photo: oneindia
ଭାରତର ପୂର୍ବୋତ୍ତର ରାଜ୍ୟ ମଣିପୁରର ଏକ ପାହାଡ଼ିଆ ଅଞ୍ଚଳରେ ମାଟି ତଳୁ ଜ୍ୱାଳା ବାହାରୁଛନ୍ତି। ଏହି ନିଆଁ ରହସ୍ୟମୟ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। କାରଣ, ନିଆଁ ମାଟି ଉପରେ ନୁହେଁ, ବରଂ ମାଟି ତଳେ ହିଁ ଲାଗିଛି, ଯାହାକୁ ଦେଖିବା ପାଇଁ ଶହ ଶହ ଲୋକଙ୍କ ଭିଡ଼ ସେଠାରେ ଜମିଛି। ଭୂ ବିଶେଷଜ୍ଞମାନେ ନିଆଁ ଲାଗିବାର ପ୍ରକୃତ କାରଣ ସମ୍ପର୍କରେ ଜାଣିବାକୁ ତନାଘନା ଚଲାଇଛନ୍ତି। ସେପଟେ ସ୍ଥାନୀୟ କାଙ୍ଗପୋକପି ଜିଲା ପ୍ରଶାସନ ମଧ୍ୟ ଘଟଣାକୁ ନିରୀକ୍ଷଣ କରିବାକୁ ସେଠାକୁ ଯାଇଛି।
କାଙ୍ଗପୋକପି ଏକ ପାହାଡ଼ିଆ ଅଞ୍ଚଳ। ବର୍ତ୍ତମାନ ଏହି ସ୍ଥାନର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏଠି ମାଟି ତଳୁ ନିଆଁ ବାହାରୁ ଥିବାରୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଲୋକେ ଜାଣିବାକୁ ଚାହୁଁଛନ୍ତି କି, କାହିଁକି ଏଠି ଭୂମି ଜଳୁଛି। କାଙ୍ଗଚୁପ ଗେଲଜଙ୍ଗ-ଟି ଏସ୍ଡିଓ ଉପେନ୍ଦ୍ର ସିଂ କହିଛନ୍ତି, ‘ମାଟି ତଳେ ନିଆଁ ଲାଗିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଘଟଣା’।
ସେ ଆହୁରି କହିଛନ୍ତି ଯେ ଆମେ ଯାହା ଦେଖୁଛୁ, ତାହା ସମ୍ଭବତଃ ବାୟୋମାସ୍ ପ୍ରଜ୍ଜ୍ୱଳନ, ଯାହା କାଙ୍ଗଚୁପ୍ ମଖୋମ୍ ଗାଁ ଆଖପାଖ ବିଭିନ୍ନ ସ୍ଥାନରେ ଉତ୍ସର୍ଜିତ ହେଉଛି। ତେବେ ଏହାରି ଭିତରେ ଆଉ ଏକ କଥା ମଧ୍ୟ ସାମ୍ନାକୁ ଆସିଛି ଯେ ଏହି ସ୍ଥାନରେ ପୂର୍ବରୁ କଦଳୀ ଚାଷ ହେଉଥିଲା। ଦେଖା ଯାଉଛି, ଯେଉଁଠି କଦଳୀ ଚାଷ ହେଉଛି, ସେଠାକାର ଭୂମି ଏହି ପ୍ରକାର ବାୟୋମାସ୍ ପ୍ରଜ୍ଜ୍ୱଳନରେ ପ୍ରଭାବିତ ହେଉଛି। ଅଧିକାରୀମାନଙ୍କ କହିବା ହେଲା, ବର୍ତ୍ତମାନ ଏ ନେଇ ଏକ ରିପୋର୍ଟ ଉଚ୍ଚ ଅଧିକାରୀଙ୍କୁ ପଠାଯିବ ଏବଂ ଏହାପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।
ଇରାନ୍ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…
Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…
ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…
ଉଦ୍ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍ ମଙ୍ଗଳବାର ଭୁଶୁଡ଼ି…
କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…
ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…