କୁଆଁରୀ ଝିଅଙ୍କ ରକ୍ତରେ ସ୍ନାନ କରୁଥିଲା ଏହି ସିରିଏଲ କିଲର, ୬୫୦ ଜଣଙ୍କୁ ହତ୍ୟା କରିଥିବା ଏହି ଅପରାଧୀଙ୍କ ବିଷୟରେ ଜାଣନ୍ତୁ

କିଏ ତାକୁ ଭୟଙ୍କର ସିରିଏଲ କିଲର କହିଥାନ୍ତି ତ ଆଉ କେହି କୁହନ୍ତି ମହିଳା ‘ଡ୍ରାକୁଲା’। ଆଜ୍ଞା ହଁ ଡ୍ରାକୁଲା ନାମ ତ ଆପଣ ଫିଲ୍ମରେ କାହାଣୀରେ ବହୁତ ଶୁଣିଥିବେ ଯିଏ କି ସବୁବେଳେ ମଣିଷଙ୍କର ରକ୍ତ ପିଇବା ପାଇଁ ବ୍ୟାକୁଳ ହୋଇଥାଏ। କିନ୍ତୁ କଣ ବାସ୍ତବ ଜୀବନରେ କିଏ ଏମିତି ହୋଇପାରିବ ? ଏହି ପ୍ରଶ୍ନର ଉତ୍ତର ଆଜି ଆମେ ଆପଣଙ୍କୁ ଦେବ। ଏଇ କାହାଣୀ ସେହି ମହିଳାଙ୍କର ଯିଏ ମଣିଷର ରକ୍ତରେ ଗାଧୋଇବାକୁ ପସନ୍ଦ କରିଥାଏ। ତାର ଭୟ ଲୋକମାନଙ୍କ ମନରେ ଏମିତି ରହିଗଲାଣି ଯେ ସେମାନେ ନିଜର ପିଲା ମାନଙ୍କୁ ଘରେ ଲୁଚାଇ ରଖୁଛନ୍ତି।

୧୫୬୦ ମସିହାରେ ଗୋଟିଏ ଝିଅର ଜନ୍ମ ଗ୍ରହଣ ହେଲା। ପରିବାର ତାର ନାମ ଏଲିଜାବେଥ ରଖିଲେ। ଏଲିଜାବେଥର ଜନ୍ମ ବହୁତ ଧନୀ ଘରେ ହୋଇଥିଲା ଏବଂ ତାର ପରିବାର ଲୋକ ବହୁତ କ୍ରୁର ସ୍ବଭାବର ଥିଲେ। ଘରର ପରିବେଶ କାରଣରୁ ଏଲିଜାବେଥଙ୍କର ମଧ୍ୟ ବହତୁ କମ୍ ବୟସରେ ଏମିତି ସ୍ବଭାବ ହୋଇଗଲା। ସେ ଘରେ ଛୋଟ ଛୋଟ କଥାରେ ସବୁବେଳେ ନିଜର ହିତାହିତ ଜ୍ଞାନ ହରାଇ ବସୁଥିଲେ।

The Cruelest Lady Elizabeth Bathory୧୫ ବର୍ଷ ବୟସରେ ଏଲିଜାବେଥଙ୍କର ବିବାହ ଜଣେ ଆର୍ମି ଜବାନଙ୍କ ସହିତ ହୋଇଗଲା। ବିବାହ ପରେ ଏହି ଦମ୍ପତ୍ତି ଲୋକମାନଙ୍କୁ ଅତ୍ୟାଚାର କରୁଥିବା ଯୋଡି ଭାବରେ ଜଣାଗଲା। ନିଜର ବହୁତ ଚାକରଙ୍କ ସହିତ ଏହି ଦୁଇ ଜଣ ମଣିଶତ୍ବର ସମସ୍ତ ସିମା ପାର କରିସାରିଥିଲେ। ବିବାହର ୧୦ ବର୍ଷ ପରେ ଏଲିଜାବେଥଙ୍କର ୩ଟି ଝିଅ ଏଂ ଗୋଟିଏ ପୁଅ ହେଲା। ୧୬୦୦ ମସିହାରେ ଏଲିଜାବେଥଙ୍କ ସ୍ବାମୀଙ୍କର ମ୍ରୁତ୍ୟୁ ହୋଇଯାଇଥିଲା।

ଏହା ସହିତ ପଢ଼ନ୍ତୁ :ଏଠାରେ ପ୍ରସାଦ ରୂପେ ଲାଗି ହୋଇଥାଏ ରକ୍ତ, ଜାଣନ୍ତୁ କେଉଁଠାରେ ଅବସ୍ଥିତ ଏହି ମନ୍ଦିର

ଥରେ ଏଲିଜାବେଥ ଘରେ ଗୋଟିଏ ଝିଅ ପାଖରୁ ମସାଜ ନେଉଥିଲେ, ସେହି ସମୟରେ ଭୁଲରେ ସେହି ଝିଅ ତାଙ୍କର କେଶୁ ଟାଣିଦେଲେ। ଏଥିରେ କ୍ରୋଧିତ ହୋଇ ଏଲିଜାବେଥ ସେହି ଝିଅକୁ ଏତେ ଜୋରରେ ମାରିଲେ ଯେ ତାର ଶରୀରରୁ ରକ୍ତ ବୋହିବାକୁ ଲାଗିଲା। ସେହି ଦିନ ରାତିରେ ଏଲିଜାବେଥଙ୍କୁ ଏମିତି ଲାଗିଲା ଯେ ତାଙ୍କ ହାତରେ ଯେଉଁଠି ସେହି ଝିଅର ରକ୍ତ ଲାଗିଥିଲା ସେହି ଯାଗା ବେଶି ସୁନ୍ଦର ଏବଂ ଉଜ୍ବଳ ଦେଖା ଯାଉଛି। ଏଇଠୁ ଆରମ୍ଭ ହେଲା ଗୋଟିଏ ସିରିଏଲ କିଲରର ପାଗଳାମୀର କାହାଣୀ।

ସେବେ ଠାରୁ ସେ ଭାବିଲେ ଯଦି ଅଳ୍ପ ରକ୍ତରେ ସେ ଏତେ ସୁନ୍ଦର ଦେଖାଯାଉଛନ୍ତି ତେବେ କୁଆଁରୀ ଝିଅର ରକ୍ତରେ ଗାଧୋଇବା ଦ୍ବାରା ସେ ସବୁବେଳେ ଯୌବନକୁ ଅକ୍ଷୁର୍ଣ୍ଣ ରଖିପାରିବେ ଏବଂ ତାଙ୍କ ଚେହେରାରେ ସବୁବେଳେ ଚମକତା ଆସିବ। ଏହାପରେ ଧୀରେ ଧୀରେ କୁଆଁରୀ ଝିଅ ମାନଙ୍କର ସଂଖ୍ୟା କମିବାକୁ ଲାଗିଲା। ଯେଉଁ ଝିଅ ସେଠାକୁ କାମ କରିବାକୁ ଆସନ୍ତି ତାପରେ ଲୋକମାନେ ତାଙ୍କୁ କେବେବି ଦେଖି ପାରନ୍ତି ନାହିଁ।

elizabethସେ ଝିଅ ମାନଙ୍କୁ କାବୁ କରି ରଖୁଥିଲେ ଆଉ ସେମାନଙ୍କୁ ସେତେ ସମୟ ଯାଏଁ ପିଟୁଥିଲେ ଯେ ପର‌୍ୟ୍ୟନ୍ତ ସେ ମରିନଯାଏ। କେତେକ ଥର ସେ ସେହି ଝିଅ ମାନଙ୍କୁ ନିଜ ମାଂସ ଖାଇବାକୁ ବାଧ୍ୟ କରିଥାଏ। ୧୬୦୯ ମସିହାରେ ଗଣେ ଝିଅର ମୃତ୍ୟୁ ପରେ ଏଲିଜାବେଥଙ୍କ ଉପରେ ତାର ହତ୍ୟାର ଅଭିଯୋଗ ଲାଗିଲା। ଏହାପରେ ପ୍ରଶାସନ ତାଙ୍କ ଘରେ ପହଁଚି ଦେଖିଲେ କୁଆଁରୀ ଝିଅ ମାନଙ୍କର ଶବ ପଡିଛି। ଏମାନଙ୍କୁ ବହୁତ ବିଚିତ୍ର ଭାବରେ ମାରି ଦିଆଯାଇଥିଲା। ଏହାପରେ ଏଲିଜାବେଥଙ୍କ ଉପରେ ମକଦ୍ଦମା ଚାଲିଲା।

ଏହା ଉପରେ ସାକ୍ଷୀ ଦେଇ ଏକ କର୍ମଚାରୀ କହିଲେ ସେ ମୋଟ ୬୫୦ ଜଣ ମହିଳାଙ୍କୁ ହତ୍ୟା କରିଛନ୍ତି। ଏହାପରେ ଏଲିଜାବେଥଙ୍କୁ ଜୀବନସାରା କୋଠରୀରେ ବନ୍ଦ ହେବାର ଦଣ୍ଡ ଶୁଣାଗଲା। ସୂଚନା ଅନୁଯାୟୀ ପ୍ରାୟ ସାଢ଼େ ୩ ବର୍ଷ ପରେ ତାଙ୍କର ମୃତ୍ୟୁ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.