ଆପଣଙ୍କ ସ୍ମାର୍ଟଫୋନ୍ ଗରମ ହୋଇଯାଉଛି ? ଆପଣାନ୍ତୁ ଏହି ୫ ଟିପ୍ସ, ସର୍ବଦା ରହିବ କୁଲ୍

ସାଧାରଣତଃ ସ୍ମାର୍ଟଫୋନରେ ଅନେକ ପ୍ରକାର ସମସ୍ୟା ଦେଖାଯାଇଥାଏ । ଯେଉଁଥରେ ସବୁଠାରୁ ବଡ ସମସ୍ୟା ହେଉଛି ଫୋନ ବାରମ୍ବାର ଗରମ ହୋଇଯିବା । ଅବଶ୍ୟ ଅଳ୍ପ ଗରମ ହେବା ସାମାନ୍ୟ କଥା । କିନ୍ତୁ ଯଦି ଆପଣଙ୍କ ସ୍ମାର୍ଟଫୋନ୍ ଆବଶ୍ୟକତାଠାରୁ ଅଧିକ ଗରମ ହେଉଛି ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । ଆଜି ଆମେ ଆପଣଙ୍କୁ କହିବୁ କାହିଁକି ଫୋନ୍ ଅଧିକ ଗରମ ହୋଇଥାଏ ଏବଂ ଏହାକୁ ଥଣ୍ଡା ରଖିବା ପାଇଁ କଣ କରିବା ଉଚିତ୍ ।

ଫୋନକୁ ଦିଅନ୍ତୁ ଆରାମ :

ଫୋନ ଗରମ ହେବାର ସବୁଠାରୁ ବଡ଼ କାରଣ ହେଉଛି ଅଧିକ ସମୟ ଯାଏଁ ବ୍ୟବହାର କରିବା । ଅନେକ ସମୟରେ ଘଂଟା ଘଂଟା ଧରି ଫୋନରେ କଥା ହେଉ, ଗେମ୍ ଖେଳୁ କିମ୍ବା ମୁଭି ଦେଖିଥାଉ । ଯେଉଁଥିରେ ଫୋନକୁ ଆରାମ ନମିଳି ଗରମ ହୋଇଥାଏ । ଏହା ବ୍ୟତୀତ ଯେତେବେଳେ ଫୋନ୍ କୌଣସି ୱାଇ ଫାଇ କିମ୍ବା ସ୍ପିକର୍ ସହ କନେକ୍ଟ ରହିଥାଏ ତେବେ ଏହାର ତାପମାତ୍ରା ବଢିଯାଇଥାଏ । ସେହିପରି ଫୋନରେ ଏପରି କିଛି ଆପ୍ସ ଥାଏ ଯାହାର ସାଇଜ୍ ଅଧିକ ଥାଏ । ଏବଂ ସେସବୁ ଆପ୍ ଅଧିକ ସମୟ ଖୋଲା ରହିଲେ ଫୋନ୍ ଗରମ ହୋଇଯାଇଥାଏ । ଏମିତିରେ ଏସବୁ ଆପକୁ ବ୍ୟାକଗ୍ରାଉଣ୍ଡରୁ କ୍ଲିୟର୍ କରିଦେବା ଉଚିତ୍ । ଏବଂ ଅଧିକ ସମୟ ଫୋନକୁ ବ୍ୟବହାର ନକରି ମଝିରେ ଟିକେ ଆରାମ ଦିଅନ୍ତୁ ।

ଏହା ସହ ପଢନ୍ତୁ : ପାଣିରେ ପଡିଯାଇଛି କି ଫୋନ୍ ? ତେବେ ଭୁଲରେ କରନ୍ତୁ ନାହିଁ ଏହି ୫ ଭୁଲ୍ , ନଚେତ୍ ସବୁଦିନ ପାଇଁ ହୋଇଯିବ ଖରାପ

ଖରାରେ ରଖନ୍ତୁ ନାହିଁ :

ଅନେକ ସମୟରେ ଆମ ନିଜ ଭୁଲ ପାଇଁ ଫୋନ୍ ଗରମ ହୋଇଯାଇଥାଏ । ଯେମିତି ଖରାରେ ଫୋନକୁ ରଖିଦେବା । ଯାହା ଫଳରେ ଫୋନର ତାପମାତ୍ରା ବଢିଯାଇଥାଏ । ତେଣୁ ଫୋନକୁ ସବୁବେଳେ ସଠିକ୍ ତାପମାତ୍ରାରେ ରଖନ୍ତୁ । ନା ଅଧିକ ଗରମ ସ୍ଥାନରେ ନା ଅଧିକ ଥଣ୍ଡା ସ୍ଥାନରେ ରଖନ୍ତୁ ଫୋନ୍ ।

ଭାଇରସ୍ :

ସେହିପରି ଫୋନ୍ ଗରମ ହେବା ପଛରେ ଭାଇରସର ହାତ ମଧ୍ୟ ଥାଏ । କିନ୍ତୁ ଆପଣ ଏକଥା ବୁଝିପାରନ୍ତିନି ଯେ ଫୋନରେ ଭାଇରସ୍ ଆସେ କେଉଁଠୁ । ପ୍ରକୃତରେ ଏହି ସବୁ ଭାଇରସ୍ ଫେକ୍ ଆପ୍ ଜରିଆରେ ଆପଣଙ୍କ ଫୋନକୁ ଆସିଥାଏ । ଯେମିତି କି ଅନେକ ସମୟରେ ନଦେଖି ଅଜଣା ଲିଙ୍କରୁ ଏମିତି ଆପ୍ ଡାଉନଲୋଡ୍ କରିଥାଉ ଯେଉଁଥିରେ ଭାଇରସ୍ ଥାଏ । ତେଣୁ ଯେତେବେଳେ ବି କୌଣସି ଆପ୍ ଡାଉନଲୋଡ୍ କରୁଛନ୍ତି ଗୁଗଲ ପ୍ଲେ ଷ୍ଟୋରରୁ କରନ୍ତୁ ।

ଫୋନ୍ କଭର୍ :

ଫୋନକୁ ସୁରକ୍ଷିତ ରଖିବା ପାଇଁ ସବୁ ୟୁଜର୍ ଫୋନରେ କଭର୍ ପକାଇଥାନ୍ତି । କିନ୍ତୁ ଏହି କଭର୍ ଅନେକ ସମୟରେ ସମସ୍ୟା କରିଥାଏ । କାରଣ ନିମ୍ନମାନର କଭର୍ ଫୋନକୁ ଗରମ କରିଥାଏ । ତେଣୁ ସର୍ବଦା ଭଲ କ୍ବାଲିଟିର ଫୋନ୍ ବ୍ୟବହାର କରନ୍ତୁ । ଯେତେବେଳେ ବି ଫୋନ୍ ଗରମ ହେଉଛି ସେତେବେଳେ କିଛି ସମୟ ପାଇଁ କଭର୍ ବାହାର କରିଦିଅନ୍ତୁ ।

ଏହା ସହ ପଢନ୍ତୁ : ସ୍ମାର୍ଟଫୋନ କିଣିବା ଅପେକ୍ଷାରେ ଅଛନ୍ତି କି, ଭାରତରେ ଲଞ୍ଚ ହେଲା ଭିଭୋ ଭି୯ ପ୍ରୋ, ଜାଣନ୍ତୁ କଣ ରହିଛି ଫିଚର ଏବଂ ମୂଲ୍ଯ

ଖରାପ ବ୍ୟାଟେରୀ :

ଅଧିକାଂଶ ସ୍ମାର୍ଟଫୋନରେ ଲିଥିୟମ ଆୟନର ବ୍ୟାଟେରୀ ଲାଗିଥାଏ । ଯାହା ଗରମ ହୋଇଯାଏ । ଫୋନ ଫାଟିବାର କାରଣ ଖରାପ ବ୍ୟାଟେରୀ ଏବଂ ଅଧିକ ଗରମ ଯୋଗୁଁ ହୋଇଥାଏ । ସେହିପରି ଚାର୍ଜିଂ ପାଇଁ ଭଲ ଚାର୍ଜର ବ୍ୟବହାର କରନ୍ତୁ । ଚାଜ ହେବା ସମୟରେ ମଝିରେ ମଝିରେ ଦେଖନ୍ତୁ ଫୋନ୍ ଗରମ ହେଉନି ତ । ଯଦି ଏପରି ହେଉଛି ତେବେ କିଛି ସମୟ ପାଇଁ ଚାର୍ଜର ହଟାଇ ଦିଅନ୍ତୁ ।

KNews Bureau

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

5 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

8 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

8 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

8 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

11 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

11 hours ago