Categories: ସ୍ପେଶାଲ

କେବେବି ଶୁଣିନଥିବେ ନାଗ ମାନଙ୍କ ବିଷୟରେ ଏପରି ଆଶ୍ଚର୍ଯ୍ୟକର ତଥ୍ୟ

ଭାରତରେ ନାଗସାପକୁ ଏକ ରହସ୍ୟ ବୋଲି କୁହାଯାଇଥାଏ । ଯେଉଁଠାରେ ଲୋକମାନଙ୍କର ସାପ ପ୍ରତି ଭୟ ଆସିଥାଏ ସେଠାରେ ଲୋକମାନେ ଏହାର ପୂଜା କରିଥାନ୍ତି । ଆଜି ଆମେ ଆପଣଙ୍କୁ ଜଣାଇବୁ ସାପ ସହ ଜଡିତ କିଛି ଆଶ୍ଚର୍ଯ୍ୟକର ତଥ୍ୟ ଯାହାକୁ ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ତାହେଲେ ଆସନ୍ତୁ ଜାଣିବ ସାପ ସହ ଜଡିତ କିଛି ଅଜଣା ତଥ୍ୟ ।

ନାଗ ସାପ ବିଷ ବାହାର କରିବା

ଯଦି କୌଣସି ଲୋକକୁ ବିଷାକ୍ତ ସାପ କାମୁଡିଦିଏ ତାହେଲେ ତାକୁ ଡାକ୍ତରଖାନା ନେବାକୁ ପଡିଥାଏ ତା ପୁଣି ସଂଗେ ସଂଗେ ନଚେତ ଟିକିଏ ଡେରି ହୋଇଯିବା ମାତ୍ରେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଥାଏ । କିନ୍ତୁ ଆମ ଦେଶରେ କିଛି ଏପରି ଲୋକ ଅଛନ୍ତି ଯିଏ କିଛି ସମୟ ମଧ୍ୟରେ ନାଗ ସାପର ଜହର ଶରୀରରୁ ବାହାର କରିଦେଇଥାନ୍ତି ।

ଏହାସହ ପଢନ୍ତୁ ଆପଣ ପୂର୍ବରୁ କେବେ ଦେଖିନଥିବେ ଏଭଳି ପାଗଳାମି : ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ

ନାଗରାଜର ଚୂହାପାଳି ମନ୍ଦିର

ସାପର ପ୍ରିୟ ଭୋଜନ ହେଉଛି ମୂଷା । ମୁଷାକୁ ଦେଖିବା ମାତ୍ରେ ସାପ ପାଟିରୁ ଲାଲ ଗଡ଼ିଥାଏ । ସେଥିପାଇଁ ସାଧାରଣତଃ ସାପମାନେ ମୂଷାର ଗାତ ପାଖରେ ଜଗି ବସିଥାନ୍ତି । କିନ୍ତୁ ଏକ ମନ୍ଦିର ରହିଛି ଯେଉଁଠାରେ ମୂଷା ମାନେ ଲାଇନ ହୋଇ ନାଗସାପକୁ ପରିକ୍ରମା କରିଥାନ୍ତି ।

ନାଗସାପର ଚମତ୍କାରୀ ସମାଧି

ନାଗ-ନାଗୁଣୀଙ୍କ ପ୍ରେମ ଓ ବଳିଦାନର କାହାଣୀରେ ପ୍ରେରିତ ହୋଇ ତାଙ୍କର ଏକ ମନ୍ଦିର ତିଆରି ହୋଇଛି ଯେଉଁଠାରେ ତାଙ୍କର ପାର୍ଥିବ ଶରୀର ରହିଛି । ଏହି ମନ୍ଦିରର ପୂଜାରୀଙ୍କ କହିବା ଅନୁଯାୟୀ ଏଠାରେ ପ୍ରତିଦିନ କିଛି ନା କିଛି ଚମତ୍କାର ଘଟିଥାଏ । ଏହା ଏକ ଚମତ୍କାରୀ ମନ୍ଦିର ଅଟେ ।

ନାଗଙ୍କର ଦୁର୍ଗତି

ଆମ ଦେଶରେ ନାଗସାପକୁ ପୂଜା କରାଯାଇଥାଏ । ଏହି ପୂଜା ବ୍ରତ ନାମରେ ନାଗସାପଙ୍କର ଦୁର୍ଗତି ହେବାରେ ଲାଗିଛି । ଆମ ଦେଶରେ ମାନସିକ କରିବା ଏବଂ ତାକୁ ପୂରଣ କରିବା ପାଇଁ ଯେତେ ପ୍ରୟାସ କରାଯାଇଥାଏ ତାହା ବୋଧହୁଏ ଅନ୍ୟ କୌଣସି ଦେଶରେ ମଧ୍ୟ କରାଯାଇନଥାଏ । ଏହାଦ୍ୱାରା ବର୍ତ୍ତମାନ ପର୍ଯ୍ୟନ୍ତ ନାଗଙ୍କର ଅନେକ ପ୍ରଜାତି ଲୁପ୍ତ ହୋଇସାରିଛି । ଏପରି ମଧ୍ୟ କୁହାଯାଇପାରିବ ଯେ ସଂକଟରେ ନାଗରାଜ ।

ଇଚ୍ଛଧାରୀ ନାଗୀନ

ଆଜି ପର୍ଯ୍ୟନ୍ତ ଆପଣ ଇଛାଧାରୀ ନାଗୀନ କିମ୍ବା ନାଗକନ୍ୟା କଥା କେବଳ ଚଳଚ୍ଚିତ୍ରରେ ହିଁ ଦେଖିଥିବେ କିନ୍ତୁ ପ୍ରକୃତରେ ଏହି ଦୁନିଆରେ ରହିଛନ୍ତି ଜଣେ ନାଗକନ୍ୟା । ଯିଏକି ନିଜ ପତିଙ୍କୁ ପାଇବା ପାଇଁ ଏହି ମୃତ୍ୟୁଲୋକରେ ସାଧନା କରୁଥିଲେ । ଏହି ବିଷୟରେ ଏକ ପ୍ରକୃତ ସତ୍ୟ କାହାଣୀ ମଧ୍ୟ ରହିଛି ।

KNews Bureau

Recent Posts

ଶୁନଶାନ୍‌ ରାତିରେ ମନ୍ଦିରରେ ଘଣ୍ଟି ବଜାଇଲା ଭାଲୁ

ଜୟପୁର (କେନ୍ୟୁଜ) : ଏତେ ରାତିରେ କିଏ ବଜାଉଥିଲା ଘଣ୍ଟି । ରାତିରେ ନ ଶୋଇ ଏମିତି କିଏ ଘଣ୍ଟି…

36 mins ago

ବିରାଟଙ୍କ ଟିମ୍‌ ହାରିଯିବା ପରେ ଦୁଃଖରେ ଭାଙ୍ଗିପଡିଲେ ଅନୁଷ୍କା ଶର୍ମା, ଲୋକ କହିଲେ ‘ସବୁବେଳେ ସପୋର୍ଟ କରନ୍ତି’

ବିରାଟ କୋହଲିଙ୍କୁ ସପୋର୍ଟ କରିବା ପାଇଁ ଅନୁଷ୍କା ଶର୍ମା ସବୁବେଳେ ମ୍ୟାଚ ଦେଖିବାକୁ ପହଞ୍ଚିଯାଆନ୍ତି । ଖାସ୍‌ କରି ଆଇପିଏଲ…

52 mins ago

ବେଙ୍ଗାଲୁରୁର ୩ ବଡ଼ ହୋଟେଲକୁ ବୋମା ଧମକ, ପରିସରରେ ଚାଲିଛି ଛାନ୍‌ଭିନ୍‌

କେବଳ ଦିଲ୍ଲୀ ନୁହେଁ, କର୍ଣ୍ଣାଟକର ବେଙ୍ଗାଲୁରୁରେ ମଧ୍ୟ ବିଳାସମୟ ହୋଟେଲଗୁଡ଼ିକୁ ମିଳିଛି ବୋମା ଧମକ । ଇମେଲ୍‌ ଜରିଆରେ ବୋମା…

1 hour ago

ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା, ଘନୀଭୂତ ହେଉଛି ଲଘୁଚାପ

ଭୁବନେଶ୍ୱର (କେନ୍ୟୁଜ): ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । ବଙ୍ଗୋପସାଗରରେ ଏବେ ଘନୀଭୂତ ହେଉଛି ଲଘୁଚାପ। ଏହା ଉତ୍ତର ପୂର୍ବ ଦିଗରେ…

1 hour ago

ଚୀନରେ ଭୟଙ୍କର ବିସ୍ଫୋରଣରେ ଉଡିଲା ବିଲିଡିଂ; ଜଣେ ମୃତ, ୩ ଆହତ

ଚୀନର ଏକ ବିଲିଡିଂରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣ ଯୋଗୁଁ ବିଲିଡିଂ ସଂପୂର୍ଣ୍ଣ ନଷ୍ଟ ହୋଇଛି । ଏଥିଯୋଗୁଁ ଜଣେ…

1 hour ago

କିଙ୍ଗ ଖାନ୍‌ଙ୍କ ସ୍ୱାସ୍ଥ୍ୟରେ ସୁଧାର, ଆଜି ମିଳିପାରେ ଡିସଚାର୍ଜ

ସୁପରଷ୍ଟାର ଶାହାରୁଖ ଖାନ ବର୍ତ୍ତମାନ ଅହମ୍ମଦାବାଦର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପ୍ରଶଂସକମାନେ ତାଙ୍କ ସ୍ୱାସ୍ଥ୍ୟ କିପରି ଅଛି…

1 hour ago