କେବେ ହେବ ବିଶ୍ବର ବିନାଶ ? ବ୍ରହ୍ମାଣ୍ଡର ସବୁଠାରୁ ବଡ ପ୍ରଶ୍ନର ଉତ୍ତର ରହିଛି ଏହି ୮ଟି ଧର୍ମରେ

ଆରମ୍ଭ ହେଲେ ଅନ୍ତ ନିଶ୍ଚିତ । ସୃଷ୍ଟି ହେଲେ ବିନାଶ ନିଶ୍ଚିତ । ବେଳେ ବେଳେ ଟିଭି ଏବଂ ଏବଂ ଖବର କାଗଜରେ ଦୁନିଆର ସର୍ବନାଶ ଖବର ଦେଖିବାକୁ ଏବଂ ଶୁଣିବାକୁ ମିଳିଥାଏ । ଏପରିକି ଅନେକ ସମୟରେ କହିଦିଆଯାଏ ଯେ ଏହି ଦିନ ହେଉଛି ଦୁନିଆର ଶେଷ ଦିନ । କିନ୍ତୁ ଭଗବାନଙ୍କ ଦୟାରୁ ଏପର୍ୟ୍ୟନ୍ତ ସବୁ କିଛି ଠିକ୍ ଚାଲିଛି । ଆଉ ଦିଆଯାଇଥିବା ଭବିଷ୍ୟତବାଣୀ ସତ ହୋଇନାହିଁ । ତେବେ ବିଶ୍ବର ୮ଟି ଧର୍ମରେ ମଧ୍ୟ ଦୁନିଆର ଅନ୍ତକୁ ନେଇ ଭବିଷ୍ୟତ କରାଯାଇଛି ।
ଏବେ ନଜର ପକାନ୍ତୁ କେଉଁ ଧର୍ମ ଅନୁସାରେ କେବେ ଶେଷ ହେବ ଦୁନିଆ :
ଧୀରେ ଧୀରେ ବିଲୁପ୍ତ ହୋଇଯିବ ସୂର୍ୟ୍ୟ :
Aztecs ଅନୁସାରେ, ଦିନେ ସୂର୍ୟ୍ୟ ଧୀରେ ଧୀରେ ଗାୟବ ହୋଇଯିବ । ଆଉ ସେହି ଦିନ ହିଁ ଦୁନିଆର ବିନାଶ ଆରମ୍ଭ ହୋଇଯିବ । ମେକ୍ସିକୋର ମୂଳ ନିବାସୀ Aztecs ହେଉଛନ୍ତି ବିଜ୍ଞାନର ଜ୍ଞାନର ଭଣ୍ଡାର । ଏହା ବ୍ୟତୀତ ଚନ୍ଦ୍ର ଏବଂ ସୂର୍ୟ୍ୟ ଗ୍ରହଣ ସହ ସୌର ଜଗତର ଘଟଣାର ଭବିଷ୍ୟତବାଣୀ ମଧ୍ୟ କରିପାରନ୍ତି ।
ପୃଥିବୀରେ ନଜର ଆସିବେ ୭ ସୂର୍ୟ୍ୟ :
ବୌଦ୍ଧ ଧର୍ମ ଅନୁସାରେ, ୪୬୦୦ ବର୍ଷରେ ଦୁନିଆର ସମାପ୍ତି ହୋଇଯିବ । ଏହା ସହ ଏକ ନିଶ୍ଚିତ ସମୟରେ ଆକଶରେ ୭ ଟି ସୂର୍ୟ୍ୟ ନଜର ଆସିବେ । ଯାହା ପରେ ପୃଥିବୀ ନିଆଁରେ ଭସ୍ମ ହୋଇଯିବ ।
ଅତ୍ୟାଚାର ଅଧିକ ହୋଇଗଲେ ଶେଷ ହୋଇଯିବ ପୃଥିବୀ :
ୟହୁଦୀ ଧର୍ମରେ କୁହାଯାଇଛି ଯେଉଁ ଦିନ ପୃଥିବୀର ଚାରିଆଡେ ହିଂସା ହିଁ ହିଂସା ଏବଂ ଅତ୍ୟାଚାର ବ୍ୟାପିଯିବ । ସେହି ଦିନ ଦୁନିଆର ଅନ୍ତ ହୋଇଯିବ ।
ଭଗବାନ୍ ଏବଂ ରାକ୍ଷାସ ମଧ୍ୟରେ ହେବ ଯୁଦ୍ଧ :
ପାରସୀ ଧର୍ମ ମୂତାବକ ଦୁନିଆ ଶେଷ ହେବା ପୂର୍ବରୁ ଭଗବାନ୍ ଏବଂ ରାକ୍ଷାସଙ୍କ ମଧ୍ୟରେ ଯୁଦ୍ଧ ହେବ । ଯେଉଁଥିରେ ଭଗବାନଙ୍କ ବିଜୟ ହେବା ସହ ପୁଣି ଥରେ ଦୁନିଆର ନିର୍ମାଣ ହେବ । ଏହା ଯେଉଁମାନେ ପାପ କରିନଥିବେ ସେମାନଙ୍କୁ ମୋକ୍ଷ ପ୍ରାପ୍ତ ହେବ ।
ଦୁନିଆର ଅନ୍ତ କୁହାଇବ Ragnarok
Vikings କହିବା କଥା ଆମେ ଯେଉଁ ଦୁନିଆକୁ ଜାଣିଛେ ଦିନେ ତାହା ନଷ୍ଟ ହୋଇଯିବ । ଆଉ ସେହି ଦିନ Ragnarok କୁହାଇବ । ମଣିଷ ସାଥେ ସାଥେ ସେ ଦିନ ଦେବା ଦେବୀଙ୍କର ମଧ୍ୟ ଅନ୍ତ ହୋଇଯିବ । ଶେଷ ଯୁଦ୍ଧ Aesir ଏବଂ Giants ମଧ୍ୟରେ ହେବ ।
କଲ୍କି ଅବତାର :
ହିନ୍ଦୁ ଧର୍ମ ଅନୁସାରେ, କଲ୍ଲି ଚକ୍ର ପାପୀ ମାନଙ୍କୁ ନାଶ କରିବା ପାଇଁ ଭଗବାନ୍ ବିଷ୍ଣୁ ଦୁନିଆକୁ ଆଉଥରେ ଆସିବେ । ଆଉ ସେହି ସମୟରେ ଦୁନିଆ ଶେଷ ହୋଇଯିବ ।
ଦେଖାଯିବ ନୀଳ ତାରା :
Hopi Mythology ଅନୁସାରେ ନୀଳା ତାରା ଦେଖାଯିବା ନୂଆ ଦୁନିଆ ଆରମ୍ଭ ହେବାର ସଙ୍କେତ ।
ଜୀବିତ ବ୍ୟକ୍ତି ଆକାଶରେ ନଜର ଆସିବେ :
ଇଶାଇ ଧର୍ମରେ Rapture କୁ ଦୁନିଆର ଶେଷ ଦିନ କୁହାଯିବ । ଏହା ସହ ଏକଥା ମଧ୍ୟ କୁହାଯାଇଛି ଏହି ଦିନ ସମସ୍ତ ବ୍ୟକ୍ତି ଆକାଶରେ ନଜର ଆସିବେ । ସେମାନଙ୍କ ସହ ଇଶା ମସିହା ମଧ୍ୟ ସାମିଲ୍ ଥିବେ ।
ସେମିତିରେ ଜୀବନକୁ ନେଇ ବେଶୀ ଭାବିବା ଅନୁଚିତ୍ । ଆଜିରେ ବିଶ୍ବାସ ରଖି ଆଜିକୁ ବଂଚିବା ଉଚିତ୍ । କାରଣ କାଲି କିଏ ଦେଖିଛି ?