ଧମାଲ ମଚାଉଛି ଶିଳ୍ପା ସେଟ୍ଟୀଙ୍କ ଥ୍ରୋବ୍ୟାକ୍‌ ଡ୍ୟାନ୍ସ ଭିଡିଓ, ସୋସିଆଲ ମିଡିଆରେ ହେଉଛି ଭାଇରାଲ

ଶିଳ୍ପା ସେଟ୍ଟୀ ସେହି ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଯାହାଙ୍କର ନାମ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଥାଏ। ଆକ୍ଟ୍ରେସ କେବେ ଡ୍ୟାନ୍ସ ପାଇଁ ତ ଆଉ କେତେବେଳେ ନିଜ ଫିଟନେସ୍‌ ପାଇଁ ଚର୍ଚ୍ଚାରେ ରୁହନ୍ତି। ଶିଳ୍ପା ସେଟ୍ଟୀ ଏହାବ୍ୟତୀତ ଫୁଡ୍‌ ଭିଡିଓକୁ ମଧ୍ୟ ସମୟ ସମୟରେ ସେୟାର କରନ୍ତି। ଏବେ କିନ୍ତୁ ଶିଳ୍ପା ସେଟ୍ଟୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଧମାଲ ମଚାଉଛି।

ଏହି ଭିଡିଓରେ ଦେଖିପାରୁଥିବେ ଯେ ଶିଳ୍ପା ସେଟ୍ଟୀ ସୁପରହିଟ ସଙ୍ଗ୍‌ ‘ବନ କେ ତିତଲୀ’ରେ ଜୋରଦାର ଡ୍ୟାନ୍ସ ପରଫରମାନ୍ସ କରୁଛନ୍ତି।
ଆକ୍ଟ୍ରେସ ଏହି ଭିଡିଓକୁ ୟୁଟ୍ୟୁବରେ ସେୟାର କରିଛନ୍ତି। ତାଙ୍କର ଏହି ଭିଡିଓ ଟିଭି ରିୟାଲିଟି ଶୋର ଅଟେ। ଏଥିରେ ସେ ନିଜେ ବି ଜଜ୍‌ ରହିଛନ୍ତି। ସେହିପରି ଅଭିନେତ୍ରୀଙ୍କ ଜବରଦସ୍ତ ଦେଖି ଗୀତା କପୁର ଏକଦମ୍‌ ସକ୍‌ ହୋଇଯାଉଛନ୍ତି।

ଶିଳ୍ପା ସେଟ୍ଟୀଙ୍କର ଏହି ଭିଡିଓକୁ ଲୋକମାନଙ୍କର ବହୁତ ପ୍ରେମ ଏବଂ ଭଲପାଇବା ମିଳୁଛି। ଆପଣ ବି ଶିଳ୍ପାଙ୍କର ଏହି ଜବରଦସ୍ତ ଡ୍ୟାନ୍ସ ଦେଖି ମୋହିତ ହୋଇଯିବେ। ତେବେ ତାଙ୍କ କ୍ୟାରିୟର ବିଷୟରେ କହିବା ତ ସେ ବହୁତ ଜଲଦି ‘ହଙ୍ଗାମା୨’ ଏବଂ ‘ନିକମ୍ମା’ ଜରିଆରେ ବଡ ପରଦାରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.