ପାରସ ଛାବ୍ରାଙ୍କ କନିଆ ହେବାକୁ ଚାହିଁ ବସିଥିଲେ କିନ୍ତୁ ଡ୍ରଗ୍ସ କେସରେ ଗିରଫ ହୋଇ ଜେଲ ଗଲେ ଏହି ଅଭିନେତ୍ରୀ

ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ଡ୍ରଗ୍ କନେକ୍ସନ ସାମ୍ନାକୁ ଆସିବା ପରେ ରିୟା ଚକ୍ରବର୍ତ୍ତୀଙ୍କ ସମସ୍ୟା ବଢିଯାଇଛି । ତାଙ୍କୁ 14 ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି । ଏଥି ସହିତ ବାଙ୍ଗାଲୋରର ହାଇ ପ୍ରୋଫାଇଲ୍ ଡ୍ରଗ୍ ମାମଲା ମଧ୍ୟ ଚର୍ଚ୍ଚାରେ ରହିଛି । ତେବେ ନିକଟରେ କନ୍ନଡ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀଙ୍କୁ ମଧ୍ୟ ଏହି ମାମଲାରେ ଗିରଫ କରାଯାଇଥିଲା ।

ବର୍ତ୍ତମାନ ଏହି ଡ୍ରଗ୍ସ ମାମଲାରେ ଆଉ ଜଣେ କନ୍ନଡ ଅଭିନେତ୍ରୀଙ୍କୁ ଗିରଫ କରାଯାଇଛି । କେନ୍ଦ୍ରୀୟ କ୍ରାଇମ ବ୍ରାଞ୍ଚ (CCB) ଅଭିନେତ୍ରୀ ସଞ୍ଜନା ଗଲ୍ରାନିଙ୍କୁ ଗିରଫ କରିଛି । କନ୍ନଡ ସିନେମାର ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ମଧ୍ୟରୁ ସଞ୍ଜନା ଗଲ୍ରାନି ଅନ୍ୟତମ। ସେ ଅନେକ ତାମିଲ ଏବଂ ତେଲୁଗୁ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।

 

View this post on Instagram

 

Enjoy where you are NOW! #enjoythemoment #enjoylife #enjoyeveryday

A post shared by SANJJANAA GALRANI (@sanjjanaagalrani) on


ସଞ୍ଜନା ମଡେଲିଂରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ଏହା ପରେ ସଞ୍ଜନା ଗଲ୍ରାନି ଅନେକ ଟିଭି ବିଜ୍ଞାପନରେ ମଧ୍ୟ ନଜର ଆସିଥିଲେ । ସେ ଫିଲ୍ମରେ ଅଭିନୟ କରିବା ପୂର୍ବରୁ 50 ରୁ ଅଧିକ ବିଜ୍ଞାପନ କରିଥିଲେ । ସଞ୍ଜନା ଗଲ୍ରାନି ତାମିଲ ଚଳଚ୍ଚିତ୍ର ‘ଓରୁ କଧଲ ସେବୀର’ରୁ ତାଙ୍କ ଚଳଚ୍ଚିତ୍ର ଯାତ୍ରା ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ର 2006 ମସିହାରେ ମୁକ୍ତିଲାଭ କରିଥିଲା ।

ସଞ୍ଜନା 2013 ରେ କନ୍ନଡ ରିଆଲିଟି ସୋ ‘ବିଗବସ’ରେ ମଧ୍ୟ ଅଭିନୟ କରିଛନ୍ତି । ସଞ୍ଜନା ଗଲ୍ରାନୀଙ୍କୁ ଶେଷ ଥର ପାଇଁ ପରାସ ଛାବ୍ରାଙ୍କ ଟିଭି ସୋ ‘ମୁଝସେ ଶାଦୀ କରୋଗେ’ରେ ଦେଖିବାକୁ ମିଳିଥିଲା । ତେବେ ଏହି ଶୋ’ରେ ସଞ୍ଜନା ଗଲ୍ରାନି ପାରସଙ୍କୁ ବିବାହ କରିବାର ଇଚ୍ଛାନେଇ ପହଞ୍ଚିଥିଲେ । ଯଦିଓ ସଞ୍ଜନା ଗଲ୍ରାନି ଏହି ଶୋ’ର ବିଜେତା ହୋଇପାରିଲେ ନାହିଁ କିମ୍ବା ସେ ପାରସଙ୍କୁ ମଧ୍ୟ ବିବାହ କରିପାରିବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.