କୁକୁରକୁ ବଞ୍ଚାଇବା ପାଇଁ ଜେସିବି ଧରି ନଦୀକୁ ଡେଇଁ ପଡିଲେ ହୋମ ଗାର୍ଡ, ତାପରେ କଣ ହେଲା ଦେଖନ୍ତୁ

ନିକଟରେ ଆପଣ ନିହାତି ଭାବରେ ଏ ଦୃଶ୍ୟ ଦେଖିଥିବେ ଯେଉଁଥିରେ ଜଣେ କାର ଚାଳକ ଏକ କୁକୁରର ୪ଟି ଛୁଆଙ୍କୁ ମାରିଦେଇଥିଲା ଆଉ ପାଖରେ ବସି କୋଳ ଶୂନ୍ୟ ହୋଇଥିବା ମା କୁକୁରଟି ବାହୁନି ବାହୁନି କାନ୍ଦୁଥିଲା। ଏ ଦୃଶ୍ୟକୁ ଯିଏ ଦେଖୁଥିଲା ତାଙ୍କ ଆଖିରେ ଲୁହ ଆସିଯାଉଥିଲା। ସେହିପରି ଆଉ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଯେଉଁଠି ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଭାଇରାଲ ହେବା ଚକ୍କରରେ ଏକ କୁକୁରକୁ ଗେଲ କରିବାକୁ ପାଖକୁ ଡାକି ପୋଲ ତଳକୁ ଫୋପାଡି ଦେଇଥିଲେ। ଆଉ ଏହି ସମସ୍ତ ଦୃଶ୍ୟ ଦେଖିଲେ ନିହାତି ଭାବରେ ମନକୁ ଆସୁଥିବ କଣ ଏମାନଙ୍କ ପାଖରେ ମାନବିକତା ଟିକେ ନାହିଁ। କିନ୍ତୁ ତେଲେଙ୍ଗାନାର ଏବେ ଏକ ଏମିତି ଘଟଣା ଘଟିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏକ କୁକୁର ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି ଜଣେ ହୋମଗାର୍ଡ।

ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଜଣେ ହୋମ ଗାର୍ଡ ଜେସିବି ଉପରେ ବସିଛନ୍ତି ଏବଂ ଗଭୀର ସ୍ରୋତ ଥିବା ନଦୀକୁ ଡେଇଁ ପଡୁଛନ୍ତି। ପାଣିରେ ସ୍ରୋତ ଦେଖି ଆପଣ ନିହାତି ଭାବରେ ଭୟଭୀତ ହୋଇଯିବେ। କାହିଁକିନା ଟିକେ ବି ଅସାବଧାନତାରେ ବ୍ୟକ୍ତି ଗଭୀର ସ୍ରୋତରେ ଭାଷି ଯାଇପାରନ୍ତି। କିନ୍ତୁ ସେ ନିଜ ଜୀବନକୁ ଖାତିର ନ କରି ପାଣି ଭିତରେ ପଶି କୁକୁରକୁ ବଞ୍ଚାଇବାରେ ଲାଗିପଡିଛନ୍ତି।

dogggଆପଣ ଦେଖିପାରୁଥିବେ ଯେ ନଦୀ ପାଖରେ ଏକ ବୁଦା ମୂଳରେ କୁକୁରଟି ଫଶି ଯାଇଛି, ଯାହାକୁ ହୋମଗାର୍ଡ ଜଣଙ୍କ ଦେଖି ତୁରନ୍ତ ଜେସିବି ଧରି ନଦୀକୁ ଡେଇଁ ପଡିଲେ କୁକୁରକୁ ବଞ୍ଚାଇବାକୁ। ପାଣିର ସୁଅକୁ ଆଡେଇ ଆଡେଇ କୁକୁର ପାଇଁ ଦେବଦୂତ ସାଜି ତାକୁ ବଞ୍ଚାଇବାକୁ ଲାଗିପଡିଲେ। ଶେଷରେ ସେ ଏଥିରେ ସଫଳ ବି ହେଲେ ଆଉ ଛୋଟ ପିଲାଙ୍କ କୋଳେଇ ଧରିବା ଭଳି କୁକୁରଟିକୁ କୋଳେଇ ନେଇ ଆସିଲେ।

ଏ ଦୃଶ୍ୟ ଦେଖିଲେ ଲାଗୁଛି ବୋଧ ହୁଏ ଏ ବ୍ୟକ୍ତି ଜଣଙ୍କ କୁକୁରର ନିରବ ସାହାଯ୍ୟ ପ୍ରାର୍ଥନାକୁ ଶୁଣି ପାରିଲେ। ଆଉ ପ୍ରମାଣ କରିଦେଲେ ଯେ ଆଜି ବି କିଛି ଲୋକଙ୍କ ମଧ୍ୟରେ ମାନବିକତା ବଞ୍ଚି ରହିଛି। ଆପଣ ବି ଏହି ଏମିତି ଅସୁବିଧାରେ ଥିବା ଜୀବ ଜନ୍ତୁଙ୍କୁ ସାହାଯ୍ୟ କରନ୍ତୁ। କିଏ ଜାଣେ ଆପଣଙ୍କ ବିପଦରେ ବି ଏମିତି ଆପଣଙ୍କୁ କିଏ ସାହାଯ୍ୟ କରିପାରେ।

video courtesy : ANI

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.