Below header

ଖାଲଢିପ ରାସ୍ତାରୁ ଟ୍ରକକୁ ଟାଣି ବାହାର କରିବା ସମୟରେ ଘଟିଗଲା କିଛି ଏପରି କାଣ୍ଡ, ଦେଖନ୍ତୁ ଭିଡିଓ

ସାଧାରଣତଃ ଖରାପ ବା ଖଦଡ ରାସ୍ତାରେ ଚାଲିବା ତ ଦୁରର କଥା ଆମେ ସେ ରାସ୍ତା ଦେଇ ଯିବା ପାଇଁ ମଧ୍ୟ ପସନ୍ଦ କରିନଥାଉ । ଏହି ରାସ୍ତାରେ ଛୋଟ ବାହନ ତଥା ମଟର ସାଇକେଲ ଫସି ରହିଗଲେ ତାହାକୁ ଜଣେ କିମ୍ବା ଦୁଇ ଜଣ ବ୍ୟକ୍ତିଙ୍କ ସାହାଯ୍ୟରେ ବାହାର କରିବାକୁ ପଡିଥାଏ । ଯେତେବେଳେ ଏହି ରାସ୍ତାରେ କୌଣସି ଭାରି ବାହନ ତଥା ବସ, କାର, ଟ୍ରକ ଇତ୍ୟାଦି ଫସି ରହିଯାଏ ସେତେବେଳେ ତାକୁ ବାହାର କରିବା କେତେ ଯେ କଷ୍ଟକର ହୋଇପଡେ ତାହା ଆପଣ ଅନୁଭବ କରିଥିବେ ନିଶ୍ଚୟ । ବର୍ତ୍ତମାନ ସୋସିଆଲ ବି ଠିକ ମିଡିଆରେ ଏହିଭଳି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ତ ନିଶ୍ଚୟ ହେବେ କିନ୍ତୁ ନିଜ ହସକୁ ମଧ୍ୟ ରୋକି ପାରିବେ ନାହିଁ। ଏହି ଭିଡିଓ କ୍ଲିପରେ ଏକ ଟ୍ରକ ମାଟି ରାସ୍ତାରେ ଫସି ଯାଇଛି ଏବଂ ତାକୁ ଜେସିବି ଗାଡି ଦ୍ୱାରା ବାହାର କରାଯାଉଛି । ବାହାର କରିବା ସମୟରେ ଯାହା ଘଟିଛି ସେହି ଘଟଣା ଦେଖିଲେ ଆପଣ ଅବାକ ହୋଇଯିବେ ।


ଆପଣ ଦେଖୁଥିବା ଏହି ଭିଡିଓରେ ଏକ ମାଟି ରାସ୍ତାରେ ଟ୍ରକଟି ଫସି ଯାଇଛି । ଏହାକୁ ଏକ ଜେସିବି ଗାଡି ବାହାର କରିବାକୁ ଚେଷ୍ଟା କରୁଥିବା ସମୟରେ ହଠାତ୍‌ ଟ୍ରକ ଭିତରେ ଥିବା ସମସ୍ତ ଯନ୍ତ୍ରପାତି ଖଣ୍ଡ ବିଖଣ୍ଡିତ ହୋଇ ବାହାରି ଯାଉଛି। ଆଉ ମଧ୍ୟ ଦେଖିପାରୁଥିବେ ଯେ ଟ୍ରକ ପଛରେ ଏକ ପାଣି ଟାଙ୍କି ରହିଛି । ବୋଧହୁଏ ସେହି ପାଣି ଟାଙ୍କିର ଭାରି ଓଜନ ସମ୍ଭାଳି ନପାରି ଟ୍ରକଟିର ଯନ୍ତ୍ରପାତି ବାହାରି ଆସୁଛି । କାରଣ ସେଠାରେ ଅନ୍ୟସବୁ ଫସି ରହିଥିବା ଟ୍ରକ ଖୁବ ସହଜରେ ବାହାରି ଆସୁଛି କିନ୍ତୁ ଏହି ଗୋଟିଏ ଟ୍ରକ ସହିତ ଏହିପରି ର୍ଦୁଘଟଣା ଘଟୁଛି । ଭିଡିଓଟି ବର୍ତ୍ତମାନ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ଏବଂ ଏହାକୁ ଅଧିକରୁ ଅଧିକ ଲୋକ ପସନ୍ଦ ମଧ୍ୟ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.