Below header

ଆଜି ରାଜଧାନୀ ଭୁବନେଶ୍ବରରୁ ୩୨୫ କରୋନା ପଜିଟିଭ ଚିହ୍ନଟ, ୨୨୪ ଲୋକାଲ କଣ୍ଟାକ୍ଟ କେସ

କେନ୍ୟୁଜ୍(ବ୍ୟୁରୋ):  ଆଜି ରାଜଧାନୀ ଭୁବନେଶ୍ବରରୁ ୩୨୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ କ୍ବାରେଣ୍ଟାଇନରୁ ୧୦୦ ଜଣ ଆକ୍ରାନ୍ତ ଥିବା ବେଳେ ଲୋକାଲ କଣ୍ଟାକ୍ଟ କେସରୁ ୨୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତମାନେ ପୂର୍ବ  ସଂକ୍ରମିତ   ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସିଥିଲେ। ସେହିଭଳି  ଆଜି ଭୁବନେଶ୍ବରରୁ ୪୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ବିଏମସି ଟ୍ବିଟ କରି ସୂଚନା ଦେଇଛନ୍ତି।

ବିଏମ୍‌ସି ସୂଚନା ଅନୁସାରେ ହଂସପାଳର ଏକ କ୍ବାରେଣ୍ଟାଇନ ସେଣ୍ଟର ୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଭିଏସଏସ ନଗରରୁ ୭ ଜଣ, ଡମଣାରୁ ୬ ଜଣ, ୟୁନିଟ-୯, ଆଇଆରସି ଭିଲେଜ, ଜିଜିପି କଲୋନି ଓ ସହିଦ ନଗରରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.