ସ୍ପେଶାଲ

କୁକୁରକୁ ବଞ୍ଚାଇବା ପାଇଁ ଜେସିବି ଧରି ନଦୀକୁ ଡେଇଁ ପଡିଲେ ହୋମ ଗାର୍ଡ, ତାପରେ କଣ ହେଲା ଦେଖନ୍ତୁ

ନିକଟରେ ଆପଣ ନିହାତି ଭାବରେ ଏ ଦୃଶ୍ୟ ଦେଖିଥିବେ ଯେଉଁଥିରେ ଜଣେ କାର ଚାଳକ ଏକ କୁକୁରର ୪ଟି ଛୁଆଙ୍କୁ ମାରିଦେଇଥିଲା ଆଉ ପାଖରେ ବସି କୋଳ ଶୂନ୍ୟ ହୋଇଥିବା ମା କୁକୁରଟି ବାହୁନି ବାହୁନି କାନ୍ଦୁଥିଲା। ଏ ଦୃଶ୍ୟକୁ ଯିଏ ଦେଖୁଥିଲା ତାଙ୍କ ଆଖିରେ ଲୁହ ଆସିଯାଉଥିଲା। ସେହିପରି ଆଉ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଯେଉଁଠି ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଭାଇରାଲ ହେବା ଚକ୍କରରେ ଏକ କୁକୁରକୁ ଗେଲ କରିବାକୁ ପାଖକୁ ଡାକି ପୋଲ ତଳକୁ ଫୋପାଡି ଦେଇଥିଲେ। ଆଉ ଏହି ସମସ୍ତ ଦୃଶ୍ୟ ଦେଖିଲେ ନିହାତି ଭାବରେ ମନକୁ ଆସୁଥିବ କଣ ଏମାନଙ୍କ ପାଖରେ ମାନବିକତା ଟିକେ ନାହିଁ। କିନ୍ତୁ ତେଲେଙ୍ଗାନାର ଏବେ ଏକ ଏମିତି ଘଟଣା ଘଟିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏକ କୁକୁର ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି ଜଣେ ହୋମଗାର୍ଡ।

ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଜଣେ ହୋମ ଗାର୍ଡ ଜେସିବି ଉପରେ ବସିଛନ୍ତି ଏବଂ ଗଭୀର ସ୍ରୋତ ଥିବା ନଦୀକୁ ଡେଇଁ ପଡୁଛନ୍ତି। ପାଣିରେ ସ୍ରୋତ ଦେଖି ଆପଣ ନିହାତି ଭାବରେ ଭୟଭୀତ ହୋଇଯିବେ। କାହିଁକିନା ଟିକେ ବି ଅସାବଧାନତାରେ ବ୍ୟକ୍ତି ଗଭୀର ସ୍ରୋତରେ ଭାଷି ଯାଇପାରନ୍ତି। କିନ୍ତୁ ସେ ନିଜ ଜୀବନକୁ ଖାତିର ନ କରି ପାଣି ଭିତରେ ପଶି କୁକୁରକୁ ବଞ୍ଚାଇବାରେ ଲାଗିପଡିଛନ୍ତି।

ଆପଣ ଦେଖିପାରୁଥିବେ ଯେ ନଦୀ ପାଖରେ ଏକ ବୁଦା ମୂଳରେ କୁକୁରଟି ଫଶି ଯାଇଛି, ଯାହାକୁ ହୋମଗାର୍ଡ ଜଣଙ୍କ ଦେଖି ତୁରନ୍ତ ଜେସିବି ଧରି ନଦୀକୁ ଡେଇଁ ପଡିଲେ କୁକୁରକୁ ବଞ୍ଚାଇବାକୁ। ପାଣିର ସୁଅକୁ ଆଡେଇ ଆଡେଇ କୁକୁର ପାଇଁ ଦେବଦୂତ ସାଜି ତାକୁ ବଞ୍ଚାଇବାକୁ ଲାଗିପଡିଲେ। ଶେଷରେ ସେ ଏଥିରେ ସଫଳ ବି ହେଲେ ଆଉ ଛୋଟ ପିଲାଙ୍କ କୋଳେଇ ଧରିବା ଭଳି କୁକୁରଟିକୁ କୋଳେଇ ନେଇ ଆସିଲେ।

ଏ ଦୃଶ୍ୟ ଦେଖିଲେ ଲାଗୁଛି ବୋଧ ହୁଏ ଏ ବ୍ୟକ୍ତି ଜଣଙ୍କ କୁକୁରର ନିରବ ସାହାଯ୍ୟ ପ୍ରାର୍ଥନାକୁ ଶୁଣି ପାରିଲେ। ଆଉ ପ୍ରମାଣ କରିଦେଲେ ଯେ ଆଜି ବି କିଛି ଲୋକଙ୍କ ମଧ୍ୟରେ ମାନବିକତା ବଞ୍ଚି ରହିଛି। ଆପଣ ବି ଏହି ଏମିତି ଅସୁବିଧାରେ ଥିବା ଜୀବ ଜନ୍ତୁଙ୍କୁ ସାହାଯ୍ୟ କରନ୍ତୁ। କିଏ ଜାଣେ ଆପଣଙ୍କ ବିପଦରେ ବି ଏମିତି ଆପଣଙ୍କୁ କିଏ ସାହାଯ୍ୟ କରିପାରେ।

video courtesy : ANI

Pritiparna

Recent Posts

ଲୋକଙ୍କୁ ଉଷୁକାଇ କରୁଥିଲା ଦଙ୍ଗା, ପୋଲିସ ହାତରେ ଧରାପଡ଼ିଲା ଦୁର୍ଦ୍ଦାନ୍ତ ଅପରାଧୀ ଅମ୍ବିକା ଦାସ

ସୋରଡ଼ା(କେନ୍ୟୁଜ୍‌): ଦୁର୍ଦ୍ଦାନ୍ତ ଅପରାଧୀ ଅମ୍ବିକା ଦାସ ଗିରଫ। ଅମ୍ବିକା ଦାସକୁ ଗିରଫ କଲା ସୋରଡ଼ା ପୋଲିସ । ଗଞ୍ଜାମ ଜିଲ୍ଲା…

5 mins ago

ଦ୍ୱାରଶୁଣି ଘାଟିରେ ପୁଣି ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ବାଇକ ଚାଳକ ମୃତ

ବାଙ୍ଗିରିପୋଷି(କେନ୍ୟୁଜ୍‌): ଦ୍ୱାରାଶୁଣି ଘାଟିରେ ପୁଣିଥରେ ଦୁର୍ଘଟଣା । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦ୍ୱାରାଶୁଣି ଘାଟିରେ ଅଜଣା ଗାଡି ଧକ୍କାରେ ବାଇକ…

24 mins ago

ଗଠନ ହେବ ନୂଆ ବିଧାନସଭା, ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(କେନ୍ୟୁଜ୍‌): ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କ ନିର୍ଦ୍ଦେଶ । ରାଜ୍ୟପାଳ ରଘୁବର ଦାଶ ୧୬ତମ ଓଡ଼ିଶା ବିଧାନସଭା ଭଙ୍ଗ ପାଇଁ…

42 mins ago

ୟୁରିକ୍ ଏସିଡ୍‌କୁ ନିୟନ୍ତ୍ରଣ କରିବ କଖାରୁ, ହାର୍ଟ ପାଇଁ ମଧ୍ୟ ହୋଇଥାଏ ଲାଭଦାୟକ

ଆଜିର ଖରାପ ଲାଇଫ୍‌ ଷ୍ଟାଇଲ୍‌ ଏବଂ ଖାଇବା ଅଭ୍ୟାସ ହେତୁ ଲୋକଙ୍କ ମଧ୍ୟରେ ୟୁରିକ୍ ଏସିଡ୍ ସମସ୍ୟା ଦ୍ରୁତ ଗତିରେ…

48 mins ago

କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେଲେ କେଦାର ଯାଦବ, ଫ୍ୟାନ୍ସଙ୍କୁ ଜଣାଇଲେ ଧନ୍ୟବାଦ

ଟି୨୦ ବିଶ୍ୱକପ ଚାଲିଥିବା ବେଳେ ଭାରତର ପ୍ରଥମ ମ୍ୟାଚ୍‌ ଜୁନ୍‌ ୫ ତାରିଖରେ ଖେଳାଯିବ । ଏହି ମ୍ୟାଚକୁ ଫ୍ୟାନ୍ସ…

50 mins ago

ଧର୍ମଶାଳା ଓ ରସୁଲପୁର ବ୍ଲକ ଅଫିସ୍ ରେ ଭଙ୍ଗାରୁଜା ଘଟଣାରେ ୨୦ ଗିରଫ

ଯାଜପୁର(କେନ୍ୟୁଜ୍‌): ଯାଜପୁର ଜିଲ୍ଲା ଧର୍ମଶାଳାରେ ମତଦାନ ପରେ ବ୍ଲକ ଅଫିସରେ ଭଙ୍ଗାରୁଜା ଘଟଣାରେ ୨୦ ଜଣ ଗିରଫ । ୨୦ଜଣଙ୍କୁ…

53 mins ago