Below header

ଦେଖନ୍ତୁ Video: ଧୀରେ ଧୀରେ ଚାଲୁଥିବା କଇଁଛ କେମିତି ହଠାତ ଦୌଡ଼ିବାକୁ ଲାଗୁଛି

ବିଶ୍ୱରେ ସବୁଠାରୁ ଧୀରେ ଚାଲୁଥିବା ଜୀବ ଭିତରେ କଇଁଛ ଅନ୍ୟତମ। ଏହା ମନ୍ଥର ଗତିରେ ଚାଲୁଥାଏ। ଯଦି ହଠାତ ଏହା ଦୌଡ଼ିବାକୁ ଲାଗେ, ତେବେ ତାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ। ଟୁଇଟରରେ ଏକ ଭିଡ଼ିଓ ଖୁବ ଭାଇରଲ ହେଉଛି, ଯେଉଁଥିରେ ଏକ କଇଁଛ ଜୋରରେ ଦୌଡୁଥିବା ଦେଖିବାକୁ ମିଳୁଛି।

ବାସ୍ତବ କଥା ହେଲା, କଇଁଛ ନିଜ ସ୍ପୀଡ ବଢାଇବା ପାଇଁ ଏକ ଅଜବ ଯୋଗାଡ ବାହାର କରିଛି। ଆଉ ତାହା ହେଉଛି ‘ଟୟ କାର’। ୧୩ ମିନିଟର ଏହି ମଜାଦାର କ୍ଲିପରେ କଇଁଛ ନିଜ ଟୟ କାର ଉପରେ ବସି ଖୁବ ଜୋରରେ ଦୌଡୁଥିବା ଦେଖିବାକୁ ମିଳୁଛି। ଏହି ସିନ କାର୍ଟୁନ ସିରିୟଲ ‘Flintstone’କୁ ମନେ ପକାଇଦେଉଛି, ଯେଉଁଥିରେ  Flintstone ଓ ତା’ ସାଙ୍ଗ ନିଜ ଗୋଡ଼ରେ କାର ଚଳାଉଥିଲେ।

ଏହି ଭାଇରଲ ଭିଡ଼ିଓକୁ ଲୋକେ ଟୁଇଟରରେ ରିଟୁଇଟ ମଧ୍ୟ କରୁଛନ୍ତି। ଏ ପର୍ଯ୍ୟନ୍ତ ଏହାକୁ ୨୦ ହଜାରରୁ ଅଧିକ ଥର ଦେଖାଯାଇସାରିଲାଣି। ସେହିପରି ପାଖାପାଖି ୨ ହଜାର ଲୋକ ଲାଇକ ମଧ୍ୟ କରିଛନ୍ତି। ଟୁଇଟରରେ ଏହି ଭିଡ଼ିଓକୁ Earth’s Beauty ନାମକ ଟୁଇଟର ହ୍ୟାଣ୍ଡେଲ ପୋଷ୍ଟ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.