ଭୁବନେଶ୍ବର:କୋଭିଡ ନିୟମ ଭାଙ୍ଗିବା ସହ ନୟାପଲ୍ଲୀ ମହିଳା ଏସଆଇଙ୍କୁ ଦୁର୍ବ୍ୟବହାର, ଜଣେ ଯୁବକ ଗିରଫ

କେନ୍ୟୁଜ୍(ବ୍ୟୁରୋ): କୋଭିଡ ନିୟମ ଭାଙ୍ଗିବା ସହ କାର୍ଯ୍ୟରତ ମହିଳା ପୋଲିସ ଏସଆଇଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଯୁବକ ଗିରଫ । ଗିରଫ ଯୁବକ ଗଂଜାମ ଜିଲ୍ଲାର ବିକାଶ ପ୍ରଧାନ । ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟାରେ ନୟାପଲ୍ଲୀ ଥାନାର SI ପ୍ରତୀମା ସାହୁ ଓ କର୍ମଚାରୀମାନେ କୋଭିଡ ନିୟମ ଉଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ କରୁଥିଲେ । ଏହି ସମୟରେ ବିକାଶ VIP କଲୋନୀରେ ଥିବା ଏକ ଓମଫେଡ୍‌ ଷ୍ଟଲରେ ବିନା ମାସ୍କରେ ବସିଥିଲେ । ସେଠାରେ SI ପ୍ରତୀମା ସାହୁ ଓ ତାଙ୍କ ଟମ୍  ବିକାଶଙ୍କୁ  କୋଭିଡ ନିୟମ ଉଲଂଘନ ଅଭିଯୋଗରେ ୧୦୦ ଟଙ୍କା ଜରିମାନା କରାଯାଇଥିଲା ।

କିନ୍ତୁ ଏଥିରେ ଅସନ୍ତୋଷ ପ୍ରକାଶ କରି ବିକାଶ  SI ପ୍ରତୀମା ସାହୁଙ୍କ ସହ ଯୁକ୍ତିତର୍କ କରିବା ସହ ସର୍ବସାଧାରଣରେ ଦୁର୍ବ୍ୟବହାର କରିଥିଲେ । ଏହାପରେ ରାତି ପ୍ରାୟ ୯ ଟା ବେଳେ ଏସଆଇ ଶ୍ରୀମତୀ ସାହୁଙ୍କୁ ଅନୁସରଣ କରି ମୋବାଇଲରେ ପୋଲିସର କାର୍ଯ୍ୟକଳାପକୁ ରେକର୍ଡ କରିବାକୁ ଚେଷ୍ଟା କରିଥିଲେ । ଏହାର ପ୍ରତିବାକୁ କରିବାରୁ ବିକାଶ SI ଓ  ଥାନାର ଅନ୍ୟ ପୋଲିସ କର୍ମଚାରୀଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ । ଏ ନେଇ ନୟାପଲ୍ଲି ଥାନାରେ ଅଭିଯୋଗ ପରେ ବିକାଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.