Below header

ମାସ୍କ ନ ପିନ୍ଧି ସାପକୁ ମୁହଁରେ ଗୁଡେଇ ହୋଇଥିଲେ ଏହି ବ୍ୟକ୍ତି, ଆଉ ତା’ ପରେ…

କରୋନା ମହାମାରୀ ପାଇଁ ଏବେ ସବୁଠି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଯାଇଛି। ମାସ୍କ ଏମିତି ଏକ ହତିଆର, ଯାହାକୁ ପିନ୍ଧିବା ପରେ ଆମେ କରୋନାରୁ ରକ୍ଷା ପାଇପାରିବା। ତେବେ ଏହାରି ଭିତରେ ଏକ ଭିଡିଓ ଖୁବ ଭାଇରଲ ହେଉଛି। ଭିଡ଼ିଓଟି ଇଂଲଣ୍ଡର। ଏହି କରୋନା କାଳରେ ସେଠାକାର ସରକାର ବି ମାସ୍କ ପିନ୍ଧିବାକୁ ଅନିବାର୍ଯ୍ୟ କରିଦେଇଛନ୍ତି। ଯଦି କେହି ବିନା ମାସ୍କରେ ଧରାପଡନ୍ତି, ତା’ହେଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ଜରିମାନା ଧାର୍ଯ୍ୟ କରାଯାଇଛି।

ଏ ସବୁ ଭିତରେ ମ୍ୟାନଚେଷ୍ଟରେ ଏମିତି ଜଣେ ବ୍ୟକ୍ତି ନଜର ଆସିଛନ୍ତି, ଯିଏ ମାସ୍କ ଜାଗାରେ ବେକରେ ସାପ ଗୁଡେଇ ବସରେ ଯାତ୍ରା କରୁଥିଲେ। ଯେତେବେଳେ ଏହି ଅଜବ ଘଟଣା ସାମ୍ନାକୁ ଆସିଥିଲା, ସ୍ଥାନୀୟ ଲୋକେ ଏହାକୁ ମୋବାଇଲରେ ରେକର୍ଡ କରିବାକୁ ଲାଗିଥିଲେ। ସେହି ସମୟର ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଛାଇଯାଇଛି। ଭିଡ଼ିଓରେ ଆପଣ ଦେଖିପାରିବେ, ବସ ସିଟରେ ଜଣେ ବ୍ୟକ୍ତି ବସିଛନ୍ତି, ଯିଏ ନିଜ ବେକରେ ସାପକୁ ମାସ୍କ ଭଳି ଗୁଡେଇ ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.