ସ୍ପେଶାଲ

ପାଇଲଟଙ୍କ ହାର୍ଟଆଟାକ ପରେ ସମବେଦନା ଜଣାଇଲା LATAM ଏୟାରଲାଇନ୍ସ

ମୃତ୍ୟୁ କେତେବେଳେ ଆସେ କେହି ବି କହି ପାରିବେନି । ଏହା ପାଇଁ କୌଣସି ନିଶ୍ଚିତ ସ୍ଥାନ କି ସମୟ ନଥାଏ । ତେବେ ବିମାନ ଯାତ୍ରା କରୁଥିବା ସମୟରେ ଅନେକ ଯାତ୍ରୀଙ୍କ ମୃତ୍ୟୁ ହେବା ଖବର ତ ଆପଣ ଶୁଣିଥିବେ । କିନ୍ତୁ ଯଦି ବିମାନର ପାଇଲଟର ମୃତ୍ୟୁ ହୋଇଯାଏ ତେବେ ଯାତ୍ରୀଙ୍କର କଣ ହେବ । କିନ୍ତୁ ଏଭଳି ଏକ ଅଭାବନୀୟ ଘଟଣା ସତରେ ଘଟିଛି । ଫ୍ଲାଇଟରେ ହିଁ ପାଇଲଟଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ୨୭୧ ଜଣ ଯାତ୍ରୀ ଫ୍ଲାଇଟରେ ଯାତ୍ରା କରୁଥିବା ସମୟରେ ହିଁ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣା ପଡ଼ିଛି ।

ଏହି ଫ୍ଲାଇଟ ଆମେରିକାର ଫ୍ଲୋରିଡାରୁ ଚିଲି ଯାଉଥିଲା । ଠିକ ଏହି ସମୟରେ ହଠାତ ଫ୍ଲାଇଟରେ ପାଇଲଟଙ୍କ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା ଏବଂ ସେ ବାଥରୁମରେ ହିଁ ହୃଦଘାତର ଶିକାର ହୋଇଥିଲେ । ଏହା ପରେ ଫ୍ଲାଇଟର ଏମର୍ଜେନ୍ସି ଲ୍ୟାଣ୍ଡ କରିବାକୁ ପଡ଼ିଥିଲା । ରିପୋର୍ଟ ଅନୁଯାୟୀ ପାଇଲଟଙ୍କ ନାମ ହେଉଛି କ୍ୟାପଟେନ ଇଭାନ ଆଣ୍ଡୋର, ମୃତ୍ୟୁ ସମୟରେ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା ।

ଫ୍ଲାଇଟ ଫ୍ଲୋରିଡାରୁ ସାଣ୍ଟିୟାଗୋ ପାଇଁ ଉଡ଼ାଣ ଭରିବା ପରେ LATAM ଏୟାରଲାଇନ୍ସର ଫ୍ଲାଇଟରେ ଇଭାନଙ୍କୁ ୩ ଘଣ୍ଟା ପରେ ଅସୁସ୍ଥତା ଅନୁଭବ ହୋଇଥିଲା । ପରେ ବାଥରୁମରେ ହିଁ ପଡ଼ି ସେ ବେହୋସ ହୋଇଯାଇଥିଲେ । ପାଇଲଟଙ୍କୁ ଏଭଳି ଅବସ୍ଥାରେ ଦେଖି ଏୟାରଲାଇନ୍ସର ଅନ୍ୟ କ୍ରୁ ମେମ୍ବର୍ସ ଜରୁରୀକାଳୀନ ଚିକିତ୍ସା କରିବାକୁ ଲାଗିଥିଲେ । କିନ୍ତୁ ସମସ୍ତ ଚେଷ୍ଟା ପରେ ମଧ୍ୟ ସେ ବଞ୍ଚି ନଥିଲେ । ତେଣୁ ଫ୍ଲାଇଟକୁ ଏମର୍ଜେନ୍ସି ଲ୍ୟାଣ୍ଡିଂ କରିବାକୁ ପଡ଼ିଥିଲା । ବିମାନକୁ ପାନାମା ସହରର ଟୋକ୍ୟୁମେନ ଆନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା । ପରେ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା ଯେଉଁଠାରେ ଡାକ୍ତରମାନେ ପାଇଲଟଙ୍କୁ ମୃତ ଘୋଷଣା କରିଥିଲେ ।

ପାଇଲଟ ଇଭାନ ଆଣ୍ଡୋର ବେହୋସ ହେବା ପରେ ଫ୍ଲାଇଟରେ ଉପସ୍ଥିତ ଥିବା କୋ- ପାଇଲଟ ଏହାର ଏମର୍ଜେନ୍ସି ଲ୍ୟାଣ୍ଡିଂ କରାଇଥିଲେ । ଏହି ଘଟଣା ପରେ ଏୟାରଲାଇନ୍ସ ଏକ ବୟାନ ଜାରି କରିଛି । ନିଜ ବୟାନରେ ଏୟାରଲାଇନ୍ସ କହିଛି ଯେ, LATAM ଏୟାରଲାଇନ୍ସର ରିପୋର୍ଟ ଅନୁସାରେ ୧୪ ଅଗଷ୍ଟରେ ଫ୍ଲାଇଟ ମିଆମିରୁ ସାଣ୍ଟିୟାଗୋ ଯାଉଥିଲା । କିନ୍ତୁ ପାଇଲଟଙ୍କ ଅସୁସ୍ଥତା କାରଣରୁ ଏହାକୁ ଏମର୍ଜେନ୍ସି ଲ୍ୟାଣ୍ଡିଂ କରିବାକୁ ପଡ଼ିଥିଲା । ପାଇଲଟଙ୍କ ଜୀବନ ବଞ୍ଚାଇବା ପାଇଁ ସମସ୍ତ ପ୍ରୋଟୋକଲ ଅନୁସରଣ କରାଯାଇଥିଲା । କିନ୍ତୁ ଦୁଃଖର ବିଷୟ ସମସ୍ତ ଚେଷ୍ଟା ସତ୍ତ୍ୱେ ତାଙ୍କ ଜୀବନ ବଞ୍ଚାଯାଇ ପାରି ନଥିଲା ।

ନିଜ ବୟାନରେ ଏୟାରଲାଇନ୍ସ ଏହା ମଧ୍ୟ କହିଛି ଯେ, ଯାହା କିଛି ବି ହୋଇଛି ତାହା ସମସ୍ତଙ୍କୁ ପ୍ରଭାବିତ କରିଛି ଏବଂ ଆମେ ଆମ କର୍ମଚାରୀଙ୍କ ପରିବାରକୁ ସମବେଦନା ଜଣାଉଛୁ । ତାଙ୍କର ୨୫ ବର୍ଷ କ୍ୟାରିଅର ଏବଂ ବହୁମୂଲ୍ୟ ଯୋଗଦାନ ପାଇଁ ଆମେ କୃତଜ୍ଞ ଅଛୁ । ସେ ସର୍ବଦା ତାଙ୍କ କାମ ପାଇଁ ପ୍ରତିଷ୍ଠା ଓ ସମର୍ପଣ ଭାବନା ଦେଖାଇଥିଲେ । ତେବେ ଉଡ଼ାଣ ସମୟରେ ପାଇଲଟଙ୍କ ଜୀବନ ବଞ୍ଚାଇବା ପାଇଁ ସମସ୍ତ ଆବଶ୍ୟକ ସୁରକ୍ଷା ପ୍ରୋଟୋକଲ ଅନୁସରଣ କରାଯାଇଥିଲା । କିନ୍ତୁ ତାଙ୍କୁ ବଞ୍ଚାଯାଇ ପାରିଲା ନାହିଁ ।

 

Subhalaxmi Das

Recent Posts

ପରିବାର ଉପରେ ସଂଘବଦ୍ଧ ଆକ୍ରମଣ ଅଭିଯୋଗ, ୩ ଗୁରୁତର

 ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଭୁଇଁପୁର ଛକରେ ଜଣେ ଠିକାଦାରଙ୍କ ଭାଇ ସମେତ ତାଙ୍କର ପରିବାର…

9 mins ago

କାମଚଳା ବାଚସ୍ପତି ହେଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର : କାମଚଳା ବାଚସ୍ପତି ହେଲେ ବିଜେଡି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜଭବନରେ ଶପଥ ପାଠ…

53 mins ago

ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ, ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ ମହୋତ୍ସବରେ ସାମିଲ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ । ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ…

3 hours ago

ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣା, ଥାନା ଅଧିକାରୀଙ୍କ ବିରୋଧରେ ଏସ୍‌ପିଙ୍କ ନିକଟରେ ଫେରାଦ ହେଲା ନାବାଳକ ପୁଅ

ନୟାଗଡ଼ (କେନ୍ୟୁଜ୍‌) : ଜମି ବାଡ଼ି ବିବାଦ କୁ ନେଇ ମାଡ଼ପିଟ l ଗୋଟିଏ ପରିବାରର ୪ ଜଣ ଗୁରୁତର…

3 hours ago

ଜବତ ବୋମାକୁ ନିଷ୍କ୍ରିୟ କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲେ ?

କଟକ: ଜବତ ବୋମା ନିଷ୍କ୍ରିୟ କଲା ବେଳେ ଫୁଟିଲା ବୋମା । ବୋମା ଫୁଟିବା ଶଦ୍ଦ ଏତେ ଜୋରରେ ଥିଲା…

4 hours ago

କିଟରେ ଇଣ୍ଡିଆନ ନ୍ୟାସନାଲ ସାଇନ୍ସ ଏକାଡେମୀର ଦୁଇ ଦିନିଆ ସେମିନାର

ଭୁବନେଶ୍ୱର : କିଟ ବିଶ୍ଵବିଦ୍ୟାଳୟ ପରିସରରେ ଇଣ୍ଡିଆନ ନ୍ୟାସନାଲ ସାଇନ୍ସ ଏକାଡେମୀର ଦୁଇ ଦିନିଆ ସେମିନାର ଉଦଘାଟିତ ହୋଇଛି ।…

4 hours ago