Below header

ଏପ୍ରିଲ୍ ୧ ରୁ ପକେଟ ଉପରେ ବଢିପାରେ ବୋଝ, ଘରେ ଖାଇବା ଏବଂ ଗାଡି ଚଲାଇବା ହେବ ମହଙ୍ଗା

ଏପ୍ରିଲ୍ ୧ ରୁ ଆପଣଙ୍କ ପକେଟ ଉପରେ ବଢିପାରେ ବୋଝ । କାରଣ ସରକାର ଡୋମେଷ୍ଟିକ୍ ନାଚୁରାଲ୍ ଗ୍ୟାସର ମୂଲ୍ୟ ୧୮ ପ୍ରତିଶତ ବଢାଇପାରେ । ଏହି ମୂଲ୍ୟ ୧ ଏପ୍ରିଲ୍ ଲାଗୁ ହୋଇପାରେ । ନୂଆ ଡୋମେଷ୍ଟିକ୍ ଗ୍ୟାସ୍ ପଲିସି ୨୦୧୪ ଅନୁଯାୟୀ ପ୍ରତି ୬ ମାସରେ ପ୍ରାକୃତିକ ଗ୍ୟାସର ମୂଲ୍ୟ ନିର୍ଦ୍ଧାରିତ ହୋଇଥାଏ । ଏହି ଫର୍ମୁଲା ବିଦେଶୀ ମୂଲ୍ୟ ଉପରେ ଆଧାରିତ ।

ସରକାରଙ୍କ ଏହି ପଦକ୍ଷେପ ଅଟୋ ଫୁଏଲ୍ ରୂପରେ ବ୍ୟବହାର ହେଉଥିବା ସିଏନଜି ଏବଂ ଘରେ ରୋଷେଇ ପାଇଁ ବ୍ୟବହାର ହେଉଥିବା ପାଇପ୍ଡ ନାଚୁରାଲ୍ ଗ୍ୟାସ୍ ଅର୍ଥାତ୍ ପିଏନଜିର ମୂଲ୍ୟ ବଢିଯିବ । ଏଥିରେ ସାଧାରଣ ଜନତାଙ୍କ ପକେଟ ଉପରେ ବୋଝ ବଢିବା ଏକ ପ୍ରକାର ସୁନିଶ୍ଚିତ ।

ରେଟିଙ୍ଗ ଏଜେନ୍ସିର ରିପୋର୍ଟ ମୂତାବକ ଡୋମେଷ୍ଟିକ୍ ନାଚୁରାଲ୍ ଗ୍ୟାସର ମୂଲ୍ୟ ବଢି ୧୮ ପ୍ରତିଶତ ହୋଇପାରେ ବୋଲି ଅନୁମାନ । ଯଦି ଏପରି ହୁଏ ତେବେ ମାନିଫାକଚରିଙ୍ଗ୍ , ଟ୍ରାଭେଲ୍, ଏନର୍ଜି ସେକ୍ଟରରେ ଏହି ମହଙ୍ଗା ମାଡ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.