କେନ୍ଦୁଝର(କେନ୍ୟୁଜ୍): ପିଲାଙ୍କୁ ଦିନକୁ ଦିନ ଶିକ୍ଷା ଦେବାରେ ଲାଗିଛି ମୋବାଇଲ୍ ଫୋନ । ଅବଶ୍ୟ ସବୁ ପିଲା ଯେ, କେବଳ ମୋବାଇଲରୁ କୁ ଶିକ୍ଷା ପାଉଛନ୍ତି ତାହା ନୁହେଁ । ଅଧିକାଂଶ ସମୟରେ ଏମିତି କିଛି ଘଟଣା ସାମ୍ନାକୁ ଆସୁଛି ଯାହା ବାପା ମାଙ୍କ ଚିନ୍ତା ବଢାଇଛି । ମୋବାଇଲ୍ ଆମ ଜୀବନର ଏବେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି, କିନ୍ତୁ ସମାନ ମୋବାଇଲ୍ ଯୋଗୁଁ ଜୀବନ ମଧ୍ୟ ନଷ୍ଟ ହୋଇଯାଉଛି । ପିଲା ମାନଙ୍କୁ ଖରାପ ବାଟରୁ ଭଲ ବାଟକୁ ଆଣିବା ପାଇଁ ବାପା ମା’ ଅହରହ ଚେଷ୍ଟା କରିଥାନ୍ତି । କିନ୍ତୁ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି ଯେ ମା ମୋବାଇଲ ଫୋନ ନ ଦେବାରୁ ଜୀବନ ହାରିବାକୁ ବସିଥିଲା ପୁଅ ।
ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବରଦାପାଳ ଗାଁରେ। ମୋବାଇଲ୍ ଦେଖିବାକୁ ବାରଣ କରିଥିଲେ ମା’, ଏଥିରେ ରାଗି ଯାଇ ବିଷ ପିଇ ଦେଲା ନାବାଳକ ପୁଅ । ନାବାଳକ ଜଣକ ଅଷ୍ଟମ ଶ୍ରେଣୀର ଛାତ୍ର। ତେବେ ଛାତ୍ର ଜଣକ ରାଗିଯାଇ ଦାନାଦାର ଖାଇଦେଇଥିଲା । ଏଭଳି ଏକ ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏତେ ଛୋଟ ପିଲାର ଏତେ ସାହସ ଆସିଲା କେମିତି। ସାମାନ୍ୟ ମୋବାଇଲ୍ ପାଇଁ ଏତେ ବଡ ନିଷ୍ପତ୍ତି ।
ତେବେ ସୂଚନା ମୁତାବକ, ଗତକାଲି ସ୍କୁଲରୁ ଫେରି ବରଦାପାଳ ଗାଁର ଯଶୋଦା ମୁଣ୍ଡାଙ୍କ ପୁଅ ସିପୁନ୍ ମୁଣ୍ଡା ବାପାଙ୍କ ମୋବାଇଲରେ ଖେଳୁଥିଲେ । କାହିଁକି ମୋବାଇଲ ଦେଖୁଛୁ, ପାଠ ପଢ଼ ବୋଲି ମା’ ଆକଟ କରିଥିଲେ । ଏଥିରେ ପୁଅ ରାଗିଯାଇ ବିଷ ପିଇ ଦେଇଥିଲା । ପରିବାର ଲୋକେ ନାବାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅନ୍ୟପଟେ ନାବାଳକଙ୍କ ମା’ କହିଛନ୍ତି, ସ୍କୁଲରୁ ଆସି ପୁଅ ସବୁବେଳେ ତାର ବାପାର ମୋବାଇଲ ଧରି ଦେଖେ । ମୁଁ ତା’ ଉପରେ ପାଟି କରିଥିଲି । ପୁଅ ରାଗି ଯାଇ ଏଭଳି କାଣ୍ଡ କରିଛି ।
ଡିଜିଟାଲ ଯୁଗରେ ମୋବାଇଲ୍ ଫୋନ୍ର ବ୍ୟବହାର ଅପରିହାର୍ଯ୍ୟ ହୋଇପଡ଼ିଛି ସତ । ନାମୀଦାମୀ ବିଦ୍ୟାଳୟରେ ଅତ୍ୟାଧୁନିକ ପଦ୍ଧତିର ପାଠପଢ଼ା କାରଣରୁ ଛାତ୍ରଛାତ୍ରୀମାନଙ୍କୁ ମୋବାଇଲ୍ ଫୋନ୍ ବ୍ୟବହାର କରିବାକୁ ପଡ଼ୁଛି । ମାତ୍ର ପାଠପଢ଼ା ପାଇଁ ମୋବାଇଲ୍ ଫୋନ୍ ବ୍ୟବହାର ଧୀରେଧୀରେ ପିଲାଙ୍କ ପାଇଁ ଘାତକ ସାଜିବାରେ ଲାଗିଛି । ପାଠପଢ଼ା ସମୟ ବାଦ୍ ପିଲାମାନେ ମୋବାଇଲ୍ ଫୋନ୍ରେ ଅଧିକ ସମୟ ବିତାଉଛନ୍ତି । ବହୁ ପିଲା ଭୋକଶୋଷ ଭୁଲି ଯାଉଛନ୍ତି । ଏମିତିକି ସେମାନଙ୍କୁ ରାତିରେ ନିଦ ହେଉନାହିଁ । ଆଉ ବାପା ମା ଯଦି ଏଥିରେ ଆକଟ କରୁଛନ୍ତି ତେବେ ଏଭଳି ଭୁଲ୍ ପଦକ୍ଷପ ନେଉଛନ୍ତି । ତେଣୁ ସମୟ ଥାଉ ଥାଉ ନିଜ ପିଲାଙ୍କୁ ଆୟତରେ ରଖନ୍ତୁ । ସେମାନଙ୍କୁ ଏଦିଗରେ ସଚେତନ କରାନ୍ତୁ ।
ମେଷ : କାର୍ଯ୍ୟ ସମ୍ବନ୍ଧୀୟ କିଛି ସୃଜନାତ୍ମକ ଚିନ୍ତାଧାରା ମନକୁ ଆସିପାରେ, ଯାହାକୁ ଆପଣ ନିଜ କାମରେ ବ୍ୟବହାର କରିପାରିବେ,…
ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମ ଜଗତର ପ୍ରମୁଖ ବ୍ୟକ୍ତିିତ୍ୱ ରାମୋଜୀ ରାଓଙ୍କ ବିୟୋଗରେ ଓଡ଼ିଶାର ମିଡିଆ ପରିବାର ମଧ୍ୟରେ ଗଭୀର…
ଦେବଗଡ଼ : ଫେସବୁକ ପ୍ରେମର କରୁଣ ପରିଣତି l ସାହି ଦାଣ୍ଡରେ ପ୍ରେମିକାର ତଣ୍ଟି କାଟିବା ପରେ ନିଜେ ନିଜ…
ସୁବର୍ଣ୍ଣପୁର : ମିଛ କେଶରେ ଯୁବକଙ୍କୁ ଥାନାକୁ ଡାକି ଥାର୍ଡ଼ ଡିଗ୍ରୀ କରିବା ଏଏସଆଇଙ୍କୁ ମହଙ୍ଗା ପଡିଲା l ଘଟଣାକୁ…
ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ଜାମୁଝାଡି ରାସ୍ତାର ବେତଡା ପେଟ୍ରୋଲ ପମ୍ପ ନିକଟରେ ରୋଗୀ ଆଣୁଥିବା ବେଳେ 108 …
ସୋର : କୋଇଲା ବଗିରେ ଲାଗିଛି ନିଆଁ l କୋଇଲା ବୋଝେଇ ଟ୍ରେନ ଧାମରାରୁ ଖଡ଼ଗପୁର ଯିବା ବେଳେ ସୋର…