ : G-7 ସମ୍ମିଳନୀରେ ମୋଦି କ୍ରେଜ୍ । ଜି-୭ର ସମସ୍ତ ରାଷ୍ଟ୍ରମୁଖ୍ୟଙ୍କୁ ସମ୍ମିଳନୀ ଅବସରରେ ଦ୍ବିପାକ୍ଷିକ ଭେଟି ଆଲୋଚନା…

1 hour ago