Categories: ସ୍ପେଶାଲ

କୁଆଁରୀ ଝିଅଙ୍କ ରକ୍ତରେ ସ୍ନାନ କରୁଥିଲା ଏହି ସିରିଏଲ କିଲର, ୬୫୦ ଜଣଙ୍କୁ ହତ୍ୟା କରିଥିବା ଏହି ଅପରାଧୀଙ୍କ ବିଷୟରେ ଜାଣନ୍ତୁ

କିଏ ତାକୁ ଭୟଙ୍କର ସିରିଏଲ କିଲର କହିଥାନ୍ତି ତ ଆଉ କେହି କୁହନ୍ତି ମହିଳା ‘ଡ୍ରାକୁଲା’। ଆଜ୍ଞା ହଁ ଡ୍ରାକୁଲା ନାମ ତ ଆପଣ ଫିଲ୍ମରେ କାହାଣୀରେ ବହୁତ ଶୁଣିଥିବେ ଯିଏ କି ସବୁବେଳେ ମଣିଷଙ୍କର ରକ୍ତ ପିଇବା ପାଇଁ ବ୍ୟାକୁଳ ହୋଇଥାଏ। କିନ୍ତୁ କଣ ବାସ୍ତବ ଜୀବନରେ କିଏ ଏମିତି ହୋଇପାରିବ ? ଏହି ପ୍ରଶ୍ନର ଉତ୍ତର ଆଜି ଆମେ ଆପଣଙ୍କୁ ଦେବ। ଏଇ କାହାଣୀ ସେହି ମହିଳାଙ୍କର ଯିଏ ମଣିଷର ରକ୍ତରେ ଗାଧୋଇବାକୁ ପସନ୍ଦ କରିଥାଏ। ତାର ଭୟ ଲୋକମାନଙ୍କ ମନରେ ଏମିତି ରହିଗଲାଣି ଯେ ସେମାନେ ନିଜର ପିଲା ମାନଙ୍କୁ ଘରେ ଲୁଚାଇ ରଖୁଛନ୍ତି।

୧୫୬୦ ମସିହାରେ ଗୋଟିଏ ଝିଅର ଜନ୍ମ ଗ୍ରହଣ ହେଲା। ପରିବାର ତାର ନାମ ଏଲିଜାବେଥ ରଖିଲେ। ଏଲିଜାବେଥର ଜନ୍ମ ବହୁତ ଧନୀ ଘରେ ହୋଇଥିଲା ଏବଂ ତାର ପରିବାର ଲୋକ ବହୁତ କ୍ରୁର ସ୍ବଭାବର ଥିଲେ। ଘରର ପରିବେଶ କାରଣରୁ ଏଲିଜାବେଥଙ୍କର ମଧ୍ୟ ବହତୁ କମ୍ ବୟସରେ ଏମିତି ସ୍ବଭାବ ହୋଇଗଲା। ସେ ଘରେ ଛୋଟ ଛୋଟ କଥାରେ ସବୁବେଳେ ନିଜର ହିତାହିତ ଜ୍ଞାନ ହରାଇ ବସୁଥିଲେ।

୧୫ ବର୍ଷ ବୟସରେ ଏଲିଜାବେଥଙ୍କର ବିବାହ ଜଣେ ଆର୍ମି ଜବାନଙ୍କ ସହିତ ହୋଇଗଲା। ବିବାହ ପରେ ଏହି ଦମ୍ପତ୍ତି ଲୋକମାନଙ୍କୁ ଅତ୍ୟାଚାର କରୁଥିବା ଯୋଡି ଭାବରେ ଜଣାଗଲା। ନିଜର ବହୁତ ଚାକରଙ୍କ ସହିତ ଏହି ଦୁଇ ଜଣ ମଣିଶତ୍ବର ସମସ୍ତ ସିମା ପାର କରିସାରିଥିଲେ। ବିବାହର ୧୦ ବର୍ଷ ପରେ ଏଲିଜାବେଥଙ୍କର ୩ଟି ଝିଅ ଏଂ ଗୋଟିଏ ପୁଅ ହେଲା। ୧୬୦୦ ମସିହାରେ ଏଲିଜାବେଥଙ୍କ ସ୍ବାମୀଙ୍କର ମ୍ରୁତ୍ୟୁ ହୋଇଯାଇଥିଲା।

ଏହା ସହିତ ପଢ଼ନ୍ତୁ :ଏଠାରେ ପ୍ରସାଦ ରୂପେ ଲାଗି ହୋଇଥାଏ ରକ୍ତ, ଜାଣନ୍ତୁ କେଉଁଠାରେ ଅବସ୍ଥିତ ଏହି ମନ୍ଦିର

ଥରେ ଏଲିଜାବେଥ ଘରେ ଗୋଟିଏ ଝିଅ ପାଖରୁ ମସାଜ ନେଉଥିଲେ, ସେହି ସମୟରେ ଭୁଲରେ ସେହି ଝିଅ ତାଙ୍କର କେଶୁ ଟାଣିଦେଲେ। ଏଥିରେ କ୍ରୋଧିତ ହୋଇ ଏଲିଜାବେଥ ସେହି ଝିଅକୁ ଏତେ ଜୋରରେ ମାରିଲେ ଯେ ତାର ଶରୀରରୁ ରକ୍ତ ବୋହିବାକୁ ଲାଗିଲା। ସେହି ଦିନ ରାତିରେ ଏଲିଜାବେଥଙ୍କୁ ଏମିତି ଲାଗିଲା ଯେ ତାଙ୍କ ହାତରେ ଯେଉଁଠି ସେହି ଝିଅର ରକ୍ତ ଲାଗିଥିଲା ସେହି ଯାଗା ବେଶି ସୁନ୍ଦର ଏବଂ ଉଜ୍ବଳ ଦେଖା ଯାଉଛି। ଏଇଠୁ ଆରମ୍ଭ ହେଲା ଗୋଟିଏ ସିରିଏଲ କିଲରର ପାଗଳାମୀର କାହାଣୀ।

ସେବେ ଠାରୁ ସେ ଭାବିଲେ ଯଦି ଅଳ୍ପ ରକ୍ତରେ ସେ ଏତେ ସୁନ୍ଦର ଦେଖାଯାଉଛନ୍ତି ତେବେ କୁଆଁରୀ ଝିଅର ରକ୍ତରେ ଗାଧୋଇବା ଦ୍ବାରା ସେ ସବୁବେଳେ ଯୌବନକୁ ଅକ୍ଷୁର୍ଣ୍ଣ ରଖିପାରିବେ ଏବଂ ତାଙ୍କ ଚେହେରାରେ ସବୁବେଳେ ଚମକତା ଆସିବ। ଏହାପରେ ଧୀରେ ଧୀରେ କୁଆଁରୀ ଝିଅ ମାନଙ୍କର ସଂଖ୍ୟା କମିବାକୁ ଲାଗିଲା। ଯେଉଁ ଝିଅ ସେଠାକୁ କାମ କରିବାକୁ ଆସନ୍ତି ତାପରେ ଲୋକମାନେ ତାଙ୍କୁ କେବେବି ଦେଖି ପାରନ୍ତି ନାହିଁ।

ସେ ଝିଅ ମାନଙ୍କୁ କାବୁ କରି ରଖୁଥିଲେ ଆଉ ସେମାନଙ୍କୁ ସେତେ ସମୟ ଯାଏଁ ପିଟୁଥିଲେ ଯେ ପର‌୍ୟ୍ୟନ୍ତ ସେ ମରିନଯାଏ। କେତେକ ଥର ସେ ସେହି ଝିଅ ମାନଙ୍କୁ ନିଜ ମାଂସ ଖାଇବାକୁ ବାଧ୍ୟ କରିଥାଏ। ୧୬୦୯ ମସିହାରେ ଗଣେ ଝିଅର ମୃତ୍ୟୁ ପରେ ଏଲିଜାବେଥଙ୍କ ଉପରେ ତାର ହତ୍ୟାର ଅଭିଯୋଗ ଲାଗିଲା। ଏହାପରେ ପ୍ରଶାସନ ତାଙ୍କ ଘରେ ପହଁଚି ଦେଖିଲେ କୁଆଁରୀ ଝିଅ ମାନଙ୍କର ଶବ ପଡିଛି। ଏମାନଙ୍କୁ ବହୁତ ବିଚିତ୍ର ଭାବରେ ମାରି ଦିଆଯାଇଥିଲା। ଏହାପରେ ଏଲିଜାବେଥଙ୍କ ଉପରେ ମକଦ୍ଦମା ଚାଲିଲା।

ଏହା ଉପରେ ସାକ୍ଷୀ ଦେଇ ଏକ କର୍ମଚାରୀ କହିଲେ ସେ ମୋଟ ୬୫୦ ଜଣ ମହିଳାଙ୍କୁ ହତ୍ୟା କରିଛନ୍ତି। ଏହାପରେ ଏଲିଜାବେଥଙ୍କୁ ଜୀବନସାରା କୋଠରୀରେ ବନ୍ଦ ହେବାର ଦଣ୍ଡ ଶୁଣାଗଲା। ସୂଚନା ଅନୁଯାୟୀ ପ୍ରାୟ ସାଢ଼େ ୩ ବର୍ଷ ପରେ ତାଙ୍କର ମୃତ୍ୟୁ ହୋଇଥିଲା।

Pritiparna

Recent Posts

ଥାନା ଭିତରେ ବୋହୂ, ବାହାରେ ନାତି ନାତୁଣିଙ୍କୁ ଧରି ଛିଡା ହୋଇଛନ୍ତି ଶାଶୁ

ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…

14 seconds ago

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

10 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

22 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

29 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

30 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

48 mins ago