ଲେକଚର ଚାକିରୀ ଛାଡି ହେଇଗଲେ କୃଷକ, ମାଟି ନୁହେଁ ପାଣିରେ ଫଳାଉଛନ୍ତି ବିଭିନ୍ନ ପରିବା

କମ୍ପ୍ୟୁଟର ଇଞ୍ଜିନିୟରର ପାଠ ପଢି ଜଣେ ଅଧ୍ୟାପକ ଭାବରେ ଚାକିରି କରୁଥିଲେ ଗୁରକିରପାଲ ସିଂହ । କିନ୍ତୁ ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ଯେ ପରବର୍ତ୍ତି ସମୟରେ ସେ ଚାକିରି ଛାଡି ଚାଷ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ସେ ହାଇଡ୍ରୋକ୍ଲରିକ ଉପାୟରେ ପରିବା ଚାଷ କରୁଛନ୍ତି । ଏହି ଉପାୟରେ ଚାଷ କଲେ ପାଣିର ଆବଶ୍ୟକତା ପଡେ ନାହିଁ ବା ନାମ ମାତ୍ରକ ପାଣି ବ୍ୟବହାର ହୋଇଥାଏ । ଏହି ଅଦ୍ଭୁତ ପ୍ରକ୍ରିୟା ମାଧ୍ୟମରେ ଗୁରକିରପାଲ ଅନେକ ଲୋକଙ୍କୁ ଚାଷ କ୍ଷେତ୍ରରେ ନୂଆ ରାସ୍ତା ଦେଖାଇଛନ୍ତି । ତେବେ ଆପଣ ୨୦୦ ବର୍ଗ ଫୁଟ ଭଳି ଛୋଟ ସ୍ଥାନରେ ମଧ୍ୟ ଏହି ପ୍ରକ୍ରିୟା ଦ୍ୱାରା ପନିପରିବା ଚାଷ କରିପାରିବେ ।

ପଞ୍ଜାବର ମୋଗା ଜିଲ୍ଲାରେ ରହୁଥିବା ୩୭ ବର୍ଷ ବୟସର ଗୁରକିରପାଲ ସିଂହ ଦି ବେଟର ଇଣ୍ଡିଆକୁ କହିଛନ୍ତି ଯେ ତାଙ୍କର କାମ ଭଲ ଚାଲୁଥିବା ସତ୍ତ୍ୱେ ମଧ୍ୟ ସେ କିଛି ଭିନ୍ନ କରିବାକୁ ଚାହୁଁଥିଲେ । ଏନେଇ ୨୦୧୨ ମସିହାରେ ସେ ପ୍ରାୟ ସାଢେ ପାଞ୍ଚ ହଜାର ବର୍ଗଫୁଟ ଜମିରେ ପାଲିହାଉସ ଲଗାଇ ସେଥିରେ ଟମାଟୋ ଲଗାଇ ପ୍ରାୟ ୪୦ ହଜାର ଟମାଟୋ ସୃଷ୍ଟି କରିଥିଲେ । ଏହା ପରେ ପରେ ହାଇଡ୍ରୋପୋନିକ ଉପାୟରେ ଶିମଲା ମିର୍ଚ, ଟମାଟର ଇତ୍ୟାଦି ଚାଷ କରିଥିଲେ ।

ପ୍ରକୃତରେ ଏହା ମୂଳ ରୂପରେ ଇଜାଇଲର ପ୍ରକ୍ରିୟା ହୋଇଥିବା ବେଳେ ଗୁରକିରପାଲ ନିଜ ଆବଶ୍ୟକତା ଅନୁସାରେ ଏଥିରେ ସାମାନ୍ୟ ପରିବର୍ତ୍ତନ କରିଥିଲେ । ହାଇଡ୍ରୋକ୍ଲରିକର ଅର୍ଥ ହେଉଛି ପାଣି ଏବଂ ପୋନିକର ପରିଶ୍ରମ ଅର୍ଥାତ ଚାଷ କରିବା ପାଇଁ ଆପଣଙ୍କୁ ଜମି ବା ମାଟିର ଆବଶ୍ୟକତା ପଡିବ ନାହିଁ । ଟାଇମର ସାହାଯ୍ୟରେ ତାପମାତ୍ରାକୁ ଫସଲ ଅନୁସାରେ ୩୨ ଡିଗ୍ରୀ କମ୍‌ ପରିମାଣରେ ନିୟନ୍ତ୍ରିତ କରାଯାଇଥାଏ । ତେବେ ଗଛର ଚେରକୁ ପାଣିରେ ଭିଜାଯାଏ ଏବଂ ପୃଷ୍ଟିକର ଖାଦ୍ୟ ପାଣିରେ ମିଶାଯାଇଥାଏ। ଏହା ଦ୍ୱାରା ଉଦ୍ଭିଦଗୁଡିକ ବୃଦ୍ଧି ପାଇଥାନ୍ତି ।

ଏହି ପ୍ରକ୍ରିୟାରେ ଅଳ୍ପ ପରିମାଣର ଜଳର ଆବଶ୍ୟକ ପଡିଥାଏ ଓ ବ୍ୟବହାର କରାଯାଇଥିବା ପାଣିକୁ ପୁଣିଥରେ ବ୍ୟବହାର କରାଯାଇ ପାରିବ । ସେହିପରି ଖତ ପାଇଁ ମଧ୍ୟ ବିଶେଷ କିଛି ଖର୍ଚ୍ଚ କରିବାକୁ ପଡିବ ନାହିଁ । ତେବେ ଗୁରୁକିରପାଲ ଏହି ବ୍ୟବସାୟ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି । ବର୍ତ୍ତମାନ ଗୁରୁ ନିଜ ଚାକିରି ଠାରୁ ମଧ୍ୟ ପ୍ରଚୁର ଟଙ୍କା ରୋଜଗାର କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.