Below header

ଭଦ୍ରକ ରାହାଞ୍ଜ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା : ଟ୍ରକ୍ ଧକ୍କାରେ ୫ ଛାତ୍ର ଛାତ୍ରୀ ମୃତ

ଭଦ୍ରକ : ଭଦ୍ରକରେ ହୃଦୟ ବିଦାରକ ଘଟଣା । ଟ୍ରକ୍‌ ଧକ୍କାରେ ୫ ଜଣ ସ୍କୁଲ୍‌ ପିଲାଙ୍କ ମୃତ୍ୟୁ ଘଟିଛି । ୪ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅଛନ୍ତି ୩ ଜଣ ଛାତ୍ରୀ ଓ ୨ ଜଣ ଛାତ୍ର । ମୃତ ପିଲାମାନେ ରାଣୀତାଲ ହାଇସ୍କୁଲର ଛାତ୍ରଛାତ୍ରୀ । ସେମାନଙ୍କ ଘର ରାହାଞ୍ଜ ଓ ଅସୁରା ଅଞ୍ଚଳରେ ବୋଲି ଜଣା ପଡ଼ିଛି । ଦୁର୍ଘଟଣା ଘଟିଛି ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକର ରାଣୀତାଲ ଛକ ନିକଟରେ । ସ୍କୁଲ ଛୁଟି ପରେ ପିଲାମାନେ ଘରକୁ ଫେରୁଥିଲେ । ସାଇକେଲରେ ରାସ୍ତା ପାର ହେଉଥିବାବେଳେ ଏକ ୧୦ ଚକିଆ ଟ୍ରକ୍‌ ସେମାନଙ୍କ ଉପରେ ମାଡ଼ି ଯାଇଥିଲା । ଘଟଣାସ୍ଥଳରେ ୪ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଭଦ୍ରକ ମେଡିକାଲରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ଲାଗି ରହିଛି । ଉତ୍ତ୍ୟକ୍ତ ଲୋକ ଟ୍ରକ୍‌ରେ ନିଆଁ ଲଗାଇ ଦେବା ସହ ଟାୟାର ଜାଳି ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ଭଦ୍ରକ ଏସ୍‌ପି ଏବଂ ଏଡିଏମ୍‌ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

ଅନ୍ୟପଟେ ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୃତ ଛାତ୍ରଛାତ୍ରୀଙ୍କ ପରିବାର ପିଛା ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଏବଂ ସହ ଆହତଙ୍କୁ ମାଗଣା ଚିକିତ୍ସା ଘୋଷଣା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.