ସ୍ପେଶାଲ

ବ୍ରହ୍ମାଣ୍ଡର ସବୁଠାରୁ ଶକ୍ତିଶାଳୀ ମନ୍ତ୍ର ଓଁ, ଜାଣନ୍ତୁ ଏହାର ମହିମା ଏବଂ ଧନ ସମୃଦ୍ଧିର ଉପାୟ

ଓଁ ଶବ୍ଦରେ ସାରା ବିଶ୍ୱ ବ୍ରହ୍ମାଣ୍ଡ ଲୁଚି ରହିଛି। ଓଁ ଧ୍ୱନି ସାରା ବିଶ୍ୱରେ ଗୁଞ୍ଜରଣ ହୋଇଥାଏ। ସେଥିପାଇଁ ଓଁ ଉଚ୍ଚାରଣ ଦ୍ୱାରା ସକାରାତ୍ମକ ଉର୍ଜା ସଞ୍ଚାର ହୋଇଥାଏ। ଏହି ଧ୍ୱନି ମନୁଷ୍ୟର ଶ୍ରବଣ କ୍ଷମତା ଠାରୁ ବହୁ ଉର୍ଦ୍ଧ୍ବରେ। କିନ୍ତୁ ଯେଉଁମାନେ ସାଧନା କରିବାକୁ ଚାହିଁଥାନ୍ତି ସେମାନେ ଏହି ଚମତ୍କାରୀ ଧ୍ୱନିକୁ ଶୁଣି ପାରନ୍ତି।

ତିନିଟି ଅକ୍ଷର ଅ, ଉ ଏବଂ ମ୍ କୁ ମିଶାଇ ହୋଇଛି ଓଁ । ଓଁ ଈଶ୍ୱରର ୩ଟି ସ୍ୱରୂପ ବ୍ରହ୍ମ, ବିଷ୍ଣୁ ମହେଶ୍ୱରଙ୍କ ସଂଯୁକ୍ତ ରୂପ । ଓଁରେ ହିଁ ସୃଷ୍ଟି, ପାଳନ ଏବଂ ବିନାଶର ତିନୋଟି ସାମିଲ । ଓଁ ମନ୍ତ୍ରର ସଠିକ ପ୍ରୟୋଗ ଦ୍ୱାରା ଜୀବନର ସବୁ ସମସ୍ୟା ଦୂର କରାଯାଇପାରେ। ଓଁର ସଠିକ ଉଚ୍ଚାରଣ ଦ୍ୱାରା ଈଶ୍ୱରଙ୍କ ନିକଟ ହୋଇପାରିବେ। ଓଁ ଧ୍ୱନି ଏତେ ପବିତ୍ର ଯେ ମୁନିଋଷି ପ୍ରତ୍ୟେକ ମନ୍ତ୍ର ପୂର୍ବରୁ ଓଁ ଯୋଡି ଦେଇଛନ୍ତି । ଓଁ ସହ ଜଡିତ ହେବାପରେ ମନ୍ତ୍ରର ଶକ୍ତି ଅନେକ ଗୁଣ ବୃଦ୍ଧି ପାଇଥାଏ ବୋଲି କୁହାଯାଏ। କିନ୍ତୁ ଓଁ ମନ୍ତ୍ର ଉଚ୍ଚାରଣର ମଧ୍ୟ କିଛି ନିୟମ ରହିଛି । ଉଚ୍ଚାରଣ ସମୟରେ ଏହି ନିୟମ ପାଳନ କରିବା ଉଚିତ।

ଓଁ ଉଚ୍ଚାରଣ ବ୍ରହ୍ମ ମୁହୂର୍ତ୍ତରେ କିମ୍ବା ସନ୍ଧ୍ୟା ସମୟରେ କରିବା ଉଚିତ। ମନ୍ତ୍ରର ସଠିକ ଲାଭ ପାଇବା ପାଇଁ ଏହାର ସଠିକ ଉଚ୍ଚାରଣ ପଦ୍ଧତି ଶିଖିବା ଆବଶ୍ୟକ। ଓଁ ଉଚ୍ଚାରଣ ସମୟରେ ମେରୁଦଣ୍ଡ ସିଧା ରହିବା ଉଚିତ। ଉଚ୍ଚାରଣ ପୁରା କରିବାର ୧୦ ମିନିଟ ଯାଏଁ ଜଳ ସ୍ପର୍ଶ କରିବା ଉଚିତ ନୁହେଁ। ଡାହାଣ ହାତରେ ତୁଳସୀ ପତ୍ର ନେଇ ୧୦୮ ଥର ଓଁ ଉଚ୍ଚାରଣ କରନ୍ତୁ। ଉଚ୍ଚାରଣ ପରେ ତୁଳସୀ ପତ୍ରକୁ ପିଇବା ପାଣିରେ ପକାଇ ଏହି ପାଣିକୁ ପିଅନ୍ତୁ। ଏହି ସମୟରେ ତାମସିକ ଆହାର ନ କରିବା ଉଚିତ। ଏହାଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟର ବରଦାନ ମିଳିଥାଏ।

ଘରର ମୁଖ୍ୟ ଦ୍ୱାରର ଉଭୟ ପାର୍ଶ୍ୱରେ ସିନ୍ଦୁରରେ ସ୍ୱସ୍ତିକ ଚିହ୍ନ କରନ୍ତୁ। ମୁଖ୍ୟ ଦ୍ୱାର ଉପରେ ଓଁ ଲେଖନ୍ତୁ। ଏହି ପ୍ରୟୋଗ ମଙ୍ଗଳବାର ଅପରାହ୍ନରେ କରିବା ଶୁଭ ହୋଇଥାଏ। ଏହାଦ୍ୱାରା ବାସ୍ତୁ ଦୋଷ ଦୂର ହୋଇଥାଏ। ବାସ୍ତୁ ଦୋଷ ଯୋଗୁଁ ଆପଣଙ୍କ ଜୀବନରେ ସବୁକିଛି ଖରାପ ଚାଲିଥାଏ ତେବେ ଓଁର ପ୍ରୟୋଗ କରନ୍ତୁ।

Swagatika

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

45 mins ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

4 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

4 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

4 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

7 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

7 hours ago