ସ୍ପେଶାଲ

ଏମାନଙ୍କୁ ହିଁ କୁହନ୍ତି ଦେବଦୂତ: ଅସହାୟ ବୃଦ୍ଧାଙ୍କ ଅନ୍ତିମ ସଂସ୍କାର କରି ପୁଣି ଚର୍ଚ୍ଚାରେ ସଂକଳ୍ପ ପରିବାର

ବରଗଡ଼ (କେନ୍ୟୁଜ): କାହାକୁ ସହାୟତା କରିବା ପାଇଁ ଅର୍ଥର ଆବଶ୍ୟକତା ନଥାଏ । ଆବଶ୍ୟକ ଥାଏ ତ .କେବଳ ଗୋଟେ ଉଦାର ହୃଦୟର। ଆଉ ଏଭଳି ଉଦାର ହୃଦୟର ଲୋକେ ଆଜିର ସ୍ବାର୍ଥପର ଦୁନିଆରେ ବହୁତ କମ୍ । କିନ୍ତୁ ଆଜି ବି କେଉଁଠି ନା କେଉଁଠି ସମାଜରେ ବଞ୍ଚିଛି ମାନବିକତା।

ବରଗଡ଼ ଜିଲ୍ଲା ଭଟଲି ବ୍ଲକ ନୂଆପଲି ଗ୍ରାମ। ଏହି ଗ୍ରାମର ବାସ କରନ୍ତି ସିନ୍ଧୁ ବଂଛୋର। ଯାହାଙ୍କୁ ବୟସ ପାଖାପାଖି ୭୫ବର୍ଷ ହେବ। ହେଲେ ବାର୍ଦ୍ଧକ୍ୟ ଗତ କାରଣରୁ ଆଜି ଭୋରରୁ ସେ ମୃତ୍ୟୁବରଣ କରିଥିଲେ। ତେବେ ତାଙ୍କର କେହି ନିଜ ଲୋକ ନଥିବାରୁ ତାଙ୍କ ବାସଭବନରେ ସେମିତି ଦୀର୍ଘ ସମୟ ଧରି ତାଙ୍କର ମୃତ ଶରୀର ପଡିରହିଥିଲା।

ସବୁ ଦେଖୁଥାନ୍ତି ହେଲେ ବୃଦ୍ଧାଙ୍କୁ ଚାରି କାନ୍ଧ ଦେବାକୁ କାହା ମନ କହୁନଥାଏ । ତେବେ କି ସମୟ ପରେ ସିନ୍ଧୁଙ୍କର ଜଣେ ବଡ଼ ଭାଇ ରେଙ୍ଗାଳପାଲି ଗ୍ରାମର ବଳରାମ ବଗର୍ତ୍ତି ଘଟଣାସ୍ଥଳକୁ ପହଞ୍ଚି ଥିଲେ। କିନ୍ତୁ ସେ ମଧ୍ୟ ଏକାକୀ ଥିବାରୁ ଶବ ସତ୍କାର କରିବାକୁ ଅସମର୍ଥ ପ୍ରକାଶ କରିଥିଲେ।

ଏଭଳି ଅଭାବନୀୟ ଘଟଣା ବିଷୟରେ ଖବର ପାଇଁ ଦିନ ପାଖାପାଖି ଗୋଟାଏରେ ସଂକଲ୍ପ ପରିବାର ନୂଆପଲି ଗ୍ରାମରେ ଯାଇ ପହଞ୍ଚିଥିଲେ। ସିନ୍ଧୁ ବଂଛୋରଙ୍କ ବାସ ଭବନରୁ ତାଙ୍କ ମୃତଶରୀର ବାହାରକୁ ବାହାର କରିଥିଲେ। ଏହାପରେ ସଂକଲ୍ପ ରଥ ସାହାଯ୍ୟରେ ପିପଲମୁଣ୍ଡା ସ୍ଥିତ ସ୍ୱର୍ଗଦ୍ୱାର ନେଇଯାଇ ସେଠାରେ ସସମ୍ମାନେ ମୃତ ବୃଦ୍ଧାଙ୍କ ଶବ ସତ୍କାର କରାଯାଇଥିଲା। ଏଭଲି ମହତ କାର୍ଯ୍ୟ ପାଇଁ ପୁଣି ଚର୍ଚ୍ଚାରେ ବରଗଡ଼ ସଂକଳ୍ପ ପରିବାର ।

ଯଦି ଜନ୍ମ ପାଇ ଯଦି ଆମ ଭିତରେ ମାନବିକତା ମରି ଯିବ ତେବେ ଲାଭ କଣ? ଏସମାଜରେ ପ୍ରତି ଅସହାୟ, ଗରିବ .ଲେୋକ ବି ଜଣେ ଜଣେ ମଣିଷ। ଯଦି କାହାର ଅସମୟରେ ଆମେ ସାହାର୍ଯ୍ଯ କରିବା ନାହିଁ ତେବେ ଆମ ଅସୁବିଧାରେ କିଏ ଆସିବ ସହାୟତା ପାଇଁ? ଏଭଳି ସ୍ଥିତିରେ ସମସ୍ତଙ୍କ ପାଇଁ ଉଦାହରଣ ହେଉଛନ୍ତି ବରଗଡ଼ ସଂକଳ୍ପ ପରିବାର। ଯିଏକି ପୂର୍ବରୁ ମଧ୍ୟ ଏଭଳି କାର୍ଯ୍ୟ କରି ପ୍ରଶଂସିତ ହୋଇଛନ୍ତି ।

 

Sonalisa

Recent Posts

କିଟରେ ଇଣ୍ଡିଆନ ନ୍ୟାସନାଲ ସାଇନ୍ସ ଏକାଡେମୀର ଦୁଇ ଦିନିଆ ସେମିନାର

ଭୁବନେଶ୍ୱର : କିଟ ବିଶ୍ଵବିଦ୍ୟାଳୟ ପରିସରରେ ଇଣ୍ଡିଆନ ନ୍ୟାସନାଲ ସାଇନ୍ସ ଏକାଡେମୀର ଦୁଇ ଦିନିଆ ସେମିନାର ଉଦଘାଟିତ ହୋଇଛି ।…

5 mins ago

ଗଛରେ ପିଟି ହୋଇ ହୁତୁ ହୁତୁ ହୋଇ ଜଳିଗଲା କାର, ୩ ଆହତ

କରଞ୍ଜିଆ : କରଞ୍ଜିଆରୁ ଭୁବନେଶ୍ୱର ଯାଉଥିବା ଏକ କାର ଠାକୁରମୁଣ୍ଡା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ହୁତୁ ହୁତୁ ହୋଇ ଜଳିଯାଇଛି…

37 mins ago

ପୋଖରୀକୁ ଗାଧୋଇବାକୁ ଯାଇ ଏକା ସାଙ୍ଗେ ଚାଲିଗଲେ ମା’ ଝିଅ

ଉମରକୋଟ୍‌:  ଆଜି ହେଉଛି ପହିଲି ରଜ । ଗାଁ ଠୁ ସହର ଉତ୍ସବ ମୁଖର ପରିବେଶ । ଚାରିଆଡ଼େ ପୋଡ଼…

39 mins ago

ଅମୁଲ ଏବଂ ମଦର ଡେରୀ ପରେ ବଢିଲା ପରାଗ କ୍ଷୀର ଦାମ୍‌, ଜାଣନ୍ତୁ କେତେ ଅଧିକ ଦେବାକୁ ପଡିବ

ପୁଣି ସାଧାରଣ ଲୋକଙ୍କୁ ଝଟକା । ଅମୁଲ ଏବଂ ମଦର ଡେରୀ ପରେ ବଢିଲା ପରାଗ କ୍ଷୀର ଦାମ୍‌ ।…

48 mins ago

ପହିଲି ରଜରେ ଅଘଟଣ, ମାଆ ଝିଅଙ୍କୁ ଛୁରୀରେ ଆକ୍ରମଣ

ସମ୍ବଲପୁର : ପହିଲି ରଜରେ ଅଘଟଣ । ମାଆ ଝିଅଙ୍କୁ ଛୁରୀରେ ଆକ୍ରମଣ । ସମ୍ବଲପୁର ଗୋପାଲମାଲ ଅଞ୍ଚଳରେ ଅଭାବନୀୟ…

1 hour ago

ଶୀଘ୍ର ମୋଟା ହେବ ପାଇଁ ଚାହୁଁଛନ୍ତି କି? ଡାଏଟରେ ସାମିଲ କରନ୍ତୁ ଏହି ମିଲ୍କସେକ୍

ଯଦି ଆପଣ ମଧ୍ୟ ଅଣ୍ଡରୱେଟ ଅଛନ୍ତି ତେବେ ଆପଣ ନିଶ୍ଚିତ ଭାବରେ ଏହିସବୁ ମିଲ୍କସେକ୍ ଆପଣଙ୍କ ଖାଦ୍ୟରେ ଅନ୍ତର୍ଭୁକ୍ତ କରିପାରିବେ…

2 hours ago