Below header

IPL 2020: ଚହଲଙ୍କ ‘ପ୍ରାଇଭେଟ ପାର୍ଟ’ରେ ବାଜିଗଲା ଡି ଭିଲିୟର୍ସଙ୍କ ଶଟ, ଫ୍ୟାନ କହିଲେ, ‘ଏବେ ବିବାହ ବନ୍ଦ’

ଆଇପିଏଲର ୧୩ତମ ସିଜନ ୧୯ ସେପ୍ଟେମ୍ବରରୁ ଆରମ୍ଭ ହେଉଛି। ସାରା ବିଶ୍ୱରେ ଫ୍ୟାନମାନେ ଏହି ଲିଗକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଆଇପିଏଲର ସିଡ୍ୟୁଲଡ ଜାରି ହେବା ପରଠୁ ସମସ୍ତ ଟିମ ଜବରଦସ୍ତ ଅଭ୍ୟାସ କରୁଥିବା ନଜର ଆସୁଛନ୍ତି। ଚଳିତ ଥର ଧୋନିଙ୍କ ଟିମ ଚେନ୍ନାଇ ସୁପର କିଙ୍ଗସ ବିଭିନ୍ନ ସମସ୍ୟା କାରଣରୁ ଚର୍ଚ୍ଚାରେ ଅଛି। ସେପଟେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବେ ଅଜବ କାରଣରୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

jjkb

ନିକଟରେ ଆରସିବିର ଷ୍ଟାର ବୋଲର ୟୁଜବେନ୍ଦ୍ର ଚହଲଙ୍କ ଏକ ଭିଡ଼ିଓ ଖୁବ ଭାଇରଲ ହେବାରେ ଲାଗିଛି। ଏଥିରେ ଏବି ଡି ଭିଲିୟର୍ସ ମଧ୍ୟ ଖେଳୁଥିବା ନଜର ଆସୁଛନ୍ତି। ତେବେ ବାସ୍ତବ କଥା ହେଉଛି, ଅଭ୍ୟାସ ସିଡ୍ୟୁଲଡ ଭିତରେ ବି କିଛି ସମୟ ବାହାର କରି ଚହଲ ଓ ଡି ଭିଲିୟର୍ସ ମସ୍ତି କରିବାକୁ ବାହାରିଥିଲେ। ସେମାନେ ଟେନିସ ବଲରେ ଖେଳି ପଡ଼ିଆରେ ମସ୍ତି କରୁଥିଲେ। ତେବେ ଏହାରି ଭିତରେ ଡି ଭିଲିୟର୍ସ ଟେନିସ ରାକେଟରେ ବଲକୁ ହିଟ କରିଥିଲେ।

ତାଙ୍କୁ ଲାଗିଥିଲା କି, ଚହଲ କ୍ୟାଚ କରିନେବେ। କିନ୍ତୁ ବଲ ଖୁବ ଜୋରରେ ଯାଇଥିଲା ଏବଂ ଚହଲଙ୍କ ଗ୍ରୋଇନରେ ବାଜିଥିଲା। ଏଥିରେ ଚହଲଙ୍କୁ ସାମାନ୍ୟ ଯନ୍ତ୍ରଣା ହୋଇଥିଲା ଏବଂ ସେ ପଡ଼ିଆରେ ଗାଡିଯାଇଥିଲେ। ବର୍ତ୍ତମାନ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଫ୍ୟାନମାନେ ଏହାର ଖୁବ ମଜା ନେଇଛନ୍ତି।

 

View this post on Instagram

 

@yuzi_chahal23 😂😂

A post shared by Middle stump Cricket (@middle.stump.cric) on

ଜଣେ ଫ୍ୟାନ କମେଣ୍ଟ କରି ଲେଖିଛନ୍ତି, ‘ଏବେ ତାଙ୍କ ବିବାହ କ୍ୟାନସେଲ ହୋଇଯିବ’। ସେହିପରି ଆଉ ଜଣେ ଲେଖିଛନ୍ତି, ‘ଚହଲଙ୍କ ସହିତ ଏମିତି କର ନାହିଁ। କାରଣ, ନିକଟରେ ତାଙ୍କର ନିର୍ବନ୍ଧ ହୋଇଛି’। ଅନ୍ୟ ଜଣେ ଫ୍ୟାନ ଡି ଭିଲିୟର୍ସଙ୍କୁ କହିଥିଲେ, ‘ଚହଲଙ୍କ ଜୀବନ ସହିତ ଖେଳ ନାହିଁ’। କିଛି ଜଣ କହିଥିଲେ, ‘ସବୁ କମେଣ୍ଟର ବଦଲା ଗୋଟିଏ ଥର ନେଇଗଲ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.